ଖାଏଦ୍‌ ସୁରକ୍ଷା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ

ପର୍ଲା, ୫।୩ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଦିବ୍ୟାଙ୍ଗମାନକର ଲାଗି ମାଲମାଲ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ, କରମ୍‌ଚାରୀକଁର ଅନ୍‌ଦେଖା ଲାଗି ହକ୍‌ଦାର ହିତାଧିକାରୀ ନିଜର ହକ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବୋଡ଼େନ ପଁଚେତ୍‌ ବାରିକପଡ଼ା ଗାଁରେ। ଇ ଗାଁର ଦୁଇ ଦିବ୍ୟାଙ୍ଗ ଭାଇବହେନ୍‌ ସରକାରୀ ଯୋଜନାରୁ ବଁଚିତ୍‌ ହେଇଥିବାର ତାକର ପରିବାର ଲୋକ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବାରିକପଡ଼ାର ପିତାମ୍ବର ବାରିକ(୪୫)। ପରିବାର କହେଲେ ମାଏକିନା ରମଣି(୩୮) ପୁଓ କାରଣ(୨୪), ମଣ୍ଟୁ(୧୮) ଆର ଝି’ ଚୁମକି(୨୨)କୁଁ ନେଇ ସଁସାର। ପୁଓ କାରଣ ଆର ଝି’ ଚୁମକି ଦୁହେଁ ଜନ୍‌ମୁ ମାନ୍‌ସିକ ଭିନ୍ନକ୍ଷମ। ଏନ୍‌ତା କି ଦୁହେଁ ଭଲଭାବେ ଦେଖି ନାଇଁପାରବାର। ସ୍ବାସ୍ଥ୍ୟ ବିଭାଗ ତରଫୁ ଦୁଇ ଭାଇବହେନ୍‌କେ ୯୦ ପରତିଶତ ଦିବ୍ୟାଙ୍ଗ ପରମାନପତର ବି ମିଲିଛେ। କାରଣ ୫ଶହ ଆର ଚୁମକି ୭ଶହ ଟଁକା ଭତା ପାଉଛନ୍‌ ସତ୍‌। ହେଲେ ଭତା ଟଁକାକେ ଛାଡ଼ିଦେଲେ ଦୁଇ ଭାଇବହେନ୍‌ ବାକି ସବୁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। କାରଣ ଆର ଚୁମକି ଜନମ ବେଲେ ଠିକ୍‌ଠାକ୍‌ ଥିଲେ। ହେଲେ ଅଭାବ ଅନାଟନ, ଭୁଖମରି କାରନ୍‌ରୁ ଦୁହେଁ ପୁଷ୍ଟିହୀନତାର ଶିକାର ହେଇଥିଲେ। ବଏସ୍‌ ବଢ଼ବାର ସଂଗେ ଦୁହେଁ ମାନ୍‌ସିକ ଭିନ୍ନକ୍ଷମ ପାଲଟିଗଲେ ବଲି ପରିବାର ଲୋକ୍‌ କହିଛନ୍‌। ଇଆଡ଼େ ଘର ଅଭାବୁ ପିତାମ୍ବର ପରହର କଁାଥିକେ ଲଗେଇ ଝାଟିମାଟି କୁରିଆଟେ କରି ଉପରେ ପଲିଥିନ୍‌ ଢାପି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପିତାମ୍ବର ଝନେ ନିହାତି ଗରିବ୍‌ ଲୋକ, ଜମିବାଡ଼ି ସଁପତି ବଲି କିଛି ନାଇଁ। ଫିଦିନ ସଖାଲ ପାଏଲେ କୁଲିମଜୁରି କଲେଯାଇ ଘରର ଚୁଲି ଜଲୁଛେ। ସେ ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ଟଁକା ପଏସା ଅଭାବୁ ଝି’ପୁଓକର ଚିକିଛା କରେଇ ନାଇଁ ପାରୁଥିବାର ପିତାମ୍ବର କହିଛନ୍‌। ସେନ୍‌ତା ସରକାରୀ ନିୟମ ହିସାବେ ଦୁଇ ଭାଇବହେନ୍‌ ଖାଏଦ୍‌ ସୁରକ୍ଷା ଆର ଆବାସ ଯୋଜନାରେ ସାମିଲ ହେବାର କଥା। ପିତାମ୍ବର ଝି’ପୁଓକର ନଁାରେ ରାଶନକାର୍ଡ, ଆବାସ ଯୋଜନାରେ ଘରଖଁଡ଼େ ମିଲବା ବଲି କାଗଜପତର ଦେଇ ପଁଚେତ୍‌ରୁ ବ୍ଲକ ତକ୍‌ ଲିଖିତ ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ଦିବ୍ୟାଙ୍ଗ ଭାଇବହେନ୍‌ ଉପରେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ସବୁ ପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରାଯାଇ ଦୁହିଁକୁ ସରକାରୀ ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri