ଖଳନାୟକ ନୁହେଁ; ଆଣ୍ଟିହିରୋ ପୀୟୂଷ ତ୍ରିପାଠୀ

ଓଡ଼ିଶା ଯାତ୍ରା ଜଗତରେ ଏବେ ଯେଉଁ କେତେଜଣ ଯୁବପ୍ରତିଭା ନେଗେଟିଭ୍‌ ଭୂମିକାକୁ ଏକ ନୂଆଟ୍ରେଣ୍ଡ ଦେବା ଆରମ୍ଭ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଯୁବ ଖଳନାୟକ ପୀୟୂଷ ତ୍ରିପାଠୀ। ପୀୟୂଷଙ୍କ ଅଭିନୀତ ‘ମୁଁ କେନ୍ଦ୍ରାପଡ଼ାର ବାବା’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘କଉଡ଼ିଖେଳ (ଦ୍ୱିତୀୟଭାଗ)’ ଆଦି ନାଟକକୁ ଏହାର ଗୋଟିଏ ଗୋଟିଏ ଉଦାହରଣ ଭାବରେ ନିଆଯାଇପାରେ। ମଞ୍ଚରେ ଗର୍ଜନ ତର୍ଜନ ନାହିଁ, ଚେହେରାରେ ବୀଭତ୍ସତା ନାହିଁ; ମାତ୍ର ଅଭିନୟରେ ରହିଛି ପ୍ରଚୁର ଖଳନାୟକୀ। ହସିହସି ସଂଳାପ କୁହାଯାଉଥିବ ସତ; ହେଲେ ସେଇଥିରେ ଦର୍ଶକଙ୍କ ରକ୍ତ ତାତୁଥିବ ଆଉ ଛାତି ଥରୁଥିବ। ଖଳନାୟକର ଏହି ନୂଆ ଟ୍ରେଣ୍ଡକୁ ଦର୍ଶକ ବି ବେଶ୍‌ ପସନ୍ଦ କରୁଛନ୍ତି। ସେଥିଲାଗି, ସେମାନଙ୍କୁ ‘ଖଳନାୟକ’ ବୋଲି ନ କହି କେହିକେହି ‘ଆଣ୍ଟିହିରୋ’ ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି। ନେଗେଟିଭ ଭୂମିକାରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୀୟୂଷଙ୍କ କ୍ୟାରିୟର ଯେ, ଆରମ୍ଭ ହୋଇଥିଲା ନାୟକ (ହିରୋ) ଭାବରେ ହୁଏତ ଏକଥା ଖୁବ୍‌ କମ୍‌ ଦର୍ଶକ ଜାଣିଥିବେ। କଟକ ଲିଙ୍କରୋଡ଼ ଖପୁରିଆର ଏହି କଳାପ୍ରେମୀ ଯୁବକଜଣକ ଯାତ୍ରାପ୍ରତି ଆକର୍ଷିତ ହୋଇ ପ୍ରଥମେ ଯୋଗ ଦେଇଥିଲେ ବିଶ୍ୱଜନନୀ ଗଣନାଟ୍ୟରେ। ସେଠାରେ ତାଙ୍କର ନାଟକ ଥିଲା ‘ଶାଗୁଣା ଯାଉଛି ଶ୍ୱଶୁର ଘର’ ଏବଂ ‘ମୋ ସ୍ବାମୀ ନାହାନ୍ତି ଘରେ’। ଏଥିରେ ସେ ନାୟକ ଭାବରେ ଅଭିନୟ କରିଥିଲେ। ପରବର୍ଷ ସେ ଯୋଗଦେଲେ କୋଣାର୍କ ଗଣନାଟ୍ୟରେ। ସେଇଠି ବଦଳିଗଲା ତାଙ୍କ ଅଭିନୟର ଧାରା। କୋଣାର୍କରେ ତାଙ୍କର ବିଶିଷ୍ଟ ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କ ସହ ସାକ୍ଷାତ ହେଲା। ସେ ପୂର୍ବରୁ ଦୈତ୍ୟାରୀ ପଣ୍ଡାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ହିଁ ତାଙ୍କୁ ଖଳଚରିତ୍ରରେ ଅଭିନୟ କରିବାକୁ କହିଲେ। ଖାଲି କହିଲେନି, ହାତ ଧରି ଯେମିତି ପିଲାକୁ ଖଡ଼ି ମଡ଼ାଯାଏ ସେମିତି ଅଭିନୟ ଶିଖେଇଲେ। ପୀୟୂଷ କହନ୍ତି : ‘ମୁଁ ଆଜି ଯାହା ହୋଇଛି ଦଇତାରୀନନାଙ୍କ ପାଇଁ ହୋଇଛି। ସେ ମୋ ଅଭିନୟ ଜୀବନର ବାପା। ସେ ମୋ ଗୁରୁ। ସେ ମୋର ଆଦର୍ଶ। ସେ ମୋର ସବୁକିଛି।’ ଇତିମଧ୍ୟରେ ଯାତ୍ରା ଜଗତରେ ପାଞ୍ଚବର୍ଷ ଅତିବାହିତ କରିସାରିଥିବା ପୀୟୂଷ ବିଶ୍ୱଜନନୀ, କୋଣାର୍କ, ଇନ୍ଦ୍ରଭୁବନ, ରଙ୍ଗମହଲ ଆଦିରେ ନିଜର ଅଭିନୟ ପ୍ରଦର୍ଶନ କରି ସମ୍ପ୍ରତି ପାର୍ବତୀରେ ଅଭିନୟ କରୁଥିବା ବେଳେ ଆସନ୍ତା ସିଜନ୍‌ରେ ସେ ଯାତ୍ରା ସୂର୍ଯ୍ୟମନ୍ଦିରରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେ। ବର୍ତ୍ତମାନର ଯୁବପିଢ଼ି ‘ଫିଟ୍‌ ଆଣ୍ଡ ଫାଇନ୍‌’ ଉପରେ ଗୁରୁତ୍ୱ ଦେଉଥିବାରୁ ସେ ନିଜର ବଡ଼ି ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାତ୍ରାକୁ ନେଇ ଅନେକ କ୍ଷୋଭ ରହିଛି ପୀୟୂଷଙ୍କ ମନରେ। ସେ କହନ୍ତି, ଯାତ୍ରା ପ୍ରତି ସରକାରଙ୍କର ନଜର ନାହିଁ। ପୁଣି ଯାତ୍ରାରେ ଅନେକ ରାବଣ ରହିଛନ୍ତି ଯେଉଁମାନେ ସବୁବେଳେ ଗୋଡ଼ଟଣା ନୀତି ଅବଲମ୍ବନ କରୁଛନ୍ତି। ଫଳରେ ପ୍ରତିଭାବାନ ଯୁବକମାନେ ଆଗକୁ ଆସିପାରୁ ନାହାନ୍ତି। ସେଥିଲାଗି ଯାତ୍ରାକୁ ନେଇ କୌଣସି ସ୍ବପ୍ନ ଦେଖି ହେଉନାହିଁ। ଓଡ଼ିଶାରେ ଯାତ୍ରାର ଏକ ବଡ଼ ପରମ୍ପରା ରହିଛି। ହେଲେ ପ୍ରଥମେ ଏସବୁରୁ ଯାତ୍ରା ମୁକ୍ତ ହେବା ଦରକାର। ବାପା ନଗେନ୍ଦ୍ରନାଥ ତ୍ରିପାଠୀ, ମା’ ଉଷାରାଣୀ ତ୍ରିପାଠୀ, ପତ୍ନୀ ରିଙ୍କି ତଥା ଏକମାତ୍ର ପୁତ୍ର ଆୟୁଷକୁ ନେଇ ସୁଖର ଜୀବନ ବିତାଉଥିବା ପୀୟୂଷଙ୍କର ଗୋଟିଏ ସ୍ବପ୍ନ ହେଉଛି, ତାଙ୍କ ଗୁରୁ ଦଇତାରୀ ପଣ୍ଡା ‘କଂସେଇଖାନା’ରେ ଯେଭଳି ଏକ ମାଇଚିଆ ଚରିତ୍ରରେ ଆସିଥିଲେ ସେ ବି ସେମିତି ଏକ ଚରିତ୍ରରେ ଅଭିନୟ କରନ୍ତେ। ସେ କେବଳ ସମୟ ଆଉ ସୁଯୋଗର ଅପେକ୍ଷାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri