ଖରିଆରରୋଡରେ ଆବାସ ଯୋଜନା ବାଟବଣା: ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ; କାର୍ଯ୍ୟାଦେଶ ପରେ ବି ଟଙ୍କା ମିଳୁନି

ନୂଆପଡା ଅଫିସ,୧୧ା୯-ରାଜ୍ୟରେ ଜଣେ ହେଲେ କୁଡିଆ ଘରେ ରହିବେ ନାହିଁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଦେବାର ସଂକଳ୍ପ ନେଇଛନ୍ତି ସରକାର। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଲୋକଙ୍କୁ ନାଁକୁ ମାତ୍ର କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି । ହେଲେ ଘର ନିର୍ମାଣ କେଉଁ ସ୍ଥିତିରେ ଅଛି । ଲୋକେ କେତେଦୂର aନିର୍ମାଣ କରିବାରେ ସକ୍ଷମ ହେଉଛନ୍ତି । ଫାଇଲ କେଉଁଠି ଅଟକିଯାଇଛି । ସେସବୁ ଉପରେ ତପତ୍ରତା ପ୍ରକାଶ ହେଉ ନ ଥିବା ପରିଲକ୍ଷିତ ହେଉଛି । ଖୋଦ ଖରିଆରରୋଡ ଏନଏସିରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବାର ୩ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଘର ନିର୍ମାଣ ସକାଶେ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି । ହିତାଧିକାରୀମାନେ ହାତ ଉଧାରି କରି ଗୃହ ନିର୍ମାଣ କରୁଛନ୍ତି । ପେମେଣ୍ଟ ପାଇଁ ବାରଦୁଆର ହେଉଥିଲେ ହେଁ ପ୍ରାପ୍ୟ ମିଳୁ ନ ଥିବାରୁ ହତାଶ ହୋଇପଡିଛନ୍ତି । ଏହାକୁ ନେଇ ହିତାଧିକାରୀମାନେ ମଙ୍ଗଳବାର ନୂଆପଡା ଆସି ଜିଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଛନ୍ତି ।
ଅଭିଯୋଗ ମୁତାବକ ଖରିଆରରୋଡ ସହରର ୱାର୍ଡ ନମ୍ବର ୨ ମୁଣ୍ଡାଗାଁର ଭୂପେନ କୁମାର ସାହୁଙ୍କୁ କାର୍ଯ୍ୟାଦେଶ ନମ୍ବର ୨୧୦୪ରେ ଗତ ଜୁନ ୧୯ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେହି ଦିନଠାରୁ ତାଙ୍କୁ କୌଣସି ଟଙ୍କା ମିଳିନାହିଁ । ଆଜିକାଲି କହି ସମୟ ଗଡାଯାଉଛି । ଏପଟେ ପୁରୁଣା ଖପର ଘର ଭାଙ୍ଗି ଧାର କରଜ କରି କାମ ଚଳାଇଛନ୍ତି । ବର୍ତ୍ତମାନ ସ୍ଲାବ କାମ କରି ସାରିଛନ୍ତି । ଟଙ୍କା ପ୍ରଦାନ କରାଯାଇ ନ ଥିବାରୁ କାମ ଅଟକି ଯାଇଥିବା ଭୂପେନ ପ୍ରକାଶ କରିଛନ୍ତି । ଏହିଭଳି ସେହି ପଡାର କିଷନ କୁମାର ସହିସଙ୍କୁ ସେହି ମାସ ୧୭ ତାରିଖରେ କାର୍ଯ୍ୟାଦେଶ ମିଳିଥିଲା। ସେ ମଧ୍ୟ ଧାର କରଜ କରି ସ୍ଲାବ ଲେଭେଲ ପର୍ଯ୍ୟନ୍ତ କାମ କରିଛନ୍ତି । କାଣି ପଇସା ଟିଏ ମିଳିନାହିଁ। ବାରମ୍ବାର ଏନଏସିକୁ ଦୌଡୁଛନ୍ତି । ହେଲେ ବିଭିନ୍ନ ବାହାନା କରି ଟଙ୍କା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। ସେହି ୱାର୍ଡର ଧନେଶ୍ୱର ସାହୁଙ୍କୁ ଗତ ଜୁଲାଇ ୭ ତାରିଖରେ କାର୍ଯ୍ୟାଦେଶ ନମ୍ବର ୨୨୬୪ରେ କାର୍ଯ୍ୟାଦେଶ ମିଳିଛି। ସେହି ଦିନଠାରୁ କୌଣସି କିସ୍ତି ମିଳି ନ ଥିବାରୁ ବାଧ୍ୟ ହୋଇ ସାହୁକାରଙ୍କଠାରୁ କରଜ କରି କାମ କରୁଛନ୍ତି । ଏହିଭଳି ଗଣେଶ ସହିସଙ୍କ ଦୁର୍ଦ୍ଦଶା କହିଲେ ନସରେ । ସେ କେବଳ ନାମକୁ ମାତ୍ର କାର୍ଯ୍ୟାଦେଶ ପାଇଛନ୍ତି । ସେ କହିଛନ୍ତି ଯେ, ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କଲେ ପୁରସ୍କାର ଦେଉଛନ୍ତି । ହେଲେ ୩ରୁ ୪ ମାସ ଧରି କିସ୍ତି ଟଙ୍କା ଦିଆଯାଉ ନ ଥିବାରୁ ଆମେ କେମିତି ନିର୍ଦ୍ଧାରିତ ସମୟରେ ଘର କାମ ଶେଷ କରିବୁ ବୋଲି କହିଛନ୍ତି । ଏସବୁ ଅଭିଯୋଗକୁ ନେଇ ହିତାଧିକାରୀମାନେ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ କିସ୍ତି ପ୍ରଦାନ କରିବାକୁ ଗୁହାରୀ କରିଛନ୍ତି। ଏହା କେବଳ କେତୋଟି ଉଦାହରଣ ମାତ୍ର। ଏଠାରେ ନିରୀହ ଲୋକମାନଙ୍କୁ ଘର ନିର୍ମାଣ ସକାଶେ ଆଦେଶ ଦିଆଯାଉ ନ ଥିବାବେଳେ ଧନୀ ଶ୍ରେଣୀର ତଥା ଯୋଗ୍ୟତା ନ ଥିବା ହିତାଧିକାରୀଙ୍କୁ ଗୃହ ଦିଆଯାଉଛି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ ଦାବି କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri