ଖରସ୍ରୋତାରେ ଡଙ୍ଗା ବୁଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ସିଂହପୁର,୧୪।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀଗ୍ରାମ ନଦୀ ଅପରପାର୍ଶ୍ୱ ମଧୁବନଠାରେ ଖରସ୍ରୋତାରେ ବୁଧବାର ଡଙ୍ଗା ବୁଡ଼ିଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେଥିରେ ଥିବା ଛାତ୍ରୀଛାତ୍ରଙ୍କ ସମେତ କିଛି ଯାତ୍ରୀ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ଏକ ଡଙ୍ଗା ମଧୁବନ ଘାଟଛନ୍ଦାରୁ ୨୫ ଜଣ ଛାତ୍ରୀଛାତ୍ର ଓ ୧୦ ଜଣ ଯାତ୍ରୀଙ୍କୁ ନେଇ ନଦୀ ପାର ହେଉଥିବା ବେଳେ ମଧୁବନ ଛନ୍ଦା ନିକଟରେ ଭାରସାମ୍ୟ ହରାଇ ନଦୀଛନ୍ଦା ନିକଟରେ ବୁଡିଯାଇଥିଲା। ସେହି ସମୟରେ କୂଳରେ ଥିବା ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମଲିକ, ଅକ୍ଷୟ ବିଶ୍ୱାଳ, ରାଜକିଶୋର ରାଉତ, ଭିକାରୀ ସାମଲ, ମଣିରାମ ମଲିକଙ୍କ ସମେତ କିଛି ଲୋକ ପହଁରି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିଲେ। ଫଳରେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ମଧୁବନ ଗ୍ରାମରେ ଉପ୍ରା ବିଦ୍ୟାଳୟ ଓ ହାଇସ୍କୁଲ ନ ଥିବାରୁ ଏହି ଗ୍ରାମର ପିଲା ବିପଦପୂର୍ଣ୍ଣ ଭାବେ ନଦୀ ପାର ହୋଇ ଜରୀ ଗ୍ରାମର ସ୍କୁଲକୁ ଯିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri