ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ ଯାଇ ଦହି ପରଷି ଦେଉଥିବା ସେହି ଚିହ୍ନା ପରିଚିତ ମଣିଷ ହେଉଛନ୍ତି ଭଗବାନ ବେହେରା। କାମାକ୍ଷାନଗର ଅଞ୍ଚଳରେ ଦହି ମଉସା ଭାବେ ଜଣାଶୁଣା ଭଗବାନଙ୍କ କର୍ମ ଉପରେ ଭରସା କାହିଁରେ କେତେ। ସେଇଥି ପାଇଁ ତ ସାରା ଦିନର ଖଟଣି ଭିତରେ ସେ କୁହନ୍ତି ଗୋଟିଏ କଥା, ‘କାହା ଉପରେ ବୋଝ ହେବା ଅପେକ୍ଷା ଜୀବନ ଥିବା ଯାଏ ଖଟି ଖାଇବାରେ ମଜା ଅଲଗା’।

ଭଗବାନଙ୍କ ଘର ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ। ବୟସ ପଚାରିଲେ ହାତଗଣି କୁହନ୍ତି ୭୨। ବୟସର ସାୟାହ୍ନରେ ଅନେକେ ଘରେ ଆରାମ କରିବା କିମ୍ବା ଭାଗବତ ଚିନ୍ତନରେ କାଟିଥାନ୍ତି ଦିନ। ହେଲେ କୌଳିକ ବୃତ୍ତିକୁ ସମ୍ମାନ ଦେଉଥିବା ଭଗବାନ ଆନନ୍ଦ ପାଆନ୍ତି ଛେନା, ଦହି ବିକ୍ରିରେ।
ସ୍ତ୍ରୀ ଦେବକୀ, ୨ ପୁଅ, ଜଣେ ଝିଅଙ୍କୁ ନେଇ ଭଗବାନଙ୍କ ପରିବାର। ବିବାହ ପରେ ପିଲାମାନେ ସେମାନଙ୍କ ସଂସାରରେ ବ୍ୟସ୍ତ। ହେତୁ ଜାଣିବା ଦିନରୁ ଗୋରୁପଲ ସହ ତାଙ୍କର ଦିନ କଟିଛି। ସେ ବି ଭାବିଥିଲେ ବୟସ ବଢ଼ିଲେ ପିଲାମାନଙ୍କ ସ୍ନେହସୋହାଗରେ ଦିନ ବିତିବ। ହେଲେ କାହା ଉପରେ ବୋଝ ହେବା ତାଙ୍କ ସ୍ବାଭିମାନକୁ ପ୍ରଶ୍ନ କଲା। ତେଣୁ ୬ବର୍ଷ ହେଲା ସେ ଆରମ୍ଭ କରିଛନ୍ତି ଦହିଛେନା ବେପାର।
କ୍ଷୀର ସଂଗ୍ରହ କରିବାକୁ ଭଗବାନ ଗୋରୁ, ମଇଁଷି ପାଳିଛନ୍ତି। ଗ୍ରାମର ଅନ୍ୟ ଗୋପାଳକଙ୍କ ଘରୁ ମଧ୍ୟ ସେ କ୍ଷୀର ସଂଗ୍ରହ କରିଥାନ୍ତି। କ୍ଷୀର ଛିଣ୍ଡାଇ ନିତି ଦହି ଛେନା

ପ୍ରସ୍ତୁତ କରାଯାଇଥାଏ। ଏସବୁ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତି ଦେବକୀ। ସକାଳ ୬ଟାରୁ ସେସବୁକୁ ଧରି ବେପାର କରିବାକୁ ବାହାରି ପଡ଼ନ୍ତି ଭଗବାନ। କାମାକ୍ଷାନଗର ତାଙ୍କ ବ୍ୟବସାୟର ମନପସନ୍ଦର ଜାଗା। ଏଥିପାଇଁ ତାଙ୍କୁ ଗଁାଠାରୁ ୨୫ କିମି ବସଯାତ୍ରା କରିବାକୁ ପଡ଼େ। କାମାକ୍ଷାନଗର ଆସିବା ପରେ ସାହି ସାହି ବୁଲି ସେ ବିକିଥାନ୍ତି ଦହିଛେନା। ଦୈନିକ ୯୦୦ ଟଙ୍କା ଯାଏ ରୋଜଗାର ହୁଏ। ସବୁ ଖର୍ଚ୍ଚ ଯାଇ ୨୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳେ। ସନ୍ଧ୍ୟା ୬ଟାରେ ବ୍ୟବସାୟ ସାରି ସେ ପୁଣି ଘରମୁହଁା ହୁଅନ୍ତି। ପରିଣତ ବୟସରେ ଦହି ବ୍ୟବସାୟ କରୁଥିବା ସମ୍ପର୍କରେ ପଚାରିବାରେ ଭଗବାନ କୁହନ୍ତି, ଯାହା ରୋଜଗାର ହେଉଛି ସେଥିରେ ଦୁଇପ୍ରାଣୀ ଶାନ୍ତିରେ ମୁଠେ ଖାଉଛୁ। ଦୁଇଖଣ୍ଡ ପିନ୍ଧୁଛୁ। ଭଲରେ ଚଳୁଛୁ। ଜୀବନରେ ଆଉ କ’ଣ ଦରକାର। ଦେହପା ଓ ଭଲମନ୍ଦ ଅଛି। ସବୁଦିନ ବ୍ୟବସାୟ କରିବା ସମ୍ଭବ ହେଉନାହିଁ। ତଥାପି ହାତଗୋଡ଼ ଚଳୁଥିବା ଯାଏ କାହାରି ଉପରେ ବୋଝ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ପ୍ରାର୍ଥୀ ଚୟନ ନେଇ ଭାଜପାରେ ଛକାପଞ୍ଝା

ଢେଙ୍କାନାଳ,୨୯ା୩(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲଙ୍କୁ ବିଜେଡି ପୁନଃ ପ୍ରାର୍ଥୀ କରିବା...

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri