Posted inଫୁରସତ

କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ଖୋଲେ ଏୟାରପୋର୍ଟର ବିଶ୍ରାମକକ୍ଷ : ଆରାମଚେୟାର ସହିତ ରହିଛି ଇଣ୍ଟରନେଟ୍‌ ସୁବିଧା, ଜାଣନ୍ତୁ କେଉଁଠି…

ଏୟାରପୋର୍ଟରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏମିତି ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଯେଉଁଠି ସମସ୍ତ ସୁବିଧା ଉପଲବ୍ଧ। ଆରାମରେ ବସିବା ସହିତ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ରହିଛି। ଏମିତି ଆରାମଦାୟକ ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଚାଇନାର ଜୋଝିୟାଙ୍ଗସ୍ଥିତ ହଙ୍ଗଝୋହୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ। ଏହା ବେଶୀ ବଡ଼ ମଧ୍ୟ ନୁହେଁ। ଏଠାରେ କ୍ୟାପସୁଲ ସଦୃଶ ୮ଟି ବିଶ୍ରାମକକ୍ଷ ରହିଛି। ଏୟାରପୋର୍ଟର ଅଧିକାରୀ କୁହନ୍ତି, ଗୋଟିଏ ବିଶ୍ରାମକକ୍ଷ ୩ ମିଟର ବର୍ଗର ନିର୍ମାଣ କରାଯାଇଛି। କ୍ୟୁଆର କୋଡ୍‌ ସ୍କାନ୍‌ କଲେ ଏହାର ଗେଟ୍‌ ଖୋଲିଥାଏ। ଏଠାରେ ଯାତ୍ରୀମାନେ ବସିବା ପାଇଁ ଏକ ଆରାମଦାୟକ ଚେୟାର ରହିଛି।

ଖାଲି ସେତିକି ନୁହେଁ, ଏକ ବଟନ୍‌ ଦବାଇଲେ ଚେୟାରଟି ବେଡ୍‌ ପରି ହୋଇଯାଇଥାଏ। ଏଥିରେ ମୋବାଇଲ, ଲାପଟପ୍‌ ଚାର୍ଜ ହେବା ସହିତ ଇଣ୍ଟରନେଟ୍‌ର ମଧ୍ୟ ସୁବିଧା ରହିଛି। ଏହି ବିଶ୍ରାମକକ୍ଷରେ ଲଗେଜ୍‌ ରଖିବାରେ କୌଣସି ଅସୁବିଧା ହେବ ନାହିଁ। ଏହାବ୍ୟତୀତ ଫ୍ଲାଇଟ୍‌ ସମ୍ପର୍କରେ ଜାଣିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ନେଟ୍‌ ବ୍ୟବହାର କରିବା ସମୟରେ ଫ୍ଲାଇଟ୍‌ ସମ୍ପର୍କରେ ସମସ୍ତ ଅପ୍‌ଡେଟ୍‌ ଏହା ଭିତରେ ଜଣାପଡ଼ିଯିବ। ଏହି ବିଶ୍ରାମକକ୍ଷରେ ହାଇସ୍ପିଡ୍‌ ଓ୍ବାଇଫାଇ ସହିତ ଏୟାର ଫ୍ରେଶନର, ଏୟାର କଣ୍ଡିଶନର ଏବଂ ପାଓ୍ବାର ସକେଟ୍‌ ସୁବିଧା ମଧ୍ୟ ଉପଲବ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri