ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ, ଏହି ଭୂକମ୍ପ ଯୋଗୁ ରାଜଧାନୀ କାରାକାସ ସମେତ ଅନେକ ଅଞ୍ଚଳରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି ଏବଂ କ୍ଷୟକ୍ଷତି ହୋଇଛି। କୁହାଯାଉଛି ଯେ, ଗତ ୧୦୦ ବର୍ଷ ମଧ୍ୟରେ ଭେନେଜୁଏଲାରେ ଆସିଥିବା ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ।
ୟୁଏସ ଜିଓଲଜିକାଲ ସର୍ଭେ (USGS) ଅନୁସାରେ, ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ଥିଲା। ଏହାର କେନ୍ଦ୍ରସ୍ଥଳ ଭେନେଜୁଏଲାର କାରିବିଆନ ଉପକୂଳରେ ଅବସ୍ଥିତ ତଟବର୍ତ୍ତୀ ଅଞ୍ଚଳ ‘ମୋରୋନ’ର ପଶ୍ଚିମ ଦିଗରେ ଥିଲା, ଯାହା ରାଜଧାନୀ କାରାକାସଠାରୁ ପ୍ରାୟ ୧୬୮ କିଲୋମିଟର ଦୂର। ଏହି ଭୂକମ୍ପ ଭୂପୃଷ୍ଠରୁ ମାତ୍ର ୧୩ କିଲୋମିଟର ଭଳି କମ୍ ଗଭୀରତାରେ ସୃଷ୍ଟି ହୋଇଥିଲା, ଯାହାଫଳରେ ଏହାର ପ୍ରଭାବ ଏକ ବଡ଼ ଅଞ୍ଚଳରେ ଅନୁଭୂତ ହୋଇଛି।
ୟୁଏସ ଜିଓଲଜିକାଲ ସର୍ଭେ (USGS) ର ଆକଳନ ଅନୁସାରେ, ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ। USGS କହିଛି ଯେ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ ପରିମାଣରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା ରହିଛି। ସେମାନଙ୍କର ପ୍ରାଥମିକ ଆକଳନ ଅନୁଯାୟୀ, ମୃତକଙ୍କ ସଂଖ୍ୟା ୧୦,୦୦୦ ରୁ ୧,୦୦,୦୦୦ ମଧ୍ୟରେ ହୋଇପାରେ। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ମୃତ କିମ୍ବା ଆହତଙ୍କ ଆଧିକାରିକ ସଂଖ୍ୟା ଜାରି କରାଯାଇ ନାହିଁ।
La Guira is in ruins….#Venezuela #Earthquake pic.twitter.com/gCqmKjtwsr
— Mr ashen (@TheOfficialMrA1) June 25, 2026

