କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌ ଅଫିସରମାନେ ମଧ୍ୟ ସେପରି ଅନୁଭବ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଉପଦେଷ୍ଟା ଆର୍‌.କେ. ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବାର ମାତ୍ର କେଇଦିନ ପରେ ତାଙ୍କୁ ଉକ୍ତ ପଦରୁ ହଟେଇ ଦିଆଯିବା ଘଟଣା ଏହି ପରିସ୍ଥିତିର ଆଉ ଏକ ଉଦାହରଣ ପରି ମନେହୁଏ। କାର୍ଯ୍ୟକାଳ ସମ୍ପ୍ରସାରଣ ପରେ ଉକ୍ତ ସମ୍ପ୍ରସାରିତ ଅବଧି ପୂରା କରିବା ପୂର୍ବରୁ ମିଶ୍ରଙ୍କୁ ଚାକିରିରୁ ଅବ୍ୟାହତି ଦେବା ଘଟଣାରୁ ଜଣାପଡ଼ୁଛି ଯେ ଆଇପିଏସ୍‌ ଅଫିସର ଓ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସେସ୍‌ (ସିଏପିଏଫ୍‌) କ୍ୟାଡର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଟଣାଓଟରାର ଏହା ଏକ ଅଂଶ ବିଶେଷ ହୋଇପାରେ, ଯେଉଁଥିରେ ସିଏପିଏଫ୍‌ ବାବୁମାନେ ଉପକୃତ ହେଉଛନ୍ତି।
ମିଶ୍ର ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସିର୍ଭିସ୍‌ (ସିଏସ୍‌ଏସ୍‌)ର ଜଣେ ଅଫିସର ଥିଲେ ଏବଂ ଅବସର ପରେ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇବା ପୂର୍ବରୁ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିଲେ। ମନ୍ତ୍ରଣାଳୟର ଅର୍ଦ୍ଧସାମରିକ ବାହିନୀ ବ୍ୟାପାର ଦେଖାଶୁଣା କରୁଥିବା ବିଭାଗର ଦାୟିତ୍ୱରେ ସେ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ସେ ଚାକିରି ସମ୍ପର୍କିତ ବ୍ୟାପାରରେ ଆଇପିଏସ୍‌ ଅଫିସରମାନଙ୍କୁ ବେଶି ଅନୁଗ୍ରହ ଦେଖାଇ ଆସୁଥିଲେ ବୋଲି ସିଏପିଏଫ୍‌ ଅଫିସରମାନେ ଅଭିଯୋଗ କରିଆସୁଥିଲେ। ତେଣୁ ତାଙ୍କୁ ଉକ୍ତ ପଦବୀରୁ ହଟେଇ ଦିଆଯିବା ଘଟଣାରୁ ସ୍ପଷ୍ଟ ହେଉଛି ଯେ ସରକାର ସିଏପିଏଫ୍‌ କ୍ୟାଡର ଅଫିସରମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ।
ସିଏପିଏଫ୍‌ ଅଫିସରମାନଙ୍କୁ ପ୍ରୋତ୍ସାହନ ସ୍ବରୂପ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସେମାନଙ୍କୁ ଅଧିକ ଦରମା ଓ ସୁବିଧା ସୁଯୋଗ ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି କାରଣ ସୁପ୍ରିମ୍‌କୋର୍ଟ ଦ୍ୱାରା ସେମାନଙ୍କୁ ଉଚ୍ଚତର ଷ୍ଟାଟସ ଓ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଏହାଦ୍ୱାରା ସିଏପିଏଫ୍‌ ଅଫିସରମାନେ ଆଇଏଏସ୍‌, ଆଇପିଏସ୍‌ ଓ ଅନ୍ୟ ଏ କିସମ ସେବା ଅଫିସରମାନଙ୍କ ସମକକ୍ଷ ହୋଇପାରିବେ।
ମିଳିଥିବା ରିପୋର୍ଟ ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉକ୍ତ ବାହିନୀର ମହାନିର୍ଦ୍ଦେଶକ (ଡିଜି)ମାନଙ୍କୁ ଏକ ଆଦେଶନାମା ଜାରି କରି ସିଏପିଏଫ୍‌ ଅଫିସରମାନଙ୍କୁ ନନ୍‌-ଫଙ୍କ୍‌ଶନାଲ ସିଲେକ୍ସନ ଗ୍ରେଡ୍‌ (ଏନ୍‌ଏଫ୍‌ଏସ୍‌ଜି) ପ୍ରଦାନ କରିବା ନିମନ୍ତେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିବା ସହ ନୂତନ ନିଯୁକ୍ତି ନିୟମ ପ୍ରଣୟନ ଲାଗି ନିର୍ଦ୍ଦେଶ ଦେଇଛି। ମିଶ୍ରଙ୍କ ଅପସାରଣ ସତ୍ତ୍ୱେ ଆଇପିଏସ୍‌ ଓ ସିଏପିଏଫ୍‌ ବାବୁମାନଙ୍କ ଭିତରେ ଚାଲିଆସିଥିବା ଶତ୍ରୁତାର ଅନ୍ତ ଘଟିବାର ସମ୍ଭାବନା ନାହିଁ। ତେବେ ଆଗକୁ କ’ଣ ଘଟୁଛି ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାନ୍ତୁ।
ଉତ୍ତରାଧିକାରକୁ ନେଇ ଗୁଞ୍ଜରଣ
ବିଦେଶ ସଚିବ ବିଜୟ ଗୋଖଲେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ପାଞ୍ଚମାସ ବାକି ଥିବାବେଳେ ତା’ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବେ ତାକୁ ନେଇ ବାବୁ ମହଲରେ ଏବେଠାରୁ ଗୁଞ୍ଜରଣ ଆରମ୍ଭ ହୋଇଗଲାଣି। ସାଧାରଣତଃ ଏପରି ସ୍ଥଳେ ବରିଷ୍ଠତମ କୂଟନୀତିଜ୍ଞ ହିଁ ଉକ୍ତ ଶୀର୍ଷ ପଦବୀରେ ନିଯୁକ୍ତ ହୋଇଥାନ୍ତି। କିନ୍ତୁ ଆଜିକାଲି ସରକାର ବିଦେଶ ସଚିବ ବାଛିବାକୁ ଗଲାବେଳେ ଏପରି କୌଣସି ପୂର୍ବାନୁମାନଯୋଗ୍ୟ ଢାଞ୍ଚା ବା ପରମ୍ପରା ମାନୁ ନ ଥିବା ଦେଖାଯାଉଛି। କାରଣ ବର୍ତ୍ତମାନର କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଣି ସୁଜାତା ସିଂଙ୍କ ସ୍ଥାନରେ ବିଦେଶ ସଚିବ ଭାବେ ନିଯୁକ୍ତି ଦେଇଥିଲେ।
ବର୍ତ୍ତମାନ ବାଜିମରାଳିମାନେ କହୁଛନ୍ତି ଯେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ସୟଦ ଆକବରୁଦ୍ଦିନଙ୍କୁ ଗୋଖଲେଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇପାରେ। ଯଦି ତାହା ହୁଏ, ତେବେ ସେ ବର୍ତ୍ତମାନ ଲଣ୍ଡନରେ ଭାରତର ଉଚ୍ଚାୟୁକ୍ତ ଥିବା ରୁଚି ଘନଶ୍ୟାମଙ୍କ ସମେତ ଅନେକ ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସରଙ୍କୁ ଅତିକ୍ରମ କରି ଏହି ପଦବୀରେ ନିଯୁକ୍ତି ପାଇବେ। ଘନଶ୍ୟାମ ହେଉଛନ୍ତି ବରିଷ୍ଠତମ କୂଟନୀତିଜ୍ଞ ଯେ କି ଏହି ପଦବୀରେ ସ୍ବାଭାବିକ ଭାବେ ନିଯୁକ୍ତି ପାଇବା କଥା। ଅନ୍ୟତମ ବରିଷ୍ଠ ଅଫିସର ହେଉଛନ୍ତି ହର୍ଷବର୍ଦ୍ଧନ ଶ୍ରିଙ୍ଗଲା, ଯେ କି ବର୍ତ୍ତମାନ ଅମେରିକାରେ ରାଷ୍ଟ୍ରଦୂତ ଅଛନ୍ତି। ଆକବରୁଦ୍ଦିନ ଏ ଦୁହିଙ୍କଠାରୁ କନିଷ୍ଠ। ପ୍ରଧାନମନ୍ତ୍ରୀ ହିଁ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ସହ ପରାମର୍ଶ କରି ବିଦେଶ ସଚିବଙ୍କୁ ଚୟନ କରିଥାନ୍ତି। କିନ୍ତୁ ବାବୁ ନିଯୁକ୍ତିରେ ମୋଦି ଯେହେତୁ କୌଣସି ପରମ୍ପରାକୁ ମାନନ୍ତି ନାହିଁ, ତେଣୁ ସେ ଏଥର ବରିଷ୍ଠତମ ବାବୁଙ୍କୁ ବାଛିବେ କି ପରମ୍ପରା ବାହାରକୁ ଯିବେ ତାହା ଦେଖିବାକୁ ବାକି ରହିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?