କ୍ଷମତା ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମତଦାନର କେଇ ସପ୍ତାହ ପରେ ଏବଂ ରାଜ୍ୟରେ ସରକାର ପରିବର୍ତ୍ତନର ବ୍ୟାପକ ସମ୍ଭାବନା ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏଲ୍‌.ଭି. ସୁବ୍ରମଣ୍ୟମ୍‌ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଭୋଟ ଗଣତି ହୋଇ ମେ ୨୩ରେ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ପ୍ରଶାସନ କାହା ନିୟନ୍ତ୍ରଣରେ ରହିବ, ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ନାଇଡ଼ୁ ଓ ତାଙ୍କ ମନ୍ତ୍ରୀମାନେ ଯୁକ୍ତି କରୁଛନ୍ତି ଯେ, ପ୍ରତ୍ୟେକ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ସରକାରଙ୍କର ପୂର୍ଣ୍ଣ କ୍ଷମତା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ଅନେକ ସମୀକ୍ଷା ବୈଠକରେ ତାଙ୍କର କେତେକ ନିଷ୍ପତ୍ତି ଉପରେ ମୁଖ୍ୟ ଶାସନ ସଚିବ ଆପତ୍ତି ଉଠାଉଛନ୍ତି। ଏହି ବିବାଦ ଯୋଗୁ ଆଇଏଏସ୍‌ ଓ ଆଇପିଏସ୍‌ ଲବି ଦୁଇଭାଗରେ ବିଭକ୍ତ ହୋଇ ଯାଇଛନ୍ତି। ଫଳରେ ପ୍ରଶାସନିକ କାର୍ଯ୍ୟକଳାପରେ ଅନିଶ୍ଚୟତା ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁସାରେ ୧୯୮୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁବ୍ରମଣ୍ୟମ୍‌ଙ୍କୁ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ରାଜ୍ୟ ପ୍ରଶାସନର ପ୍ରତି କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି। କାରଣ ଚନ୍ଦ୍ରାବାବୁ ପ୍ରଶାସନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଏହି ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା ଆହୂତ ଆଇଏଏସ୍‌ ଅଫିସରମାନଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାପ ପକାଇ ବନ୍ଦ କରିଦିଆଯାଉଛି। ଯାହା ଜଣାପଡ଼ୁଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ।
ଅପାରଗ ବାବୁ ହଟିବେ
ସରକାରରେ ଥିବା ଅପାରଗ ବାବୁମାନଙ୍କୁ ହଟାଇବା ପାଇଁ ମୋଦି ସରକାର କାର୍ଯ୍ୟ କରିଆସୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ୨୦୧୫ରୁ ୨୦୧୮ ଚାରିବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧,୧୦୦ ଆଇଏଏସ୍‌ ଅଫିସରଙ୍କ ସର୍ଭିସ୍‌ ରେକର୍ଡର ସମୀକ୍ଷା କରିଛନ୍ତି। ଏହି ଅଫିସରମାନେ ୨୫ ବର୍ଷର ଚାକିରି କାଳ ପୂର୍ଣ୍ଣ କରିଛନ୍ତି କିମ୍ବା ୫୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସମୀକ୍ଷାର ଉଦ୍ଦେଶ୍ୟ ହେଉଛି ପ୍ରଶାସନରୁ ଅଣପ୍ରଦର୍ଶନକାରୀ ବା ଅପାରଗ ବାବୁମାନଙ୍କୁ ହଟାଇବା। ନିୟମାନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ସରକାର ସହ ପରାମର୍ଶ କରି ଏପରି ଅପାରଗ ବାବୁଙ୍କୁ ଜନସ୍ବାର୍ଥରେ ତିନିମାସର ଲିଖିତ ନୋଟିସ୍‌ ଦେଇ ବା ତିନିମାସର ଦରମା ଓ ଭତ୍ତା ଦେଇ ଅବସର ନେବା ପାଇଁ କହିପାରିବେ। ପ୍ରାପ୍ତ ସୂଚନା ଅନୁସାରେ ସମୀକ୍ଷା କରାଯାଇଥିବା ୧,୧୪୩ ଜଣ ଅଫିସରଙ୍କ ମଧ୍ୟରୁ ଛତିଶଗଡ଼ କ୍ୟାଡରର ଦୁଇଜଣ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଆଗ୍‌ମଟ କ୍ୟାଡରର ଜଣେ ଏବଂ ବିହାରର ଜଣେ- ଏହିପରି ଚାରିଜଣ ଅଫିସରଙ୍କୁ ଜନସ୍ବାର୍ଥରେ ଅବଧି ପୂର୍ବରୁ ଅବସର ନେବା ପାଇଁ କୁହାଯାଇଛି। ତେବେ କେନ୍ଦ୍ର ପକ୍ଷରୁ ସ୍ମାରକପତ୍ର ଦିଆଯିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର, କର୍ନାଟକ, କେରଳ, ତେଲେଙ୍ଗାନା, ତ୍ରିପୁରା ଓ ଉତ୍ତରାଖଣ୍ଡରେ ବାବୁମାନଙ୍କ ସର୍ଭିସ୍‌ ରେକର୍ଡର ଏପରି ସମୀକ୍ଷା କରାଯାଇ ନାହିଁ। କେନ୍ଦ୍ର ଉକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ସମୀକ୍ଷା କରିବା ପାଇଁ ଚାପ ପକାଇପାରନ୍ତି।
ବରିଷ୍ଠଙ୍କୁ ବାବୁଙ୍କ ବିରୋଧ
ଜଣେ ରାଜ୍ୟ ପ୍ରଶାସନିକ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କ ବିରୋଧରେ ଯିବା କ୍ୱଚିତ୍‌ ଦେଖିବାକୁ ମିଳେ। କିନ୍ତୁ ଜଣେ କର୍ନାଟକ ପ୍ରଶାସନିକ ଅଫିସର (କେଏଏସ୍‌) ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଆଉ ନଅଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ରାଜ୍ୟ ମାନବାଧିକାର କମିଶନ ଆଗରେ ଅଭିଯୋଗ ଦାଏର କରିଛନ୍ତି। ରାଜ୍ୟରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ କାର୍ମିକ ଓ ପ୍ରଶାସନିକ ସଂସ୍କାର ବିଭାଗର ଅଫିସର କେ. ମାଥାଇ ଏକ ଜମି ଦୁର୍ନୀତି ଧରାପକାଇବା ଯୋଗୁ ଉକ୍ତ ବରିଷ୍ଠ ଅଫିସରମାନେ ତାଙ୍କ ବିରୋଧରେ ନିରବଚ୍ଛିନ୍ନ ମାନବାଧିକାର ଉଲ୍ଲଂଘନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ୧୦ ବର୍ଷରେ ତାଙ୍କୁ ୨୭ ଥର ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ମାନବାଧିକାର କମିଶନକୁ ଦେଇଥିବା ଅଭିଯୋଗପତ୍ରରେ ମାଥାଇ ମୁଖ୍ୟ ଶାସନ ସଚିବ ଟି.ଏମ୍‌. ବିଜୟ ଭାସ୍କର ଓ ଅନ୍ୟ ନଅଜଣ ଆଇଏଏସ୍‌ ଅଫିସର ତାଙ୍କର ମାନବାଧିକାର ଉଲ୍ଲଂଘନ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତା’ଛଡ଼ା ତାଙ୍କ ପରି ଅନେକ କେଏଏସ୍‌ ଅଫିସରଙ୍କୁ ବରିଷ୍ଠ ଅଫିସର ଓ ରାଜନେତାମାନେ ହଇରାଣ ହରକତ କରୁଥିବା ସେ ଦର୍ଶାଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri