କ୍ଷମତା ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମତଦାନର କେଇ ସପ୍ତାହ ପରେ ଏବଂ ରାଜ୍ୟରେ ସରକାର ପରିବର୍ତ୍ତନର ବ୍ୟାପକ ସମ୍ଭାବନା ଦେଖାଯାଉଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡ଼ୁଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏଲ୍‌.ଭି. ସୁବ୍ରମଣ୍ୟମ୍‌ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଭୋଟ ଗଣତି ହୋଇ ମେ ୨୩ରେ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ପ୍ରଶାସନ କାହା ନିୟନ୍ତ୍ରଣରେ ରହିବ, ତାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ନାଇଡ଼ୁ ଓ ତାଙ୍କ ମନ୍ତ୍ରୀମାନେ ଯୁକ୍ତି କରୁଛନ୍ତି ଯେ, ପ୍ରତ୍ୟେକ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ସରକାରଙ୍କର ପୂର୍ଣ୍ଣ କ୍ଷମତା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ଅନେକ ସମୀକ୍ଷା ବୈଠକରେ ତାଙ୍କର କେତେକ ନିଷ୍ପତ୍ତି ଉପରେ ମୁଖ୍ୟ ଶାସନ ସଚିବ ଆପତ୍ତି ଉଠାଉଛନ୍ତି। ଏହି ବିବାଦ ଯୋଗୁ ଆଇଏଏସ୍‌ ଓ ଆଇପିଏସ୍‌ ଲବି ଦୁଇଭାଗରେ ବିଭକ୍ତ ହୋଇ ଯାଇଛନ୍ତି। ଫଳରେ ପ୍ରଶାସନିକ କାର୍ଯ୍ୟକଳାପରେ ଅନିଶ୍ଚୟତା ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁସାରେ ୧୯୮୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁବ୍ରମଣ୍ୟମ୍‌ଙ୍କୁ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ରାଜ୍ୟ ପ୍ରଶାସନର ପ୍ରତି କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି। କାରଣ ଚନ୍ଦ୍ରାବାବୁ ପ୍ରଶାସନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଏହି ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା ଆହୂତ ଆଇଏଏସ୍‌ ଅଫିସରମାନଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାପ ପକାଇ ବନ୍ଦ କରିଦିଆଯାଉଛି। ଯାହା ଜଣାପଡ଼ୁଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ।
ଅପାରଗ ବାବୁ ହଟିବେ
ସରକାରରେ ଥିବା ଅପାରଗ ବାବୁମାନଙ୍କୁ ହଟାଇବା ପାଇଁ ମୋଦି ସରକାର କାର୍ଯ୍ୟ କରିଆସୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ୨୦୧୫ରୁ ୨୦୧୮ ଚାରିବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧,୧୦୦ ଆଇଏଏସ୍‌ ଅଫିସରଙ୍କ ସର୍ଭିସ୍‌ ରେକର୍ଡର ସମୀକ୍ଷା କରିଛନ୍ତି। ଏହି ଅଫିସରମାନେ ୨୫ ବର୍ଷର ଚାକିରି କାଳ ପୂର୍ଣ୍ଣ କରିଛନ୍ତି କିମ୍ବା ୫୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସମୀକ୍ଷାର ଉଦ୍ଦେଶ୍ୟ ହେଉଛି ପ୍ରଶାସନରୁ ଅଣପ୍ରଦର୍ଶନକାରୀ ବା ଅପାରଗ ବାବୁମାନଙ୍କୁ ହଟାଇବା। ନିୟମାନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ସରକାର ସହ ପରାମର୍ଶ କରି ଏପରି ଅପାରଗ ବାବୁଙ୍କୁ ଜନସ୍ବାର୍ଥରେ ତିନିମାସର ଲିଖିତ ନୋଟିସ୍‌ ଦେଇ ବା ତିନିମାସର ଦରମା ଓ ଭତ୍ତା ଦେଇ ଅବସର ନେବା ପାଇଁ କହିପାରିବେ। ପ୍ରାପ୍ତ ସୂଚନା ଅନୁସାରେ ସମୀକ୍ଷା କରାଯାଇଥିବା ୧,୧୪୩ ଜଣ ଅଫିସରଙ୍କ ମଧ୍ୟରୁ ଛତିଶଗଡ଼ କ୍ୟାଡରର ଦୁଇଜଣ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଆଗ୍‌ମଟ କ୍ୟାଡରର ଜଣେ ଏବଂ ବିହାରର ଜଣେ- ଏହିପରି ଚାରିଜଣ ଅଫିସରଙ୍କୁ ଜନସ୍ବାର୍ଥରେ ଅବଧି ପୂର୍ବରୁ ଅବସର ନେବା ପାଇଁ କୁହାଯାଇଛି। ତେବେ କେନ୍ଦ୍ର ପକ୍ଷରୁ ସ୍ମାରକପତ୍ର ଦିଆଯିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର, କର୍ନାଟକ, କେରଳ, ତେଲେଙ୍ଗାନା, ତ୍ରିପୁରା ଓ ଉତ୍ତରାଖଣ୍ଡରେ ବାବୁମାନଙ୍କ ସର୍ଭିସ୍‌ ରେକର୍ଡର ଏପରି ସମୀକ୍ଷା କରାଯାଇ ନାହିଁ। କେନ୍ଦ୍ର ଉକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ସମୀକ୍ଷା କରିବା ପାଇଁ ଚାପ ପକାଇପାରନ୍ତି।
ବରିଷ୍ଠଙ୍କୁ ବାବୁଙ୍କ ବିରୋଧ
ଜଣେ ରାଜ୍ୟ ପ୍ରଶାସନିକ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କ ବିରୋଧରେ ଯିବା କ୍ୱଚିତ୍‌ ଦେଖିବାକୁ ମିଳେ। କିନ୍ତୁ ଜଣେ କର୍ନାଟକ ପ୍ରଶାସନିକ ଅଫିସର (କେଏଏସ୍‌) ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ଆଉ ନଅଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ରାଜ୍ୟ ମାନବାଧିକାର କମିଶନ ଆଗରେ ଅଭିଯୋଗ ଦାଏର କରିଛନ୍ତି। ରାଜ୍ୟରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ କାର୍ମିକ ଓ ପ୍ରଶାସନିକ ସଂସ୍କାର ବିଭାଗର ଅଫିସର କେ. ମାଥାଇ ଏକ ଜମି ଦୁର୍ନୀତି ଧରାପକାଇବା ଯୋଗୁ ଉକ୍ତ ବରିଷ୍ଠ ଅଫିସରମାନେ ତାଙ୍କ ବିରୋଧରେ ନିରବଚ୍ଛିନ୍ନ ମାନବାଧିକାର ଉଲ୍ଲଂଘନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ୧୦ ବର୍ଷରେ ତାଙ୍କୁ ୨୭ ଥର ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ମାନବାଧିକାର କମିଶନକୁ ଦେଇଥିବା ଅଭିଯୋଗପତ୍ରରେ ମାଥାଇ ମୁଖ୍ୟ ଶାସନ ସଚିବ ଟି.ଏମ୍‌. ବିଜୟ ଭାସ୍କର ଓ ଅନ୍ୟ ନଅଜଣ ଆଇଏଏସ୍‌ ଅଫିସର ତାଙ୍କର ମାନବାଧିକାର ଉଲ୍ଲଂଘନ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ତା’ଛଡ଼ା ତାଙ୍କ ପରି ଅନେକ କେଏଏସ୍‌ ଅଫିସରଙ୍କୁ ବରିଷ୍ଠ ଅଫିସର ଓ ରାଜନେତାମାନେ ହଇରାଣ ହରକତ କରୁଥିବା ସେ ଦର୍ଶାଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri