କ୍ଷତିଗ୍ରସ୍ତ ଗଁ। ବୁଲିଲେ କେନ୍ଦ୍ରୀୟ ଟିମ୍‌

ପୁରୀ ଅଫିସ/ସାକ୍ଷୀଗୋପାଳ, ୨୨ା୬(ଡି.ଏନ୍‌.ଏ.): ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍‌। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ବିଭିନ୍ନ ଗଁା ବୁଲିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏପରି କି ଲୋକଙ୍କ ସହ ଆଲୋଚନା କରି ସେମାନଙ୍କଠାରୁ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଛନ୍ତି। ଚାଷୀମାନେ ମଧ୍ୟ କେନ୍ଦ୍ରୀୟ ଟିମ୍‌କୁ ପାଖରେ ପାଇ ବାତ୍ୟାରେ ସେମାନଙ୍କର କ’ଣ କ’ଣ ଫସଲ ହାନି ହୋଇଛି ତାହା ଜଣାଇଛନ୍ତି। ପରେ ଜିଲା ପ୍ରଶାସନ ସହ ଏକ ବୈଠକରେ କେନ୍ଦ୍ରୀୟ ଟିମ୍‌ ଯୋଗଦେଇ ଜିଲାରେ ନଡ଼ିଆ, କାଜୁ ଜଙ୍ଗଲର କ୍ଷୟକ୍ଷତି, ଘରଭଙ୍ଗା ଏବଂ ପୁନଃ ଥଇଥାନର ସମୀକ୍ଷା କରିଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ଏହି ଟିମ୍‌ ପ୍ରଥମେ ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତର ଅଠେଇଶ ଗଁାରେ ପହଞ୍ଚତ୍ଥିଲେ। ଗ୍ରାମର ବାତ୍ୟା ବିପନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାଙ୍ଗି ପଡିଥିବା ଘର ଭିତରକୁ ଯାଇ ଲୋକଙ୍କ ଅବସ୍ଥା ଦେଖିଥିଲେ। ଏହି ସମୟରେ ରିଲିଫ୍‌ ଚାଉଳ, ଟଙ୍କା, ପଲିଥିନ ଆଦି ସରକାରୀ ସହାୟତା ମିଳିଛି କି ନାହିଁ ତାହା ପଚାରି ବୁଝିଥିଲେ। ଏ ସବୁ ସହାୟତା ମିଳିଥିବା ଲୋକେ କହିଥିଲେ। ପରେ ଗଁା ମଣ୍ଡପରେ ମହିଳା ଏବଂ ପୁରୁଷମାନଙ୍କୁ ଭେଟି କଣ କଣ ଫସଲ ସବୁ ନଷ୍ଟ ହୋଇଛି ସେ ବିଷୟରେ କଥା ହୋଇଥିଲେ। ସେମାନଙ୍କର ମୁଖ୍ୟ ଆୟ ନଡ଼ିଆ ଚାଷ ଉଜୁଡ଼ି ଯାଇଛି। ତେଣୁ ପରବର୍ତ୍ତୀ ଜୀବିକା ସମ୍ପର୍କରେ କଣ ଉଦ୍ୟମ କରୁଛନ୍ତି ବୋଲି ପଚାରିଥିଲେ। ବାତ୍ୟାରେ ନଷ୍ଟ ହୋଇଥିବା ନଡ଼ିଆ ଏବଂ ଗୁଆ ବଗିଚା ପାଇଁ ସହାୟତା ଦେବାକୁ ଗଁ। ଲୋକେ ଅନୁରୋଧ କରିଥିଲେ। ନଡ଼ିଆ ଚାଷ ପାଇଁ ସହାୟତା ଯୋଗାଇଦିଆଯିବ ବୋଲି କେନ୍ଦ୍ରୀୟ ଟିମ୍‌ ପ୍ରତିଶ୍ରୁତି ଦେଇଥିଲେ। ଅଠେଇଶ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ମରାମତି କାମର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରୀୟ ଟିମ୍‌ ଏହି ପଞ୍ଚାୟତର ବୀରଗୋବିନ୍ଦପୁର ଗଁାକୁ ଯାଇଥିଲେ। ଖରାଛୁଟି ପରେ ଶୁକ୍ରବାର ଖୋଲିଥିବା ବୀରଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କକ୍ଷ ପରିଦର୍ଶନ କରିଥିଲେ। ପିଲାମାନେ ପାଠ ପଢୁଥିବା ଟିମ୍‌ ଦେଖିବା ସହ ଶିକ୍ଷୟିତ୍ରୀମାନଙ୍କ ସହ ସ୍କୁଲର ସ୍ଥିତି ଏବଂ ପିଲାମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଟିମ୍‌ ପୁରୀ ସଦର ବ୍ଲକ ବୀରହରେକୃଷ୍ଣପୁର ପଞ୍ଚାୟତର କ୍ଷତିଗ୍ରସ୍ତ ଗଁ। ବୁଲି ଲୋକଙ୍କ ସହ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ।
ଏହାପରେ ସର୍କିଟ ହାଉସ୍‌ ପରିସରରେ ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଟିମ୍‌ ଯୋଗଦେଇଥିଲେ। ଜିଲାପାଳ ବଲୱନ୍ତ ସିଂ, ବିଭିନ୍ନ ବିଭାଗର ସଚିବ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପୁନରୁଦ୍ଧାର ଏବଂ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ। ବାତ୍ୟାରେ ଜିଲାର ୧,୭୭୨ଟି ଗ୍ରାମର ପ୍ରାୟ ୧୯ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ଲକ୍ଷ ୭୮ ହଜାର ବାସଗୃହ କ୍ଷତି ଏବଂ ଲକ୍ଷାଧିକ ପଶୁପକ୍ଷୀ ମରିଥିବା ନେଇ ଜିଲାପାଳ ଅବଗତ କରାଇଥିଲେ। ବାତ୍ୟା ସମୟରେ ୩୫୭ଟି ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ସୁରକ୍ଷିତ ରଖାଯାଇଥିଲା। ପୁନରୁଦ୍ଧାର କାର୍ଯ୍ୟରେ ପ୍ରାଥମିକ ଭବେ ୨ ଓଡ୍ରାଫ୍‌, ୩ ଏନ୍‌ଡିଆରଏଫ୍‌, ୧୨ଟି ଅଗ୍ନିଶମ ଦଳ, ୩୨ ଡାକ୍ତରୀ ଏବଂ ୪୫ ପଶୁଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ। ସେହିପରି ବାତ୍ୟାରେ ୧,୧୦୦ ପର୍ଯ୍ୟଟନ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ସେମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଭରଦ୍ୱାଜ ଗଣମାଧ୍ୟମକୁ କହିଥିଲେ ଯେ, ଏବେ ବି ବହୁତ କାମ ଚାଲିଛି, ଆହୁରି ଅନେକ କାମ ବାକି ଅଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ଓଡ଼ିଶାକୁ ସହାୟତା ପ୍ରଦାନ ଲାଗି ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଏହି ବୈଠକରେ କେନ୍ଦ୍ରୀୟ ଟିମ୍‌ର ଅନ୍ୟ ସଦସ୍ୟଙ୍କ ସହ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ, କୃଷି ବିଭାଗ ନିର୍ଦ୍ଦେଶକ ଡ. ଏସ୍‌. ମୁଥୁକୁମାର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri