କ୍ଷତିଗ୍ରସ୍ତ ଗଁ। ବୁଲିଲେ କେନ୍ଦ୍ରୀୟ ଟିମ୍‌

ପୁରୀ ଅଫିସ/ସାକ୍ଷୀଗୋପାଳ, ୨୨ା୬(ଡି.ଏନ୍‌.ଏ.): ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍‌। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ବିଭିନ୍ନ ଗଁା ବୁଲିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏପରି କି ଲୋକଙ୍କ ସହ ଆଲୋଚନା କରି ସେମାନଙ୍କଠାରୁ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଛନ୍ତି। ଚାଷୀମାନେ ମଧ୍ୟ କେନ୍ଦ୍ରୀୟ ଟିମ୍‌କୁ ପାଖରେ ପାଇ ବାତ୍ୟାରେ ସେମାନଙ୍କର କ’ଣ କ’ଣ ଫସଲ ହାନି ହୋଇଛି ତାହା ଜଣାଇଛନ୍ତି। ପରେ ଜିଲା ପ୍ରଶାସନ ସହ ଏକ ବୈଠକରେ କେନ୍ଦ୍ରୀୟ ଟିମ୍‌ ଯୋଗଦେଇ ଜିଲାରେ ନଡ଼ିଆ, କାଜୁ ଜଙ୍ଗଲର କ୍ଷୟକ୍ଷତି, ଘରଭଙ୍ଗା ଏବଂ ପୁନଃ ଥଇଥାନର ସମୀକ୍ଷା କରିଛନ୍ତି।
ଶୁକ୍ରବାର ପୂର୍ବାହ୍ନରେ ଏହି ଟିମ୍‌ ପ୍ରଥମେ ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତର ଅଠେଇଶ ଗଁାରେ ପହଞ୍ଚତ୍ଥିଲେ। ଗ୍ରାମର ବାତ୍ୟା ବିପନ୍ନ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାଙ୍ଗି ପଡିଥିବା ଘର ଭିତରକୁ ଯାଇ ଲୋକଙ୍କ ଅବସ୍ଥା ଦେଖିଥିଲେ। ଏହି ସମୟରେ ରିଲିଫ୍‌ ଚାଉଳ, ଟଙ୍କା, ପଲିଥିନ ଆଦି ସରକାରୀ ସହାୟତା ମିଳିଛି କି ନାହିଁ ତାହା ପଚାରି ବୁଝିଥିଲେ। ଏ ସବୁ ସହାୟତା ମିଳିଥିବା ଲୋକେ କହିଥିଲେ। ପରେ ଗଁା ମଣ୍ଡପରେ ମହିଳା ଏବଂ ପୁରୁଷମାନଙ୍କୁ ଭେଟି କଣ କଣ ଫସଲ ସବୁ ନଷ୍ଟ ହୋଇଛି ସେ ବିଷୟରେ କଥା ହୋଇଥିଲେ। ସେମାନଙ୍କର ମୁଖ୍ୟ ଆୟ ନଡ଼ିଆ ଚାଷ ଉଜୁଡ଼ି ଯାଇଛି। ତେଣୁ ପରବର୍ତ୍ତୀ ଜୀବିକା ସମ୍ପର୍କରେ କଣ ଉଦ୍ୟମ କରୁଛନ୍ତି ବୋଲି ପଚାରିଥିଲେ। ବାତ୍ୟାରେ ନଷ୍ଟ ହୋଇଥିବା ନଡ଼ିଆ ଏବଂ ଗୁଆ ବଗିଚା ପାଇଁ ସହାୟତା ଦେବାକୁ ଗଁ। ଲୋକେ ଅନୁରୋଧ କରିଥିଲେ। ନଡ଼ିଆ ଚାଷ ପାଇଁ ସହାୟତା ଯୋଗାଇଦିଆଯିବ ବୋଲି କେନ୍ଦ୍ରୀୟ ଟିମ୍‌ ପ୍ରତିଶ୍ରୁତି ଦେଇଥିଲେ। ଅଠେଇଶ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ମରାମତି କାମର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ରୀୟ ଟିମ୍‌ ଏହି ପଞ୍ଚାୟତର ବୀରଗୋବିନ୍ଦପୁର ଗଁାକୁ ଯାଇଥିଲେ। ଖରାଛୁଟି ପରେ ଶୁକ୍ରବାର ଖୋଲିଥିବା ବୀରଗୋବିନ୍ଦପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କକ୍ଷ ପରିଦର୍ଶନ କରିଥିଲେ। ପିଲାମାନେ ପାଠ ପଢୁଥିବା ଟିମ୍‌ ଦେଖିବା ସହ ଶିକ୍ଷୟିତ୍ରୀମାନଙ୍କ ସହ ସ୍କୁଲର ସ୍ଥିତି ଏବଂ ପିଲାମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଟିମ୍‌ ପୁରୀ ସଦର ବ୍ଲକ ବୀରହରେକୃଷ୍ଣପୁର ପଞ୍ଚାୟତର କ୍ଷତିଗ୍ରସ୍ତ ଗଁ। ବୁଲି ଲୋକଙ୍କ ସହ କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ।
ଏହାପରେ ସର୍କିଟ ହାଉସ୍‌ ପରିସରରେ ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଟିମ୍‌ ଯୋଗଦେଇଥିଲେ। ଜିଲାପାଳ ବଲୱନ୍ତ ସିଂ, ବିଭିନ୍ନ ବିଭାଗର ସଚିବ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପୁନରୁଦ୍ଧାର ଏବଂ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ। ବାତ୍ୟାରେ ଜିଲାର ୧,୭୭୨ଟି ଗ୍ରାମର ପ୍ରାୟ ୧୯ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ଲକ୍ଷ ୭୮ ହଜାର ବାସଗୃହ କ୍ଷତି ଏବଂ ଲକ୍ଷାଧିକ ପଶୁପକ୍ଷୀ ମରିଥିବା ନେଇ ଜିଲାପାଳ ଅବଗତ କରାଇଥିଲେ। ବାତ୍ୟା ସମୟରେ ୩୫୭ଟି ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ସୁରକ୍ଷିତ ରଖାଯାଇଥିଲା। ପୁନରୁଦ୍ଧାର କାର୍ଯ୍ୟରେ ପ୍ରାଥମିକ ଭବେ ୨ ଓଡ୍ରାଫ୍‌, ୩ ଏନ୍‌ଡିଆରଏଫ୍‌, ୧୨ଟି ଅଗ୍ନିଶମ ଦଳ, ୩୨ ଡାକ୍ତରୀ ଏବଂ ୪୫ ପଶୁଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ। ସେହିପରି ବାତ୍ୟାରେ ୧,୧୦୦ ପର୍ଯ୍ୟଟନ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ସେମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଭରଦ୍ୱାଜ ଗଣମାଧ୍ୟମକୁ କହିଥିଲେ ଯେ, ଏବେ ବି ବହୁତ କାମ ଚାଲିଛି, ଆହୁରି ଅନେକ କାମ ବାକି ଅଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ଓଡ଼ିଶାକୁ ସହାୟତା ପ୍ରଦାନ ଲାଗି ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଏହି ବୈଠକରେ କେନ୍ଦ୍ରୀୟ ଟିମ୍‌ର ଅନ୍ୟ ସଦସ୍ୟଙ୍କ ସହ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ, କୃଷି ବିଭାଗ ନିର୍ଦ୍ଦେଶକ ଡ. ଏସ୍‌. ମୁଥୁକୁମାର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri