Posted inଖେଳ

କ୍ରୀଡ଼ା ମନ୍ତ୍ରଣାଳୟ-ଜାତୀୟ କ୍ରୀଡ଼ା ମହାସଂଘ ବୈଠକ

ନୂଆଦିଲ୍ଲୀ, ୧୭ା୪ (ପି.ଟି.)- କ୍ରୀଡ଼ା ମନ୍ତ୍ରଣାଳୟ ଓ ୧୧ରୁ ଅଧିକ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ବର୍ତ୍ତମାନ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ବୈଠକରେ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଭବିଷ୍ୟତ ଯୋଜନା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହା ଏକ ନିୟମିତ ବୈଠକ ଥିଲା। ମନ୍ତ୍ରଣାଳୟ ଇତିମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ହକି ଇଣ୍ଡିଆ, ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ସମେତ ଅନ୍ୟ କେତେକ କ୍ରୀଡ଼ା ମହାସଂଘ ସହିତ ଆଲୋଚନା କରିସାରି ଥିବା ମନ୍ତ୍ରଣାଳୟର ଜଣେ ଅଫିସିଆଲ କହିଛନ୍ତି। ଅନ୍ୟ କ୍ରୀଡ଼ା ମହାସଂଘଗୁଡ଼ିକ ସହ ଆଲୋଚନା ଜାରି ରହିବ ବୋଲି ସେ କହିଛନ୍ତି। ଗୁରୁବାର ବୈଠକରେ ହ୍ୟାଣ୍ଡବ୍‌ଲ, ଟେନିସ୍‌, ସ୍କ୍ବାଶ, ବାସ୍କେଟବଲ, ସ୍ପେଶିିଆଲ ଅଲିମ୍ପିକ୍ସ ଭାରତ ଭଲିବଲ୍‌, ଉଷୁ, ୟାଚିଂ, କାୟାକିଂ ଓ କାନୋଇଂ, କବାଡ଼ି ଏବଂ ଅଲ୍‌ ଇଣ୍ଡିଆ ୟୁନିଭର୍ସିଟି (ଏଆଇୟୁ)ର ଦୁଇ ଜଣ ଲେଖାଏଁ ଅଫିସିଆଲଙ୍କ ସହ କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା ଆଲୋଚନା କରିଥିଲେ। ଜୁଲାନିୟାଙ୍କ ସହିତ ଆଲୋଚନାରେ ଭାଗ ନେଇଥିବା ଜଣେ ଏନ୍‌ଏସ୍‌ଏଫ୍‌ର ପ୍ରତିନିଧି କହିଛନ୍ତି ମନ୍ତ୍ରଣାଳୟ ଏସିଆନ ଗେମ୍ସ ବ୍ୟତୀତ ୨୦୨୪ ଓ ୨୦୮୨ ଅଲିମ୍ପିକ୍ସ ସମେତ ଅନ୍ୟାନ୍ୟ ଇଭେଣ୍ଟଗୁଡ଼ିକ ଲାଗି ଆମର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବାକୁ ଚାହିଁଥିଲା। ଟୋକିଓ ଅଲିମ୍ପିକ୍ସ ଆହୁରି ମଧ୍ୟ ୨୦୨୧କୁ ଘୁଞ୍ଚତ୍ୟାଇଛି। ସମସ୍ତ ଜାତୀୟ ମହାସଂଘ ଏନେଇ ମନ୍ତ୍ରଣାଳୟଠାରୁ କ’ଣ ଆଶା କରୁଛନ୍ତି ତାହା ଦର୍ଶାଇଥିଲେ। ଅନ୍ୟପକ୍ଷରେ ମନ୍ତ୍ରଣାଳୟ କୋଚ୍‌ମାନଙ୍କ ଟ୍ରେନିଂ ପ୍ରୋଗ୍ରାମ ବିକଶିତ କରିବା ସହ ଁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସି ସେଣ୍ଟରମାନ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିବା ଅଫିସିଆଲ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri