Posted inTrending

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା ୬ ଉଇକେଟ୍‌ରେ UAEକୁ ପରାସ୍ତ କରିଛି। UAE ପକ୍ଷରୁ ଦିଆଯାଇଥିବା ୩୩୦ ରନ୍‌ର ବିଶାଳ ଲକ୍ଷ୍ୟକୁ ଆମେରିକା ମାତ୍ର ୪ ଉଇକେଟ ହରାଇ ଏବଂ ୭ଟି ବଲ ବାକି ଥାଇ ହାସଲ କରିଛି।
ଏହା ସହିତ ଏହା ଆମେରିକାର ଦିନିକିଆ କ୍ରିକେଟ୍‌ ଇତିହାସର ସର୍ବବୃହତ ରନ ଚେଜ ହୋଇଛି। ଏହା ପୂର୍ବରୁ ଆମେରିକା କେବେ ବି ଦିନିକିଆରେ ୩୦୦ରୁ ଅଧିକ ରନ୍‌ର ଲକ୍ଷ୍ୟ ସଫଳତାର ସହ ହାସଲ କରି ନ ଥିଲା। ଆମେରିକାର ଏହି ଐତିହାସିକ ବିଜୟର ହିରୋ ଥିଲେ ମିଲିନ୍ଦ କୁମାର। ସେ ମାତ୍ର ୮୪ଟି ବଲ୍‌ରେ ଅପରାଜିତ ୧୧୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ପଞ୍ଚମ ଶତକ।

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମିଲିନ୍ଦଙ୍କ ଧମାକାଦାର ବ୍ୟାଟିଂ ଯୋଗୁ ଆମେରିକା ୩୩୦ ରନ୍‌ର ଲକ୍ଷ୍ୟକୁ ସହଜରେ ପାର କରିଥିଲା। ତାଙ୍କ ସହ ଶୁଭମ ରଞ୍ଜାନେ ମଧ୍ୟ ଅପରାଜିତ ୫୭ ରନ କରିଥିଲେ। ଉଭୟ ପଞ୍ଚମ ଉଇକେଟ ପାଇଁ ଅପରାଜିତ ୧୬୦ ରନ୍‌ର ମ୍ୟାଚ ବିଜୟୀ ଭାଗିଦାରୀ କରିଥିଲେ। ମିଲିନ୍ଦ ନିଜ ଇନିଂସରେ ୫ଟି ବିଶାଳ ଛକା ମାରିଥିଲେ। ଏହା ସହିତ ସେ ଆମେରିକା ପକ୍ଷରୁ ପୁରୁଷ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି।

ମିଲିନ୍ଦଙ୍କ ନାମରେ ଏବେ ଦିନିକିଆରେ ମୋଟ ୩୮ଟି ଛକା ରହିଛି। ସେ ମୋନାଙ୍କ ପଟେଲଙ୍କ ୩୪ ଛକାର ରେକର୍ଡକୁ ପଛରେ ପକାଇଛନ୍ତି। ଆରୋନ ଜୋନ୍ସ ୩୨ଟି ଛକା ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ୩୩୦ ରନ ଚେଜ କରିବା ଆମେରିକାର ଦିନିକିଆ କ୍ରିକେଟ୍‌ରେ ଇତିହାସରେ ସର୍ବବୃହତ ସଫଳ ରନ ଚେଜ। ଏହା ପୂର୍ବରୁ ଆମେରିକାର ସର୍ବାଧିକ ସଫଳ ରନ ଚେଜ ଥିଲା ୨୯୪/୭, ଯାହା ୨୦୨୪ରେ ଏହି ଡଲାସ ମଇଦାନରେ ନେପାଳ ବିପକ୍ଷରେ ହାସଲ କରିଥିଲା। ସେହିପରି ୱାଲର୍‌ଡ କପ ଲିଗ-୨ ଇତିହାସରେ ମଧ୍ୟ ଏହା ଦ୍ୱିତୀୟ ସର୍ବବୃହତ ସଫଳ ରନ ଚେଜ ହୋଇଛି।

UAE ବିପକ୍ଷରେ ଏହି ଦମଦାର ବିଜୟ ପରେ ଆମେରିକା ୱାଲର୍‌ଡ କପ ଲିଗ-୨ର ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନକୁ ଉଠିଛି। ଲିଗ-୨ରେ ଦଳର ଦୃଢ଼ ପ୍ରଦର୍ଶନ ଯୋଗୁ ଆମେରିକା ପୂର୍ବରୁ ହିଁ ଦିନିକିଆ ବିଶ୍ୱକପ୍‌ କ୍ୱାଲିଫାୟର୍‌ ପାଇଁ ଯୋଗ୍ୟତା ହାସଲ କରିସାରିଛି। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ସ୍ଥାନ ପାଇବା ଆମେରିକାର ଆଶା ଏହି ବିଜୟ ପରେ ଆହୁରି ମଜଭୁତ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?