Posted inଖେଳ

କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌

୨୦୧୯ ବର୍ଷର ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ଯୋଗୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିଲା। ୨୦୧୧ରେ ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଘରୋଇ ବ୍ୟାଟ୍ସମ୍ୟାନ ଇଆନ ବେଲ୍‌ ବିବାଦୀୟ ରନ୍‌ଆଉଟ୍‌ ଶିକାର ହୋଇଥିଲେ। କିନ୍ତୁ ଧୋନୀ ଟିମ୍‌ ଇଣ୍ଡିଆର ଆଉଟ୍‌ ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ଘଟଣାଟି ଏଭଳି ଥିଲା କି, ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କ ଓଭରର ଅନ୍ତିମ ବଲକୁ ଇଆନ ମୋର୍ଗାନ ମିଡ୍‌ଅନ ଅଞ୍ଚଳକୁ ଖେଳିଥିଲେ। ବଲକୁ ଫିଲ୍ଡର ବାଉଣ୍ଡରି ପୂର୍ବରୁ ରୋକି ଦେଇଥିଲେ। କିନ୍ତୁ ଏକଥା ଜଣା ନ ଥିଲା ବେଲ୍‌ଙ୍କୁ। ସେ କ୍ରିଜ୍‌ ବାହାରେ ବୁଲୁ ଥିବାବେଳେ ଫିଲ୍ଡର ପ୍ରବୀଣ କୁମାରଙ୍କ ଥ୍ରୋ ସଂଗ୍ରହ କରି ଧୋନୀ ରନ୍‌ଆଉଟ୍‌ କରିଥିଲେ। ଏହାକୁ ଅମ୍ପାୟର ମଧ୍ୟ ଆଉଟ୍‌ ଘୋଷଣା କରିଥିଲେ। ଏହାପରେ ମ୍ୟାଚ୍‌ର ଚା’ ପାନ ବିରତିବେଳେ ଇଂଲଣ୍ଡ ଦଳର ଅନୁରୋଧ କ୍ରମେ ଧୋନୀ ଭାରତୀୟ ଦଳର ଅପିଲକୁ ପ୍ରତ୍ୟାହାର କରିନେଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୩୧୯ ରନ୍‌ରେ ପରାସ୍ତ ହୋଇଥିଲା। ବିଜୟୀ ଦଳ ପାଇଁ ବେଲ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri