Posted inଖେଳ

କୋହଲିଙ୍କ ଭଳି ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ପାଇଁ ମିଳିଥିଲା ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌

୨୦୧୯ ବର୍ଷର ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମିଳିଛି। ତାଙ୍କ ଭଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଗୋଟିଏ ନିଷ୍ପତ୍ତି ଯୋଗୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିଲା। ୨୦୧୧ରେ ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଘରୋଇ ବ୍ୟାଟ୍ସମ୍ୟାନ ଇଆନ ବେଲ୍‌ ବିବାଦୀୟ ରନ୍‌ଆଉଟ୍‌ ଶିକାର ହୋଇଥିଲେ। କିନ୍ତୁ ଧୋନୀ ଟିମ୍‌ ଇଣ୍ଡିଆର ଆଉଟ୍‌ ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ଘଟଣାଟି ଏଭଳି ଥିଲା କି, ଭାରତୀୟ ପେସର ଇଶାନ୍ତ ଶର୍ମାଙ୍କ ଓଭରର ଅନ୍ତିମ ବଲକୁ ଇଆନ ମୋର୍ଗାନ ମିଡ୍‌ଅନ ଅଞ୍ଚଳକୁ ଖେଳିଥିଲେ। ବଲକୁ ଫିଲ୍ଡର ବାଉଣ୍ଡରି ପୂର୍ବରୁ ରୋକି ଦେଇଥିଲେ। କିନ୍ତୁ ଏକଥା ଜଣା ନ ଥିଲା ବେଲ୍‌ଙ୍କୁ। ସେ କ୍ରିଜ୍‌ ବାହାରେ ବୁଲୁ ଥିବାବେଳେ ଫିଲ୍ଡର ପ୍ରବୀଣ କୁମାରଙ୍କ ଥ୍ରୋ ସଂଗ୍ରହ କରି ଧୋନୀ ରନ୍‌ଆଉଟ୍‌ କରିଥିଲେ। ଏହାକୁ ଅମ୍ପାୟର ମଧ୍ୟ ଆଉଟ୍‌ ଘୋଷଣା କରିଥିଲେ। ଏହାପରେ ମ୍ୟାଚ୍‌ର ଚା’ ପାନ ବିରତିବେଳେ ଇଂଲଣ୍ଡ ଦଳର ଅନୁରୋଧ କ୍ରମେ ଧୋନୀ ଭାରତୀୟ ଦଳର ଅପିଲକୁ ପ୍ରତ୍ୟାହାର କରିନେଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୩୧୯ ରନ୍‌ରେ ପରାସ୍ତ ହୋଇଥିଲା। ବିଜୟୀ ଦଳ ପାଇଁ ବେଲ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri