କୋଲକାତାକୁ ସ୍ଥାନାନ୍ତର ହେବ ଟାଟାସ୍ପଞ୍ଜ ମୁଖ୍ୟ କାର୍ଯ୍ୟାଳୟ

ଯୋଡ଼ା,୨୩।୭(ଡି.ଏନ.ଏ.)-ଖଣିଜ ସମ୍ପଦ ପ୍ରାଚୁର୍ଯ୍ୟରେ ଭରା ଓଡିଶା ରାଜ୍ୟ ଜାତୀୟ ସମ୍ପଦର ମାଲିକାନା ଅନୁଯାୟୀ ଫାଇଦା ମିଳି ନ ଥିବା ବେଳେ ରାଜ୍ୟର ସର୍ବବୃହତ ଟାଟାସ୍ପଞ୍ଜ ଆଇରନ୍‌ ଲିମିଟେଡ କମ୍ପାନୀ ନିଜର ନାମ ପରିବର୍ତ୍ତନ କରି ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ ରଖିଛି। ଏହି କମ୍ପାନୀ ନିଜର ମୂଳ କାର୍ଯ୍ୟାଳୟକୁ ଓଡିଶାରୁ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର କରୁଥିବା ଜଣାପଡିଛି। ଏହି କମ୍ପାନୀ ଓଡିଶାରୁ ଖଣିଜ ସମ୍ପଦ ନେଇ ନିଜ ଶିଳ୍ପରେ ବ୍ୟବହାର କରିବ କିନ୍ତୁ ଓଡିଶା ସରକାରଙ୍କ ନିୟମ ଓ କଟକ ହାଇକୋର୍ଟଙ୍କ କ୍ଷେତ୍ରାଧିକାର ମଧ୍ୟରେ ନଆସି ପଶ୍ଚିମବଙ୍ଗ ସରକାର ଓ ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟଙ୍କ କ୍ଷେତ୍ରାଧିକାର ମଧ୍ୟରେ ରହିବ। ଟାଟା ସ୍ପଞ୍ଜର ଏପରି ଓଡିଶା ବିରୋଧୀ ଅର୍ଥନୈତିକ ନୀତିକୁ ବିଭିନ୍ନ ମହଲରେ ଲୋକମାନେ ନିନ୍ଦା ଓ ବିରୋଧ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁଝରର ଆଇନଜୀବୀ ସତ୍ୟଜିତ ନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଥିଯୋଗୁ ଓଡିଶାର ରାଜସ୍ବ କ୍ଷତି ନିଶ୍ଚିତ ଭାବେ ହେବ। ପ୍ରଥମତଃ ଯଦି କମ୍ପାନୀ ଟ୍ୟାନ ନମ୍ବର ନୂଆକରି କରିଥିବ ତାହାଲେ ଆମ ରାଜ୍ୟର ଇନକମ୍‌ ଟ୍ୟାକ୍ସ ଟିଡିଏସ କ୍ଷତି ହେବ ା ସେହିପରି କମ୍ପାନୀ ଆକ୍ଟରେ ଅନେକ ଜିନିଷର ପରିବର୍ତ୍ତନ ହେବାରୁ ରାଜ୍ୟର ରାଜସ୍ବ କ୍ଷତି ହେବା ସ୍ବାଭାବିକ ବୋଲି କହିଛନ୍ତି। ଏ ସମ୍ପର୍କରେ ଟାଟା ସ୍ପଞ୍ଜ କର୍ପୋରେଟ ଅଧିକାରୀ ଶୀତଳ ସ୍ବାଇଁଙ୍କୁ ପଚାରିବାରୁ କମ୍ପାନୀ ସେକ୍ରେଟାରୀଙ୍କ ସହିତ ଏବାବଦରେ ବିଚାର ବିମର୍ଶ କରିବା ପରେ ତଥ୍ୟ ଦେବେ ବୋଲି କହିଛନ୍ତି। ପ୍ରକାଶ ଯେ, ଯୋଡା ବ୍ଲକ ବିଲେଇପଦାଠାରେ ଟାଟାସ୍ପଞ୍ଜର ଏହି କାରଖାନାଟି ୧୯୮୨ ମସିହାରେ ପଞ୍ଜୀକୃତ ହୋଇଥିଲା। ଏହି କାରଖାନାରେ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରନ୍ତି। ଏହି କାରଖାନାକୁ ସ୍ପଞ୍ଜ ଆଇରନ ତିଆରି କରିବା ପାଇଁ ଯୋଡା ଖଣି ମଣ୍ଡଳରେ ଥିବା ଟାଟା କମ୍ପାନୀର ଖଣ୍ଡବନ୍ଧ ଖଣିକୁ କଞ୍ଚା ମାଲ ଆସେ। ଏହି କମ୍ପାନୀ ଝାଡଖଣ୍ଡର ଉଷା ମାର୍ଟିନ୍‌ ନାମକ କମ୍ପାନୀକୁ ମଧ୍ୟ ଆପଣାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri