Posted inଖେଳ

କୋଭିଡ-୧୯ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍ ସ୍ଥଗିତ

ଭୁବନେଶ୍ୱର, ୪.୩(କ୍ରୀଡ଼ା ପ୍ରତିନିଧି)-
ଆସନ୍ତା ନଭେମ୍ବର ରେ ଭାରତର ୪ଟି ସ୍ଥାନରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପକୁ ସ୍ଥଗିତ ରଖାଯାଇଛି। ବିଶ୍ଵ ଫୁଟବଲ୍ ର ସର୍ବୋଚ୍ଚ ସଂସ୍ଥା ଫିଫାର ପରାମର୍ଶ କ୍ରମେ ସର୍ବଭାରତୀୟ ଫୁଟବଲ ଫେଡେରେଶନ ଓ ସ୍ଥାନୀୟ ଆୟୋଜକ କମିଟି ପକ୍ଷରୁ ଶନିବାର ଏହା ପ୍ରକାଶ କରା ଯାଇଛି। କରୋନା ଭାଇରସ ସଂକ୍ରମଣ ସାରା ବିଶ୍ବରେ ମହାମାରୀ ଭଳି ପରିସ୍ଥିତି ସ୍ରୁଷ୍ଟି କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଶ୍ୱକପ୍ ନଭେମ୍ବର ୨ରୁ ୨୧ ତାରିଖ ମଧ୍ୟରେ ଭାରତର ୫ ଟି ସ୍ଥାନ ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେ ଗୁଡିକ ହେଲା ଭୁବନେଶ୍ୱର, କୋଲକାତା, ଗୁଆହାଟି, ଅହମ୍ମଦାବାଦ୍ ଓ ନଭି ମୁମ୍ବାଇ।
ଏହି ବିଶ୍ଵକପ ରେ ଆୟୋଜକ ଭାରତ ସମେତ ବିଶ୍ଵ ର ୧୬ ଟି ଦେଶ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। ପ୍ରଥମ ଥର ପାଇଁ ଭାରତ ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲା। ଫିଫା କନଫେଡେ଼ରେଶନ୍ ୱର୍କି ଗ୍ରୁପ୍ ଏ ନେଇ ନିଷ୍ପତ୍ତି ନେଇଛି। ବିଶ୍ଵକପ୍ ନୂଆ କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ ବୋଲି ଫିଫା କହିଛି।
ଅନ୍ୟ ପଟେ ଫିଫା ଏଭଳି ନିଷ୍ପତ୍ତି ନେବା ବୋଲି ଆଶା କରାଯାଉ ଥିଲା ବୋଲି ଏଆଇଏଫଏଫ କହିଛି। କୋଭିଡ଼ ୧୯ କାରଣରୁ ପ୍ରାୟ ଅଧିକାଂଶ ଖେଳ ବାତିଲ କିମ୍ବା ସ୍ଥଗିତ ହୋଇଛି। ତେଣୁ ଏହି ବିଶ୍ଵ କପ୍ ସ୍ଥଗିତ ହୋଇଛି। ଆମକୁ ଏହାକୁ ଗ୍ରହଣ କରିବାକୁ ହେବା ବୋଲି ଏଆଇ ଏଫ୍ ଏଫ୍ ସାଧାରଣ ସମ୍ପାଦକ କୁସଲ୍ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs ENG: ତୃତୀୟ ODI ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା; ନିର୍ଣ୍ଣାୟକ ମ୍ୟାଚରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଶେଷ ମ୍ୟାଚ…

ବିସିସିଆଇ ଅଧିକାରୀଙ୍କ ସହ ସାକ୍ଷାତ କଲେ ରୋହିତ ଶର୍ମା; ଜାଣନ୍ତୁ କ’ଣ ହେଲା ବୈଠକରେ

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଗଣମାଧ୍ୟମରେ ଗୁରୁବାର ପ୍ରକାଶିତ ଖବରରୁ ଭାରତୀୟ କ୍ରିକେଟ ହଇଚଇ ସୃଷ୍ଟି ହୋଇଥିଲା ଯେଉଁଥିରେ ଦାବି କରାଯାଇଥିଲା ଯେ ୧୯ ଜୁଲାଇରେ ଲର୍ଡସରେ ଇଂଲଣ୍ଡ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

ପରସ୍ପର କଥା ହେଉନାହାନ୍ତି କି କୋହଲି-ଗମ୍ଭୀର: କୋଚ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୭।୭: ବିରାଟ କୋହଲି ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବହୁତ ସମୟ ଧରି କଳ୍ପନାଜଳ୍ପନା ଚାଲିଛି। ଗତ ବର୍ଷ…

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri