Posted inଖେଳ

କୋଭିଡ-୧୯: ହରଭଜନ, ସ୍ତ୍ରୀ ଗୀତା ୫,୦୦୦ ପରିବାରଙ୍କୁ ଖୁଆଇବେ

ନୂଆଦିଲ୍ଳୀ, ୬।୪(ପି.ଟି.)- ଭାରତୀୟ ପୂର୍ବତନ ଅଫ୍‌- ସ୍ପିନର ହରଭଜନ ସିଂ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବାସ୍ରା ତାଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ ୫,୦୦୦ ପରିବାରକୁ ଖୁଆଇବେ ବୋଲି କଥା ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବା ବେଳେ ଏହା ଦ୍ୱାରା ପ୍ରଭାବିତ ପରିବାରଙ୍କୁ ଖାଦ୍ୟ ଦେବାର ଆବଶ୍ୟକତା ଅଛି ବୋଲି ସେ ହୃଦୟଙ୍ଗମ କରିଛନ୍ତି। କେବଳ ଭାରତରେ ଏହି ଭାଇରସ୍‌ ଦ୍ୱାରା ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ଓ ୭୦ ଜଣ ମୃତ୍ୟୁବରଣ କରିଛନ୍ତି। ଜଳନ୍ଧରରେ ରହୁଥିବା ୫,୦୦୦ ପରିବାରକୁ ଆମେ ରାଶନ ଦେବୁ। ଏହି କଷ୍ଟକର ସମୟରେ ଯେଉଁମାନେ ସେମାନଙ୍କ ପରିବାରକୁ ଖୁଆଇବା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କୁ ଆମେ ସାହାଯ୍ୟ କରିବୁ । ଆମେ ଏହି ପରିବାରଗୁଡିକୁ ସାହାଯ୍ୟ ଓ ସମର୍ଥନ ଜାରି ରଖିବୁ ଓ ସେମାନଙ୍କ ବୋଝ କମ୍‌ କରିବାକୁ ପ୍ରୟାସ କରିବୁ ବୋଲି ହରଭଜନ କହିଛନ୍ତି। ମୁମ୍ବାଇରେ ରହି ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ମୋର ନିକଟତମ ବନ୍ଧୁ ୫୦୦ଟି ପରିବାରକୁ ଶୁଖଲା ରାଶନ ପ୍ରଦାନ କରିଛନ୍ତି। ପଞ୍ଜାବ ପୋଲିସ୍‌ର ଡିସିଙ୍କ ସହିତ ଫୋନ୍‌ରେ ଆଲୋଚନା କରିଛି ଓ ତାଙ୍କ କହିବା ଅନୁଯାୟୀ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଯେପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ୍‌ ନ ହୋଇଛି, ସେ ପର୍ଯ୍ୟନ୍ତ ଗୃହହୀନ ଓ ବେରୋଜଗାର ଲୋକଙ୍କୁ ଖାଦ୍ୟ ଯୋଗାଇବେ ବୋଲି ୩୯ ବର୍ଷୀୟ ହରଭଜନ କହିଛନ୍ତି। ୫ କେ.ଜି. ଚାଉଳ, ଅଟା, ତେଲ ଓ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ବଣ୍ଟନ କରାଯିବ। ପଞ୍ଜାବ ପୋଲିସ୍‌ ଓ ପିଲା ବେଳର ବନ୍ଧୁମାନଙ୍କ ଦ୍ୱାରା ଏହା ସମ୍ଭବ ହେବ। ତେବେ ବହୁତ କାର୍ଯ୍ୟ ବାକି ରହିଛି ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri