Posted inଖେଳ

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ ଆୟୋଜନ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌କୁ ମଧ୍ୟ ବାତିଲ କ ରାଯାଇଛି। ଏହି ଶୁଟିଂ ବିଶ୍ୱକପ୍‌ ପ୍ରଥମେ ମାର୍ଚ୍ଚ ୧୫ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବାର ଠିକ୍‌ ୪ ଦିନ ପୂର୍ବରୁ ଏହା ମେଗା ଇଭେଣ୍ଟକୁ ମେ’ ମାସକୁ ଘୁଞ୍ଚାଇ ଦିଆଯାଇଥିଲା। କୋଭିଡ-୧୯ ମହାମାରୀ କାରଣରୁ ନୂଆଦିଲ୍ଲୀ ଆୟୋଜକ କମିଟି ଏହି ରାଇଫଲ/ ପିସ୍ତଲ ଓ ଶଟ୍‌ଗନ ବିଶ୍ୱକପ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଛି ବୋଲି ବିଶ୍ୱ ଶୁଟିଂର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) କହିଛି।
ଗତ ମାସ ଇଭେଣ୍ଟକୁ ସ୍ଥଗିତ ରଖିବା ପରେ ବିଶ୍ୱକପ୍‌କୁ ଦୁଇଟି ଭାଗରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ପ୍ରତିଯୋଗିତାକୁ ମେ ୫ରୁ ୧୩, ଶଟ୍‌ଗନ୍‌ ପ୍ରତିଯୋଗିତାକୁ ଜୁନ୍‌ ୨ରୁ ୯ ତାରିଖ ମଧ୍ୟ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ପରେ ଶଟ୍‌ଗନ୍‌ ପ୍ରତିଯୋଗିତାକୁ ମେ ୨୦ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶେଷରେ ଆଇଏସ୍‌ଏସ୍‌ଏଫ୍‌ ଓ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ଟୁର୍ନାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ଟୁର୍ନମେଣ୍ଟ ଆୟୋଜନ ନ କରିବାକୁ ଏନ୍‌ଆଇଏଆଇ ଉପରେ ଚାପ ପଡୁଥିଲା। କେବଳ ସେତିକି ନୁହଁ ଆଇଏସ୍‌ଏସ୍‌ଏଫ୍‌ ଆଜରବୈଜାନର ବାକୁରେ ଜୁନ୍‌ ୨ରୁ ଜୁଲାଇ ୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ବିଶ୍ୱକପ୍‌କୁ ମଧ୍ୟ ବାତିଲ କରିଛି।
ଆମ ଆଥଲେଟ, ଅଫିସିଆଲ, ଷ୍ଟାଫ୍‌ ଓ ଶୁଟିଂ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ଏନ୍‌ଆରଏଆଇ ତରଫରୁ କୁହାଯାଇଛି। ଜୁନ୍‌ରେ ଆୟୋଜନ ହେବାକୁ ଥିବା ମ୍ୟୁନିକ୍‌ ବିଶ୍ୱକପ୍‌କୁ ବାତିଲ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ୩ଥର ଅଲିମ୍ପିକ୍‌ ପଦକ ଜିତିଥିବା ତାରକା ଶୁଟର ରାଜମୋଣ୍ଡ ଡେଭେବେକ୍‌ ନୂଆଦିଲ୍ଲୀ ବିଶ୍ୱକପ୍‌କୁ ବାତିଲ କରିବାକୁ ଅପିଲ କରିଥିଲେ। ଡେବେଭେକ୍‌ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମଧ୍ୟ ୫ଥର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri