କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ କିଛି ଦିନ ଆଗରୁ ଘର ସଫା କାର୍ଯ୍ୟ ସାରିଦେଇଥିବା ବେଳେ ଦୀପାବଳି ଦିନ ଘରକୁ ରଙ୍ଗୋଲି, ଫୁଲ ଓ ଦୀପରେ ସଜେଇ ଥାଆନ୍ତି। ହେଲେ ଜାଣିଛନ୍ତି କି, ଏହି ସୁନ୍ଦର ପର୍ବ କେବେଠାରୁ ଆରମ୍ଭ ହୋଇଛି; ତାହାର ପାଳନକୁ ନେଇ ବହୁ ଭିନ୍ନ ଭିନ୍ନ ପୌରାଣିକ କାହାଣୀ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି …
ରାମଙ୍କ ଅଯୋଧ୍ୟା ଆଗମନ: ପୌରାଣିକ ମତରେ ଭଗବାନ୍‌ ଶ୍ରୀରାମ ଯେତେବେଳେ ଲଙ୍କାପତି ରାବଣଙ୍କୁ ବଧ କରି ୧୪ ବର୍ଷର ବନବାସ ସାରି ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ସାଙ୍ଗରେ ଘେନି ଅଯୋଧ୍ୟା ଫେରିଥିଲେ, ସେତେବେଳେ ରାଜ୍ୟବାସୀ ବହୁ ଖୁସି ମନାଇଥିଲେ। ଏଥିପାଇଁ ସବୁ ଗଁା ଓ ନଗରରେ ସେମାନେ ଦୀପ ଜଳାଇ ତାଙ୍କୁ ସ୍ବାଗତ କରିଥିଲେ। ସେହି ଦିନଠାରୁ ଅନ୍ଧକାର ଉପରେ ଆଲୋକର ବିଜୟକୁ ଦୀପାବଳି ଭାବେ ପାଳନ କରାଯାଇ ଆସୁଛି।
ଧନନ୍ତ୍ୱରୀ ପ୍ରକଟ: ସେହିପରି ପୌରାଣିକ ମତ ଅନୁସାରେ ସତ୍ୟଯୁଗରେ ହିଁ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ୍‌ ଧନତେରାସ୍‌ ଦିନ ସମୁଦ୍ର ମନ୍ଥନରୁ ଧନନ୍ତ୍ୱରୀ ଅମୃତ କଳସ ନେଇ ଆବିର୍ଭାବ ହୋଇଥିଲେ। ତେବେ ତାଙ୍କର ଏହି ଜନ୍ମଦିନକୁ ଧନତେରାସ୍‌ ଭାବେ ପାଳନ କରାଯାଏ। ଏହାପରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଦୀପ ଉତ୍ସର୍ଗ କରାଯାଇଥିବାରୁ ଏହାକୁ ଦୀପାବଳି ପର୍ବ କୁହାଯାଏ।
ପାଣ୍ଡବଙ୍କ ଆଗମନ: ଦୀପାବଳିକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣାଯାଏ। ଏହା ପଞ୍ଚୁପାଣ୍ଡବଙ୍କ ସହିତ ମଧ୍ୟ ଯୋଡି ହୋଇଛି। ଯେତେବେଳେ ପାଣ୍ଡବମାନେ ବନବାସ ସାରି ଘରକୁ ଫେରିଥିଲେ, ସେହିଦିନ ନଗରବାସୀ ଖୁସିରେ ଉତ୍‌ଫୁଲ୍ଲିତ ହୋଇପଡ଼ିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ନଗରସାରା ଦୀପ ପ୍ରଜ୍ୱଳନ କରିଥିଲେ। ସେହି ଦିନଠାରୁ ଦୀପାବଳିର ଆରମ୍ଭ ବୋଲି କୁହାଯାଏ।
ଶ୍ରୀକୃଷ୍ଣଙ୍କ ନରକାସୁର ବଧ: ଭଗବାନ୍‌ ଶ୍ରୀକୃଷ୍ଣ ସ୍ତ୍ରୀ ସତ୍ୟଭାମାଙ୍କ ସହାୟତାରେ ଅସୁର ରାଜା ନରକାଙ୍କୁ ବଧ କରିଥିଲେ। କାରଣ ନରକା ସୁର ଜଣେ ମହିଳାଙ୍କ ହସ୍ତରେ ବଧ ହେବାକୁ ଅଭିଶାପ ଥିଲା। ଯୋଗକୁ ସେହିଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ପଡ଼ିଥିଲା। ତେବେ ନରକା ସୁରର ଆତଙ୍କ ଓ ଅତ୍ୟାଚାରରୁ ମୁକ୍ତି ମିଳିବା ଖୁସିରେ ଲୋକେ ଦୀପୋତ୍ସୋବ କରିଥିବା ବେଳେ ତା ପରଦିନ ଦୀପାବଳି ଉତ୍ସବ ପାଳନ କରିଥିଲେ।
ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା: ସାଧାରଣତଃ ଦୀପାବଳି ଦିନ ଭଗବାନ୍‌ ଗଣେଶ ଓ ମା’ ଲକ୍ଷ୍ମୀଙ୍କୁ ଏକାସାଙ୍ଗରେ ପୂଜା କରାଯାଇ ଶୁଭ କାମନା କରାଯାଇଥାଏ। କାରଣ ଭଗବାନ୍‌ ଗଣେଶ ଜ୍ଞାନର ଦେବତା ହୋଇଥିବା ବେଳେ ମା’ ଲକ୍ଷ୍ମୀ ଧନର ଦେବୀ। ତେଣୁ ସମସ୍ତେ ଜାଣନ୍ତି ଜୀବନରେ ଧନ ବିନା ବିଦ୍ୟା ଏବଂ ବିଦ୍ୟା ବିନା ଧନ ଅସମ୍ପୂର୍ଣ୍ଣ। ତେଣୁ ଉକ୍ତ ତିଥିରେ ଉଭୟ ଦେବତାଙ୍କୁ ପୂଜା କରି ଧନ ଏବଂ ବିଦ୍ୟାର ଅଧିକାରୀ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri