କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୮ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଲିଜ୍‌ସୁତ୍ରରେ ପଞ୍ଜୀକରଣ କରାଯାଇଛି ା ରାୟଗଡା ଜିଲାପାଳ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅତିରିକ୍ତ କମିଶନର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏହି ପଞ୍ଜୀକରଣ ପ୍ରକ୍ରିୟା ହୋଇଛି ା ଗୁଣପୁର ତହସିଲଦାର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲ ଏହି ପ୍ରକ୍ରିୟାରେ ଦସ୍ତାବିଜ୍‌ କାର୍ଯ୍ୟ ଚୂଡ଼ାନ୍ତ କରିଥିଲେ ା ଜମି ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଣପୁରଠାରେ ଖୋଲିବା ନେଇ ପଥ ପରିସ୍କାର ହୋଇଛି ା ଯାହା ଗୁଣପୁର ଲୋକଙ୍କ ପାଇଁ ଖୁସିରଖବର ହୋଇଛି ା ଚଳିତ ଶିକ୍ଷାବର୍ଷରୁ ଗୁଣପୁରଠାରେ ଶିକ୍ଷାଦାନ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ା
ରାୟଗଡା ଜିଲା ଗୁଣପୁରଠାରେ ୨୦୧୩ରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନୁଧ୍ୟାନ କରାଯାଉଥିଲା ା ଏହି ସମୟ ମଧ୍ୟରେ ଅନେକ ଥର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି ା ହେଲେ ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲେଞ୍ଜ ମେଥଡରେ ଖୋଲିବା ନେଇ ଘୋଷଣା ହୋଇଥିଲା ା ୨୦୧୭ ମାର୍ଚ୍ଚ ୧୭ ତାରିଖରେ ରାୟଗଡା ଜିଲା ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଥିଲା ା ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୭ ମାର୍ଚ୍ଚ ୩୦ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ୨୦୧୭ ଜୁନ ୩୦ ସୁଧା ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାୟଗଡା ଜିଲାପାଳଙ୍କୁ କୁହାଯାଇଥିଲା ା ଏହିକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ପ୍ରତିନିଧି ଦଳ ୨୦୧୭ ଏପ୍ରିଲ ୮ ତାରିଖରେ ଗୁଣପୁର ଆସି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ରାୟଗଡା ଯାଇ ଜିଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ା ସଂଗଠନର ସମସ୍ତ ଦାବି ମୁତାବକ ଜିଲା ପ୍ରଶାସନ ଆନୁଷଙ୍ଗିକ ସୁବିଧାସୁଯୋଗ ଦେଇଥିଲେ ା ଶେଷରେ ୨୦୧୭ ମେ ୩୧ ତାରିଖରେ ସଂଗଠନ ଆଞ୍ଚଳିକ ଶାଖା ଭୁବନେଶ୍ୱରର ଡେପୁଟି କମିଶନର ଜି.ଭି.ଏଲ. ଜଗନ୍ନାଥ ଗୁଣପୁର ଆସି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ ା ଉକ୍ତ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁଣପୁର ଗସ୍ତ କରି ବିଦ୍ୟାଳୟ ଓଡିଶା ଶାଖା ମୁଖ୍ୟଙ୍କ ସହ ଆଲୋଚନା ପରେ ତୁରନ୍ତ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ପ୍ରତିଶୃତି ଦେଇଥିଲେ ା ୨୦୧୮ ଏପ୍ରିଲ ୨୦ ତାରିଖରେ ରାୟଗଡା ଜିଲାପାଳଙ୍କ ନିକଟକୁ ପୁଣି ଏକ ପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ଆସିଥିଲା। ଯେଉଁଥିରେ ନୂତନ ମଞ୍ଜୁରି ମିଳିଲେ ଗୁଣପୁରଠାରେ ଏହା ଖୋଲିବ ବୋଲି ଉଲ୍ଲେଖ ରହିଥିଲା ା ଯାହା ସେ ସମୟରେ ଗୁଣପୁରବାସୀଙ୍କୁ ଶକ୍ତ ଆଘାତ ଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri