କେନ୍ଦ୍ରାପଡ଼ା ପ୍ରଶାସନର ଅଭିନବ ପ୍ରୟାସ :ଚିହ୍ନଟ ହେବେ ପାଣି ପାଇପ ମିସ୍ତ୍ରି

କେନ୍ଦ୍ରାପଡା ଅଫିସ, ୯ା୯- ଦେଶବିଦେଶରେ କାମ କରୁଥିବା କେନ୍ଦ୍ରାପଡା ଜିଲାର ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟୀକରଣ ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ଏନେଇ ଜିଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଜିଲା ଶ୍ରମ ବିଭାଗ, ପଞ୍ଚାୟତ ଓ ଏନ୍‌ଜିଓ ମାଧ୍ୟମରେ ଏହି କାରିଗରଙ୍କ ପରିଚୟ ସଂଗ୍ରହ କରାଯିବ ା ଏଥିସହ ପ୍ରତି ଶ୍ରମିକଙ୍କୁ ଜିଲା ପ୍ରଶାସନ ସହ ଯୋଗାଯୋଗ ରଖିବାକୁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯିବ ବୋଲି ଜିଲାପାଳ ବର୍ମା ସୂଚନା ଦେଇଛନ୍ତି ା ପାଣିପାଇପ ମିସ୍ତ୍ରିଙ୍କ ପ୍ରସଙ୍ଗରେ କେନ୍ଦ୍ରାପଡ଼ା ଜିଲା ଆଗୁଆ ା ଗତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଉଲ୍ଲେଖ କରିଥିଲେ ା ତେବେ ଜିଲାର କର୍ମକୁଶଳୀଙ୍କ ସଂଖ୍ୟା ଓ ପରିଚୟ ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ ା ଦେଶ ବିଦେଶରେ କାର୍ଯ୍ୟ କରିବା ସମୟରେ ନିର୍ଯାତନାର ଶିକାର ହେଉଥିବା ଘଟଣା ଲୋକଲୋଚନକୁ ଆସିବା ପରେ ସେଠାରୁ ଫେରାଇ ଆଣିବା କଷ୍ଟକର ହୋଇପଡ଼େ। ଏ ସମ୍ପର୍କରେ ବର୍ମା କୁହନ୍ତି, ଜିଲାର ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ବ୍ଲକରେ ୮୦ ହଜାରରୁ ଊର୍ଦ୍ଧ୍ୱ ପାଣି ପାଇପ ମିସ୍ତ୍ରି ରହିଛନ୍ତି। ସେମାନେ ଦେଶ ଓ ବିଦେଶରେ ରହି ଏହି କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି ା ତେବେ ସେମାନଙ୍କ ପରିଚୟ ଓ କାର୍ଯ୍ୟସ୍ଥଳୀର ସୂଚନା ଜିଲା ପ୍ରଶାସନ ନିକଟରେ ରହୁ ନ ଥିବାରୁ ବିଭିନ୍ନ ଆପାଦକାଳୀନ ସ୍ଥିତି ସମୟରେ ସେମାନଙ୍କ ସହ ଯୋଗାଯୋଗ କରିହେଉନାହିଁ ା ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥି, ଠିକାଦାର, ବିଲଡ୍‌ରଙ୍କ ଜରିଆରେ ପାଣିପାଇପ୍‌ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ମାତ୍ର ବହୁ ସମୟରେ ସେମାନେ ନିର୍ଯାତନାର ଶିକାର ହେଉଥିବା ଖବର ନଜରକୁ ଆସିଥାଏ। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ରହିଥିବାବେଳେ ତଥ୍ୟ ଅଭାବରୁ ଯୋଗାଯୋଗ ହୋଇପାରି ନ ଥାଏ।
ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାହାପଡ଼ାଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲମ୍ବିଂ ଟେକ୍ନୋଲୋଜି (ଏସଆଇପିଟି)ରେ ପୁରାତନ ଓ ନୂତନ ମିସ୍ତ୍ରିଙ୍କ ପରିଚୟ ସବୁ ମଗାଯାଇଛି ା କାରିଗରଙ୍କ ଡାଟାବେସ ପ୍ରସ୍ତୁତ ହେବା ପରେ ଟୋଲ ଫ୍ରି ନମ୍ବର ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ା
ଏସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଜିଲାପାଳଙ୍କ ଏହି ଉଦ୍ୟମ ଜିଲାର ବହୁ ଦାଦନ ଶ୍ରମିକଙ୍କ ପାଇଁ ବରଦାନ ସଦୃଶ ହେବ ା ଜିଲାର ଏହି କୁଶଳୀ କାରିଗରମାନେ ଦିଲ୍ଲୀ, କଲିକତା ଭଳି ସହରାଞ୍ଚଳ ଛଡା ବିଦେଶରେ ମଧ୍ୟ କାର୍ଯ୍ୟକରି ନିଜର ପ୍ରତିଭାର ପରିଚୟ ଦେଇପାରିଛନ୍ତି।
ତେବେ କ୍ଷୋଭର ବିଷୟ, ଦେଶ ବିଦେଶରେ ରହୁଥିବା ଏହି କାରିଗରମାନେ ଖୁବ୍‌ କମ୍‌ ରୋଜଗାର କରିଥାନ୍ତି। ସେମାନେ ବହୁ ସମୟରେ ଭିସା, ପାସପୋର୍ଟ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ନିର୍ଯାତନା ଶିକାର ହୋଇଥିବା ଘଟଣା ବହୁ ସମୟରେ ପଦାକୁ ଆସିଥାଏ। ପୂର୍ବରୁ ବୈଷୟିକ ଜ୍ଞାନ କୌଶଳର ସାର୍ଟିଫିକେଟ ସମସ୍ୟା ଥିବାବେଳେ ପଟ୍ଟାମୁଣ୍ଡାଇ ପ୍ଲମ୍ବିଂ ଇନଷ୍ଟିଚ୍ୟୁଟ କାର୍ଯ୍ୟକାରୀ ହେବାପରେ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ା ଏସମ୍ପର୍କରେ ଶ୍ରମିକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ପାଣି ପାଇପ ମିସ୍ତ୍ରିଙ୍କ ଚିହ୍ନଟ ପରେ କୁଶଳୀ କାରିଗର ଭାବେ ଜିଲା ଶ୍ରମ ବିଭାଗରେ ନିଜର ନାମ ପଞ୍ଜୀକରଣ କରିପାରିବେ ା ଫଳରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?