କେନ୍ଦୁପତ୍ର ଗୋଦାମ ପୋଡ଼ିଲେ ମାଓବାଦୀ: ୧ କୋଟି ୯୧ ଲକ୍ଷ ୧୫ ହଜାର ଟଙ୍କାର ପତ୍ର ନଷ୍ଟ

ଚନ୍ଦାହାଣ୍ଡି, ୩୧।୫ (ଡି.ଏନ୍‌.ଏ.)
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧସ୍ଥିତ କେନ୍ଦୁପତ୍ର ଗୋଦାମକୁ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ନିଅଁା ଲଗାଇ ଦେଇଥିବା କେନ୍ଦୁପତ୍ର ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗୁରୁବାର ବିଳମ୍ବିତ ରାତିରେ ୩୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ଦେଓବନ୍ଧ କେନ୍ଦୁପତ୍ର ଗୋଦାମକୁ ଯାଇଥିଲେ। ପାଖାପାଖି ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ କେନ୍ଦୁପତ୍ର ଗୋଦାମ ପାଚେରି ଚତୁଃପାର୍ଶ୍ୱରେ ଜଗି ରହିଥିବା ବେଳେ ୧୦ ମାଓବାଦୀ ଗୋଦାମ ଭିତରେ ପ୍ରବେଶ କରିଥିଲେ। ଗୋଦାମ ସମ୍ମୁଖରେ ଥିବା କାର୍ଯ୍ୟାଳୟରେ ପହଞ୍ଚି କବାଟ ବାଡେଇଥିଲେ। ଚନ୍ଦାହାଣ୍ଡି କେନ୍ଦୁପତ୍ର ବିଭାଗର ଗାର୍ଡ କୃଷ୍ଣ ଚନ୍ଦ୍ର ପୂଜାରୀ, ଦଣ୍ଡାମୁଣ୍ଡା ଫରେଷ୍ଟର ସନ୍ତୋଷ କୁମାର ଶିରା ଓ ରାତ୍ର ଜଗୁଆଳି ଘାସିରାମ ପୁତ୍ତର୍ର୍ି ବାହାରକୁ ଆସିଥିଲେ। ମାଓବାଦୀମାନେ ସେମାନଙ୍କୁ ଦୂରକୁ ଡାକିନେଇ ହିନ୍ଦୀ ଭାଷାରେ କଥା ହୋଇଥିଲେ। ଆମ୍ଭେ ତୁମ୍ଭମାନଙ୍କର କିଛି କରିବୁ ନାହିଁ, ତୁମର ଠିକାଦାର କିଏ ଓ କେଉଁଠି ରହୁଛି ବୋଲି ପଚାରିଥିଲେ। ଠିକାଦାର ଏଠି ରହୁନାହିଁ କହିବାରୁ କେନ୍ଦୁପତ୍ର ଗୋଦାମର ଚାବି ମାଗିଥିଲେ। ଚାବି ଆମପାଖରେ ନାହିଁ ବୋଲି ସେମାନେ କହିଥିଲେ। ଏହା ପରେ ମାଓବାଦୀମାନେ ଗୋଦାମର ତାଲା ଭାଙ୍ଗି ନିଅଁା ଲଗାଇଦେଇଥିବା ଉକ୍ତ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ମାଓବାଦୀମାନେ ଚାଲିଯିବା ପରେ କର୍ମଚାରୀମାନେ ରେଞ୍ଜର ଚକ୍ରଧର ରାଜୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେ ପୋଲିସ ଏବଂ ବିଏସ୍‌ଏଫ୍‌ଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ରାତି ପ୍ରାୟ ୨ଟାରୁ ନିଆଁ ଲିଭାଇବାରେ ନିୟୋଜିତ ହୋଇ ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାକୁ ଆୟତ୍ତ କରିଥିଲେ। ଉକ୍ତ ଗୋଦାମର ୯ଟି ଗୃହରେ ୨୦୧୭ ମସିହାର ୧୫୭୫ ବସ୍ତା ରହିଥିଲା। ଚଳିତ ବର୍ଷର କେନ୍ଦୁପତ୍ର ମିଶି ମୋଟ ୧ କୋଟି ୯୧ ଲକ୍ଷ ୧୫ ହଜାର ଟଙ୍କାର ପତ୍ର ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହେଇଯାଇଛି। ଚନ୍ଦାହାଣ୍ଡି ଥାନା ଅଧିକାରୀ ବି.ଏମ୍‌. ସେଠୀ ଓ ବିଏସ୍‌ଏଫ୍‌ ଯବାନ ଘଟଣାର ତଦନ୍ତ କରୁଛନ୍ତି। ସନ୍ତୋଷ କୁମାର ଶୀରା ଏ ସମ୍ପର୍କରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଥାନାରେ ନଂ. ୪୬/୧୯ରେ ମାମଲା ରୁଜୁ ହୋଇଛି। ଇନ୍ଦାଗାଁଓ ମାଓବାଦୀ ଏରିଆ କମିଟି ମୁଖ୍ୟ ଲଳିତା ଓ ତାଙ୍କ ସହକର୍ମୀମାନେ ଏହା କରିଥିବା ଉମରକୋଟ ଏସିଡିପିଓ ହରେକୃଷ୍ଣ ପାଢୀ ସୂଚନା ଦେଇଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ଘଟଣାଟି ପ୍ରଥମ ଥର ପାଇଁ ହୋଇଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?