କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ଏଏପି ୬୨ ଆସନରେ ବିଜୟୀ ହେବାକୁ ଯାଉଥିବାବେଳେ ଭାଜପା ୮ ଆସନରେ ସୀମିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ହାଇପ୍ରୋଫାଇଲ ନେତା ଭାଜପା ପାଇଁ ଜୋର୍‌ଦାର ପ୍ରଚାର କରିଥିଲେ ହେଁ ୫ ବର୍ଷର ବ୍ୟବଧାନରେ ମାତ୍ର ୫ଟି ଆସନ ଅଧିକ ହାତେଇବାରେ ସକ୍ଷମ ହୋଇଛି। ୨୦୧୫ ନିର୍ବାଚନରେ ଏହି ଦଳକୁ ୩ଟି ଆସନ ମିଳିଥିଲା। ଅନ୍ୟପକ୍ଷରେ ଦିଲ୍ଲୀକୁ ୧୫ ବର୍ଷ ଶାସନ କରିଥିବା କଂଗ୍ରେସ ଗତଥର ଭଳି ଏଥର ମଧ୍ୟ ଖାତା ଖୋଲିପାରିନାହିଁ। ଏହାର ଅଧିକାଂଶ ପ୍ରାର୍ଥୀ ଅମାନତ ହରାଇଛନ୍ତି।
ତୃତୀୟ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କେଜ୍‌ରିଓ୍ବାଲ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଭାରତୀୟ ରାଜସ୍ବ ସେବାରେ ଯୋଗଦେଇଥିଲେ। ୯ ବର୍ଷ ପୂର୍ବେ ୨୦୧୧ରେ ସେ ସାମାଜିକକର୍ମୀ ଆନ୍ନା ହାଜାରେଙ୍କ ଲୋକପାଳ ଆନ୍ଦୋଳନରେ ସାମିଲ ହୋଇ ଦିଲ୍ଲୀର ସାଧାରଣ ଲୋକଙ୍କ ନିକଟରେ ଲୋକପ୍ରିୟତା ହାସଲ କରିବା ସହ ରାଜନୀତି ପାଇଁ ମୂଳଦୁଆ ପକାଇଥିଲେ। ସେ ଏକ ରାଜନୈତିକ ଦଳ ଗଠନ କରି ଏହାର ନାମ ଆମ୍‌ ଆଦ୍‌ମୀ ପାର୍ଟି ରଖିଲେ। ଏହି ନାଁ ହିଁ ତାଙ୍କ ପ୍ରତି ଜନତାଙ୍କ ସମର୍ଥନ ବଢ଼ାଇଲା। ଏବେ ଏଏପି ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଯାଉଛି।
ମଫଲରମ୍ୟାନ୍‌ ଭାବେ ପରିଚିତ କେଜ୍‌ରିଓ୍ବାଲ ୨୦୧୨ ନଭେମ୍ବର ୨୬ରେ ଏଏପି ଗଠନ କରି ଏହାର ଆବାହକ ରହିଥିଲେ। ରାଜନୈତିକ ଦଳ ଗଠନକୁ ଆନ୍ନା ବିରୋଧ କରିଥିଲେ। ତେବେ ଲୋକପାଳ ଆନ୍ଦୋଳନକୁ ସଫଳ କରିବାକୁ ହେଲେ ପ୍ରତ୍ୟକ୍ଷ ରାଜନୈତିକ ସମ୍ପୃକ୍ତି ଜରୁରୀ ବୋଲି କେଜ୍‌ରିଓ୍ବାଲ କହିଥିଲେ। ଏଏପି ଏକ ବିକଳ୍ପ ରାଜନୈତିକ ମାସ୍କଟ ଭାବେ ଉଭା ହୋଇଥିଲା। ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉକ୍ତ ଦଳ ୨୮ ଆସନରେ ଜିତି ଦ୍ୱିତୀୟ ବୃହତ ଦଳର ମାନ୍ୟତା ହାସଲ କରିଥିଲା। କଂଗ୍ରେସର ସର୍ତ୍ତମୂଳକ ସମର୍ଥନରେ କେଜରିଓ୍ବାଲ ପ୍ରଥମ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିଥିଲେ। ମାତ୍ର ୪୯ ଦିନ କ୍ଷମତାରେ ରହିବା ପରେ ସେ ୨୦୧୪ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିବର୍ଷ ବାରାଣସୀ ଆସନରୁ ଭାଜପା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନ ଲଢ଼ି ୩,୭୦,୦୦୦ ଭୋଟରେ ପରାଜିତ ହୋଇଥିଲେ। ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ୬୭ ଆସନରେ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଓ କେଜ୍‌ରିଓ୍ବାଲ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ରେ ପଞ୍ଜାବ ଓ ଗୋଆ ନିର୍ବାଚନରେ ଏଏପି ପ୍ରାର୍ଥୀ ଦେଇଥିଲେ ହେଁ ସଫଳ ହୋଇ ନ ଥିଲା। ଗତବର୍ଷ ମେ’ରେ ହୋଇଥିବା ଲୋକ ସଭା ନିର୍ବାଚନରେ ଏଏପି ଦିଲ୍ଲୀରେ ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇ ନ ଥିଲା। ତେବେ କେଜ୍‌ରିଓ୍ବାଲ ଜୋରଦାର ପ୍ରଚାର ଚଳାଇ ସବୁ ବର୍ଗର ଲୋକଙ୍କ ମନ ଜିଣିପାରିଥିଲେ। ଏଥର ସେ ସରକାରଙ୍କ ଗତ ୫ ବର୍ଷର ବିକାଶମୂଳକ କାର୍ଯ୍ୟ ଓ ସଫଳତାକୁ ନେଇ ଭୋଟରଙ୍କ ପାଖକୁ ଯାଇଥିଲେ। ଏଥିସହିତ କ୍ଷମତାକୁ ଫେରିଲେ ଡିଟିସି ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା ଦେବା ସହ ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ବିଜୁଳି ଏବଂ ୨୦, ୦୦୦ ଲିଟର ପାଣି ମାଗଣା ଯୋଗାଇଦେବା ଏବଂ ସହରରେ୧.୪ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବେ ବୋଲି ଏଏପି ନେତା ପ୍ରତିଶ୍ରୁତି ଦେଇଥିଲେ। ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁ ନ ଥିବାରୁ ସେ ଏହି ଦଳକୁ କଡ଼ା ସମାଲୋଚନା କରିଥିଲେ।
ରମନ୍‌ ମାଗ୍‌ସେସ ପୁରସ୍କାର ବିଜୟୀ କେଜ୍‌ରିଓ୍ବାଲଙ୍କ ଜନ୍ମ ୧୯୬୮ ଅଗଷ୍ଟ ୧୬ରେ ହରିୟାଣାର ହିସାରରେ ହୋଇଥିଲା। ତାଙ୍କ ବାପା ଗୋବିନ୍ଦ ରାମ କେଜ୍‌ରିଓ୍ବାଲ ଓ ମାଆ ଗୀତା ଦେବୀ। ସରଳ ସ୍ବଭାବର ଏହି ରାଜନେତାଙ୍କୁ ତାଙ୍କ ପରିବାର ସବୁବେଳେ ସମର୍ଥନ ଦେଇଆସିଛି। ସେ ତାଙ୍କ ମାଆବାପା, ସ୍ତ୍ରୀ ସୁନୀତା ଓ ଦୁଇପିଲାଙ୍କ ସହିତ ରହୁଛନ୍ତି। ମଙ୍ଗଳବାରର ବିଜୟ ସୁନୀତାଙ୍କ ଜନ୍ମଦିନରେ ଭେଟି ବୋଲି କୁହାଯାଉଛି।

ଭଙ୍ଗ ହେଲା ଦିଲ୍ଲୀ ବିଧାନସଭା

ଦିଲ୍ଲୀ ନିର୍ବାଚନ ମତଗଣନା ଚାଲିଥିବାବେଳେ ଉପରାଜ୍ୟପାଳ ଅନିଲ ବୈଜଲ ମଙ୍ଗଳବାର ରାଜ୍ୟ ଷଷ୍ଠ ବିଧାନସଭାକୁ ଭଙ୍ଗ କରିଛନ୍ତି। ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ହସ୍ତଗତ ହେବ ପରେ ସପ୍ତମ ବିଧାନସଭା ଗଠନ ଲାଗି ନୂଆ ନିର୍ଦ୍ଦେଶନାମା ଜାରି ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏବେ ଜାତୀୟ ରାଜନୀତି ଉପରେ ଆଖି

ଦିଲ୍ଲୀରେ ଏଏପି ତୃତୀୟଥର ବିଜୟ ପରେ ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନଜର ଏବେ ଜାତୀୟ ରାଜନୀତି ଉପରେ ରହିଥିବା କୁହାଯାଉଛି। ଭୋଟ ଗଣତିରେ ଏଏପି ସପକ୍ଷରେ ଜନାଦେଶ ଆସୁଥିବାବେଳେ ଦଳୀୟ କାର୍ଯ୍ୟାଳୟରେ ଏକ ବଡ଼ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ସନ୍ଦେଶ ଥିଲା, ରାଷ୍ଟ୍ର ନିର୍ମାଣ ପାଇଁ ଏଏପି ସହ ଯୋଡ଼ି ହୁଅନ୍ତୁ। ଦଳର ବରିଷ୍ଠ ନେତା ଗୋପାଲ ରାଏ କହିଛନ୍ତି, ଲୋକେ ଭାଜପାର ଘୃଣା ରାଜନୀତିକୁ ଜବାବ ଦେଇଛନ୍ତି। ଏଏପି ଆଗାମୀ ୫ ବର୍ଷ କେବଳ ଦିଲ୍ଲୀରେ କ୍ଷମତରେ ରହିବ ନାହିଁ। ଏହାସହ ସାରା ଦେଶରେ ସଙ୍ଗଠନ ବିସ୍ତାର କରିବ। ଏହି ରାଜନୀତି ଜାତୀୟ ରାଜଧାନୀରେ ଆଉ ସୀମିତ ହୋଇ ନ ରହି ବହୁ ଦୂରକୁ ଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

୯୦ ସେକେଣ୍ଡର ଭାଷଣ କଂଗ୍ରେସ ଦଳ ଏବଂ ଇଣ୍ଡିଆ ମେଣ୍ଟରେ ଆତଙ୍କ ସୃଷ୍ଟି କରିଛ: ମୋଦି

ଜୟପୁର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନର ଟୋଙ୍କାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସ...

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri