କେକେଙ୍କ ଗୀତରେ ଦର୍ଶକ ମତୁଆଲା

କଟକ ଅଫିସ, ୨୦-୧୧:‘ୟାରୋ ଦୋସ୍ତି ବଡିହି ହସିନ୍‌ ହେ, ୟେ ନା ହୋ ତୋ କ୍ୟା ଫିର ବୋଲୋ ୟେ ଜିନ୍ଦେଗି ହେ’ ଗୀତରେ ମତୁଆଲା ହୋଇଛନ୍ତି ଦର୍ଶକ। ବାଲିଯାତ୍ରା ପଡିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନାଥ(କେକେ)ଙ୍କ ସଙ୍ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। କେକେଙ୍କ ଗୀତ ଶୁଣିବା ପାଇଁ ମଙ୍ଗଳବାର ମଞ୍ଚ ନିକଟରେ ଦର୍ଶକଙ୍କ ଭିଡ ହୋଇଥିଲା। ପ୍ରାୟ ୨ଘଣ୍ଟା ଧରି କେକେଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ। ବେଜାନ ଦିଲକୋ ତେରେ ଇସ୍କ ନେ ଜିନ୍ଦା କିୟା, କିୟୁଁ ଆଜ୍‌ କଲ୍‌ ହମ ନିନ୍ଦ କମ ଖ୍ବାଓ୍‌ବ ଜ୍ୟାଦା ହେ ଆଦି ରୋମାଣ୍ଟିକ ଗୀତ ତାଳେ ତାଳେ ଯୁବପିଢ଼ି ଷ୍ଟେଜ ସମ୍ମୁଖରେ ନାଚିଥିଲେ। ସେହିପରି ବାଲିଯାତ୍ରା ପଡିଆର ମହାନଦୀ ମଞ୍ଚରେ ନଟରାଜ ଡ୍ୟାନ୍ସ ଗ୍ରୁପର କଳାକାରମାନେ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରିଥିଲେ। କଳାତୀର୍ଥ ଅନୁଷ୍ଠାନ ପକ୍ଷରୁ ପରିବେଷଣ କରାଯାଇଥିବା ପାରମ୍ପରିକ ଲୋକ ନୃତ୍ୟରେ ଦର୍ଶକ ଆନମନା ହୋଇଥିଲେ। ଏଥିସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଉପ ଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ପୋଲିସ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ସିଏମ୍‌ସି କମିଶନର ଅନନ୍ୟା ଦାସ, ଟ୍ରାଫିକ ଡିସିପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ। ସୁଲଗ୍ନା ଓ ଶୁଭମ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri