କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନାହାନ୍ତି, ଫେରୁଛନ୍ତି ରୋଗୀ

କୁଜଙ୍ଗ,୩ା୩(ଡି.ଏନ.ଏ.): କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଶତାଧିକ ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗୁରୁତର ରୋଗୀ ରହୁଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀ ଚିକିତ୍ସା ସେବା ନ ପାଇ ନିରାଶରେ ଫେରୁଛନ୍ତି। କାରଣ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। କେତେକ ରୋଗୀ ଫେରିଯାଇ ଘରୋଇ ଡାକ୍ତରଖାନାକୁ ଯାଉଥିବାଳେ ଅନ୍ୟ କେତେକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାହା ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ବହିଃବିଭାଗରେ ଦେଖିବାକୁ ମିଳିଥିଲା। ଜଣେ ହେଲେ ଡାକ୍ତର ରୋଗୀ ଦେଖିବାକୁ ଆସି ନ ଥିଲେ। ଫଳରେ ଏଠାରେ ଥିବା ଫାର୍ମାସିଷ୍ଟ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ବହିଃବିଭାଗରେ ବସି ରୋଗୀ ଦେଖି ଔଷଧ ଲେଖିଥିଲେ। ସେହିପରି ଜଣେ ମହିଳା ଡାକ୍ତର ମାତୃତ୍ୱ କାଳୀନ ଛୁଟିରେ ରହି ଏବେ କାର୍ଯ୍ୟରେ ଯୋଗ ଦେଇଥିଲେ ବି ସେ ବହିଃ ବିଭାଗକୁ ନ ଯାଇ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଥିବା ଦେଖାଯାଇଥିଲା। ଯେଉଁ ମହିଳା ଡାକ୍ତର ଜଣକ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଥିଲେ ସେ ବହିଃବିଭାଗର ପ୍ୟାଡ୍‌ ବ୍ୟବହାର କରୁଥିଲେ ଏବଂ ସମସ୍ତଙ୍କୁ କହୁଥିଲେ ନିରାମୟ କେନ୍ଦ୍ରରୁ ଔଷଧ ନେବା ପାଇଁ। ଏପଟେ ପ୍ୟାଡରେ ବହିଃବିଭାଗ ନମ୍ବର ପଡି ନ ଥିବାରୁ ନିରାମୟ କେନ୍ଦ୍ରରେ ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ ଔଷଧ ଦେଉ ନ ଥିଲେ। ଆଉ କେତେକ ରୋଗୀ ପ୍ୟାଡ୍‌ ଧରି ବହିଃବିଭାଗକୁ ନମ୍ବର କରିବାକୁ ଯାଉଥିଲେବି ନମ୍ବର କରିବା ପାଇଁ କେହି କର୍ମଚାରୀ ନ ଥିବାରୁ ନିରାଶ ହୋଇ ଫେରୁଥିଲେ। ପୂର୍ବାହ୍ନ ୧୦ଟାରେ ଗୋପୀଆକୁଦର ସନ୍ଧ୍ୟାରାଣୀ ସ୍ବାଇଁ ତାଙ୍କ ସ୍ବାମୀଙ୍କୁ ଚିକିତ୍ସା ନିମନ୍ତେ ଆଣିଥିଲେ ବି, ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିଥିଲେ। ତେବେ ଏଭଳି ପରିସ୍ଥିତି ଏଠାରେ ଦୀର୍ଘଦିନ ଧରି ଲାଗିରହିଥିଲେ ବି, ଏଥିପ୍ରତି ଜନପ୍ରତିନିଧି, ଜିଲାପାଳ କିମ୍ବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେଉନାହାନ୍ତି। ବହିଃବିଭାଗକୁ ନ ଯିବା ସମ୍ପର୍କରେ ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ପଚାରିବାରେ ସେ କହିଥିଲେ, ତାଙ୍କର ଛୋଟପିଲା କାନ୍ଦୁଥିବାରୁ ସେ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଛନ୍ତି। ଏକଥା ସେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ଥିବା ପ୍ରକାଶ କରିଥିଲେ। ମାତ୍ର ଡାକ୍ତରଖାନାରେ ଅନୁପସ୍ଥିତ ଥିବା ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସେ ଏପରି ଅନୁମତି ଦେଇ ନ ଥିବା କହିଛନ୍ତି। ହେଲେ ଅପରାହ୍ନରେ ଚିତ୍ର ବଦଳି ଥିଲା। ଡାକ୍ତର ପଣ୍ଡା ପହଞ୍ଚତ୍ ନିଜେ ରୋଗୀ ଦେଖୁଥିବାର ଦେଖାଯାଇଥିଲା।
ସୂଚନାଯୋଗ୍ୟ, କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜଣେ ସର୍ଜରୀ, ଜଣେ ମହିଳା ଓ ପ୍ରସୂତି ବିଭାଗ, ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ଭେଷଜ ବିଶେଷଜ୍ଞଙ୍କୁ ମିଶାଇ ମୋଟ୍‌ ୫ଜଣ ଡାକ୍ତର ରହିବା କଥା। ମାତ୍ର ଦୁଃଖ ଓ ପରିତାପର ବିଷୟ ଚିକିତ୍ସାଧିକାରୀଙ୍କୁ ଛାଡିଲେ ମାତ୍ର ଜଣେ ଏମ୍‌ବିବିଏସ୍‌ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସେ ଛଅ ମାସ ମାତୃତ୍ୱ କାଳୀନ ଛୁଟିରେ ରହିବା ସମୟରେ ଆୟୁଷ ଡାକ୍ତରଙ୍କ ହାତରେ ରୋଗୀ ସେବା ଚାଲିଥିଲା। ବର୍ତ୍ତମାନ ମହିଳା ଡାକ୍ତର କ୍ୱାର୍ଟରରେ ରୋଗୀ ଦେଖୁ ଥିବାବେଳେ, ଚିକିତ୍ସାଧିକାରୀ ସରକାରୀ କାର୍ଯ୍ୟ ଆଳରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି। ବହିଃ ବିଭାଗରେ ପଡିଥିବା ଚୌକି ଖାଲି ପଡ଼ୁଛି। ଫଳରେ ଏପରି ରୋଗୀସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟା ପଣ୍ଡାଙ୍କୁ ପଚାରିବାରେ ସେ କହିଥିଲେ, କ’ଣ ହୋଇଛି ମୁଁ ବୁଝିବି। ଏହାପରେ ଯାହା ପଦକ୍ଷେପ ନିଆଯିବ। ଡାକ୍ତର ଅଭାବ ସମ୍ପର୍କରେ କହିଥିଲେ, ବର୍ତ୍ତମାନ କାଉନସେଲିଂ ଚାଲିଛି। କାଉନସେିଲିଂ ସରିବା ପରେ ଡାକ୍ତର ନିଯୁକ୍ତି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri