କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନାହାନ୍ତି, ଫେରୁଛନ୍ତି ରୋଗୀ

କୁଜଙ୍ଗ,୩ା୩(ଡି.ଏନ.ଏ.): କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେହ ଶତାଧିକ ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗୁରୁତର ରୋଗୀ ରହୁଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀ ଚିକିତ୍ସା ସେବା ନ ପାଇ ନିରାଶରେ ଫେରୁଛନ୍ତି। କାରଣ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। କେତେକ ରୋଗୀ ଫେରିଯାଇ ଘରୋଇ ଡାକ୍ତରଖାନାକୁ ଯାଉଥିବାଳେ ଅନ୍ୟ କେତେକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାହା ସୋମବାର ପୂର୍ବାହ୍ନରେ ଡାକ୍ତରଖାନା ବହିଃବିଭାଗରେ ଦେଖିବାକୁ ମିଳିଥିଲା। ଜଣେ ହେଲେ ଡାକ୍ତର ରୋଗୀ ଦେଖିବାକୁ ଆସି ନ ଥିଲେ। ଫଳରେ ଏଠାରେ ଥିବା ଫାର୍ମାସିଷ୍ଟ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ବହିଃବିଭାଗରେ ବସି ରୋଗୀ ଦେଖି ଔଷଧ ଲେଖିଥିଲେ। ସେହିପରି ଜଣେ ମହିଳା ଡାକ୍ତର ମାତୃତ୍ୱ କାଳୀନ ଛୁଟିରେ ରହି ଏବେ କାର୍ଯ୍ୟରେ ଯୋଗ ଦେଇଥିଲେ ବି ସେ ବହିଃ ବିଭାଗକୁ ନ ଯାଇ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଥିବା ଦେଖାଯାଇଥିଲା। ଯେଉଁ ମହିଳା ଡାକ୍ତର ଜଣକ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଥିଲେ ସେ ବହିଃବିଭାଗର ପ୍ୟାଡ୍‌ ବ୍ୟବହାର କରୁଥିଲେ ଏବଂ ସମସ୍ତଙ୍କୁ କହୁଥିଲେ ନିରାମୟ କେନ୍ଦ୍ରରୁ ଔଷଧ ନେବା ପାଇଁ। ଏପଟେ ପ୍ୟାଡରେ ବହିଃବିଭାଗ ନମ୍ବର ପଡି ନ ଥିବାରୁ ନିରାମୟ କେନ୍ଦ୍ରରେ ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ ଔଷଧ ଦେଉ ନ ଥିଲେ। ଆଉ କେତେକ ରୋଗୀ ପ୍ୟାଡ୍‌ ଧରି ବହିଃବିଭାଗକୁ ନମ୍ବର କରିବାକୁ ଯାଉଥିଲେବି ନମ୍ବର କରିବା ପାଇଁ କେହି କର୍ମଚାରୀ ନ ଥିବାରୁ ନିରାଶ ହୋଇ ଫେରୁଥିଲେ। ପୂର୍ବାହ୍ନ ୧୦ଟାରେ ଗୋପୀଆକୁଦର ସନ୍ଧ୍ୟାରାଣୀ ସ୍ବାଇଁ ତାଙ୍କ ସ୍ବାମୀଙ୍କୁ ଚିକିତ୍ସା ନିମନ୍ତେ ଆଣିଥିଲେ ବି, ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିଥିଲେ। ତେବେ ଏଭଳି ପରିସ୍ଥିତି ଏଠାରେ ଦୀର୍ଘଦିନ ଧରି ଲାଗିରହିଥିଲେ ବି, ଏଥିପ୍ରତି ଜନପ୍ରତିନିଧି, ଜିଲାପାଳ କିମ୍ବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେଉନାହାନ୍ତି। ବହିଃବିଭାଗକୁ ନ ଯିବା ସମ୍ପର୍କରେ ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ପଚାରିବାରେ ସେ କହିଥିଲେ, ତାଙ୍କର ଛୋଟପିଲା କାନ୍ଦୁଥିବାରୁ ସେ ନିଜ କ୍ୱାର୍ଟରରେ ବସି ରୋଗୀ ଦେଖୁଛନ୍ତି। ଏକଥା ସେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ଥିବା ପ୍ରକାଶ କରିଥିଲେ। ମାତ୍ର ଡାକ୍ତରଖାନାରେ ଅନୁପସ୍ଥିତ ଥିବା ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସେ ଏପରି ଅନୁମତି ଦେଇ ନ ଥିବା କହିଛନ୍ତି। ହେଲେ ଅପରାହ୍ନରେ ଚିତ୍ର ବଦଳି ଥିଲା। ଡାକ୍ତର ପଣ୍ଡା ପହଞ୍ଚତ୍ ନିଜେ ରୋଗୀ ଦେଖୁଥିବାର ଦେଖାଯାଇଥିଲା।
ସୂଚନାଯୋଗ୍ୟ, କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜଣେ ସର୍ଜରୀ, ଜଣେ ମହିଳା ଓ ପ୍ରସୂତି ବିଭାଗ, ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ଭେଷଜ ବିଶେଷଜ୍ଞଙ୍କୁ ମିଶାଇ ମୋଟ୍‌ ୫ଜଣ ଡାକ୍ତର ରହିବା କଥା। ମାତ୍ର ଦୁଃଖ ଓ ପରିତାପର ବିଷୟ ଚିକିତ୍ସାଧିକାରୀଙ୍କୁ ଛାଡିଲେ ମାତ୍ର ଜଣେ ଏମ୍‌ବିବିଏସ୍‌ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସେ ଛଅ ମାସ ମାତୃତ୍ୱ କାଳୀନ ଛୁଟିରେ ରହିବା ସମୟରେ ଆୟୁଷ ଡାକ୍ତରଙ୍କ ହାତରେ ରୋଗୀ ସେବା ଚାଲିଥିଲା। ବର୍ତ୍ତମାନ ମହିଳା ଡାକ୍ତର କ୍ୱାର୍ଟରରେ ରୋଗୀ ଦେଖୁ ଥିବାବେଳେ, ଚିକିତ୍ସାଧିକାରୀ ସରକାରୀ କାର୍ଯ୍ୟ ଆଳରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି। ବହିଃ ବିଭାଗରେ ପଡିଥିବା ଚୌକି ଖାଲି ପଡ଼ୁଛି। ଫଳରେ ଏପରି ରୋଗୀସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଏଠାରେ ଡାକ୍ତର ନିଯୁକ୍ତି କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟା ପଣ୍ଡାଙ୍କୁ ପଚାରିବାରେ ସେ କହିଥିଲେ, କ’ଣ ହୋଇଛି ମୁଁ ବୁଝିବି। ଏହାପରେ ଯାହା ପଦକ୍ଷେପ ନିଆଯିବ। ଡାକ୍ତର ଅଭାବ ସମ୍ପର୍କରେ କହିଥିଲେ, ବର୍ତ୍ତମାନ କାଉନସେଲିଂ ଚାଲିଛି। କାଉନସେିଲିଂ ସରିବା ପରେ ଡାକ୍ତର ନିଯୁକ୍ତି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri