କୁଜଙ୍ଗରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି : ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନାନ୍ତର କରିବାକୁ ଦାବି

କୁଜଙ୍ଗ,୯ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକରେ ସୋମବାର ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଥମ ଜନଶୁଣାଣି ସ୍ଥାନୀୟ ସୂଚନା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୭୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୪୯ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିଲା। ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ସମ୍ପର୍କିତ ୯୨ଟି, ରାଶନ କାର୍ଡ ସମ୍ବନ୍ଧୀୟ ୮, ଭତ୍ତା ୯, ଆଇନ ସହାୟତା ୪, ପାନୀୟଜଳ ସମସ୍ୟା ସମ୍ପର୍କିତ ୫, ଜମିଜମା ସମସ୍ୟା ୭, ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ୨୨ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମ୍ପର୍କିତ ୩ଟି ଅଭିଯୋଗ ହୋଇଥିଲା। ଜିଲାପାଳ ତୁରନ୍ତ ଗୋଟିଏ ଅଭିଯୋଗ ସମାଧାନ କରିଥିଲେ। ଏହି ଅବସରରେ ଭୂତମୁଣ୍ଡାଇଠାରେ ପାରାଦୀପ ବନ୍ଦର ପକ୍ଷରୁ ହେବାକୁ ଥିବା ଟ୍ରକ୍‌ ଟର୍ମିନାଲ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ସମିତିର ମୁଖ୍ୟ ଆବାହକ ରଘୁନାଥ ସାହୁ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏହାକୁ ଜନବସତିଠାରୁ ଦୂରରେ କରିବାକୁ ଜିଲାପାଳଙ୍କୁ ଜଣାଇଥିଲେ। ୨୦୧୨ରେ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧିଙ୍କ ସମ୍ମତି କ୍ରମେ ମହାନଦୀ ଓ ତାଳଦଣ୍ଡା କେନାଲ ମଧ୍ୟବର୍ତ୍ତୀ ୬୫ ଏକର ଜାଗାରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା। ମାତ୍ର ୨୦୧୮ରେ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କରେ ନ ଜଣାଇ ଭୁତମୁଣ୍ଡାଇଠାରେ ଉକ୍ତ ଟର୍ମିନାଲ ନିର୍ମାଣ କରିବାକୁ ଉଦ୍ୟମ କରାଯାଉଛି। ଏହି ସ୍ଥାନରେ ଏକ ଅତ୍ୟାଧୁନିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାକୁ ଆଞ୍ଚଳିକ ସୁରକ୍ଷା ସମିତି ଦାବି କରିଆସୁଛି। କିନ୍ତୁ ଏଥିପ୍ରତି ଦୃଷ୍ଟି ନ ଦେଇ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପାଇଁ ଉଦ୍ୟମ ଚାଲିଥିବାରୁ ସମିତି ବିରୋଧ କରିଥିଲା। ଜିଲାପାଳ ବ୍ୟକ୍ତିଗତ ଭାବେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସପି ସୁଧା ସିଂ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, କୁଜଙ୍ଗ ତହସିଲଦାର ରମେଶ ପଣ୍ଡା, ବିଡିଓ କିଶୋର ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଅଭିମତ ବାକ୍ସ ଲଗାଯାଇଥିଲା। ଜନସାଧାରଣ ସରକାରୀ କାର୍ଯ୍ୟାଳୟରେ ହଇରାଣ ହେଲେ ଏହି ବାକ୍ସରେ ଅଭିଯୋଗପତ୍ର ପକାଇ ସିଧାସଳଖ ତାଙ୍କୁ ଜଣାଇପାରିବେ ବୋଲି ଜିଲାପାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri