କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ

ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର ରହସ୍ୟ ହେଉଛି ଠିକ୍‌ ସମୟ ଓ ନରିନ୍ତର ପ୍ରୟାସ। ଦିନରେ ପ୍ରାଣୀମାନଙ୍କ ସମସ୍ୟା ସମାଧାନ ତଥା ଉଦ୍ଧାର କାର୍ଯ୍ୟର ବ୍ୟସ୍ତତା ମଧ୍ୟରୁ ବହାରି ମୁଁ ସନ୍ଧ୍ୟା ସାଢ଼େ ୫ଟାରେ ଆସେ ଓ ସାଙ୍ଗରେ ଦୁଇଟି ଗ୍ଲୁକୋଜ ବିସ୍କୁଟ୍‌ ଆଣେ। ତା’ପରେ କାକୁ କାକୁ ବୋଲି ଡାକେ ଓ କୁଆଟି ଆସି ପହଞ୍ଚିଯାଏ। ସେ ବେଳେବେଳେ ଏକୁଟିଆ ଓ ଆଉ କେତେବେଳେ ତା’ ସାଥୀମାନଙ୍କ ସହ ଆସିଥାଏ। ମଁୁ ବିସ୍କୁଟ୍‌କୁ ଭାଙ୍ଗିଦେଇ ଗେଟ୍‌ ପାଖ ପିଲାର୍‌ ଉପରେ ଥୋଇଦିଏ। ତା’ ପାଖରେ ଏକ ପାତ୍ରରେ ପାଣି ବି ରଖିଦିଏ। ସେ ସେଠାକୁ ଆସି ପାଣିରେ ବିସ୍କୁଟ ଖଣ୍ଡ ବୁଡାଇ ଖାଏ। ଯଦି ଗୁଣ୍ଡୁଚିମୂଷା ବି ସେଠାକୁ ଖାଇବାକୁ ଆସେ ତେବେ କୁଆଟି ତା’ ସାଥୀକୁ ଡାକିଦିଏ ଓ ସେ ଆସି ଗୁଣ୍ଡୁଚିମୂଷାକୁ ଡରାଏ। ତା’ପରେ ସେମାନେ ଦୁହେଁ ବିସ୍କୁଟ ଖାଇବା ପରେ ଉଡ଼ିଯାଆନ୍ତି। କିନ୍ତୁ କୁଆଟି ଖାଇସାରିବା ପରେ ମୁଁ ପିଠି ବୁଲାଇଦିଏ ଓ ଉଡ଼ିଯିବା ପୂର୍ବରୁ ସେ ମୋତେ ଦୁଇଥଇ ଧକ୍କା ଦେଇ ଯାଏ। ଏମିତି କି ଜଣେ ଝିଅ ତା’ ପୁରୁଷବନ୍ଧୁ ସହ ଥିବା ଭଳି ମୁଁ ଅନୁଭବ କରେ। ଯେଉଁଦିନ ସେ ମୋତେ ଅଣଦେଖା କରି ବିସ୍କୁଟ ଖାଏ ନାହିଁ ସେଦିନ ମଁୁ ଜଣେ ହତାଶ ପ୍ରେମିକ ଭଳି ଚିଲାଇ ତାକୁ ଗାଳିଦିଏ। ସେଦିନ ମଧ୍ୟ ବାହାରେ ଅନ୍ୟ ଖାଦ୍ୟ ରଖେ ଓ ତା’ ଅନିଚ୍ଛା ସତ୍ତ୍ୱେ ସେ ଆସେ। ତଥାପି ମୁଁ ସେଠାରେ ନ ଥିଲା ଭଳି ନାଟକ କରେ। ଓଃ, ଦେଖିବ କି ଦୁଃଖ ତା’ର! ଗୋଟିଏ ପ୍ରାଣୀର ଆନନ୍ଦ ଦେଖିବାରେ ଯେଉଁ ଖୁସି ମିଳେ, ଅନ୍ୟ କିଛି ବି ତୁମକୁ ସେମିତି ଖୁସି କରିପାରିବ ନାହିଁ। ଯେଉଁମାନେ ଏହାକୁ କେବେ ଅନୁଭବ କରିନାହାନ୍ତି, ଅସୀମ ଆନନ୍ଦର ଭଣ୍ଡାର କୁହାଯାଉଥିବା ପ୍ରାଣୀମାନଙ୍କ ଆତ୍ମାକୁ ବି ସେମାନେ ଚିହ୍ନି ପାରିନାହାନ୍ତି।
କୁକୁଡ଼ାଙ୍କ ଯତ୍ନ ଠିକ୍‌ ଭାବେ ନେଲେ ସେମାନେ ତତ୍‌କ୍ଷଣାତ୍‌ ତୁମକୁ ଖୁସି ଦିଅନ୍ତି। ଫାର୍ମରେ କୁକୁଡ଼ା ରଖିଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀା- ‘କୁକୁଡାମାନେ ଖେଳିବାକୁ ଭଲ ପାଆନ୍ତି।’ ତେବେ ସେମାନେ କ’ଣ ସବୁବେଳେ ଏହା କରିଥାନ୍ତି? ଖାଇବା ସମୟକୁ ଛାଡିଦେଲେ ସେମାନେ ପ୍ରାୟତଃ ସବୁବେଳେ ଖେଳନ୍ତି। ସେମାନେ ସବୁ କିଛି ଅନୁଭବ ମଧ୍ୟ କରିପାରନ୍ତି। ଖୁସିରେ ଗୀତ ଗାଆନ୍ତି ଏବଂ ମଜା ବି କରନ୍ତି। ଯିବାବେଳେ ବାଟରେ ସବୁ ଶସ୍ୟକୁ ଖୁମ୍ପି ଚାଲନ୍ତି। ରୋଷେଇଘର ଝରକା ବାହାରେ ଥିବା କାନ୍ଥରେ ଲାଗିଥିବା ଶୁଖିଲା ଘାସ ଗଣ୍ଠିରେ ଥଣ୍ଟ ମାରନ୍ତି। ଯେ କୌଣସି ବୁଦାମୂଳେ ସୌରସ୍ନାନ ଓ ଧୂଳିସ୍ନାନ କରନ୍ତି। ଶୀତଦିନେ ଏକ ଲ୍ୟାଣ୍ଡ ରୋଭର୍‌ ଗାଡିରେ ଶୁଖିଲା ଘାସ(ଶସ୍ୟ) ଭର୍ତ୍ତି ହୋଇଥାଏ ଏବଂ କୁକୁଡ଼ାମାନେ ତା’ ଉପରକୁ ଉଠିଯିବା ଲାଗି କଠିନ ପ୍ରୟାସ କରୁଥାଆନ୍ତି। ସେମାନେ ଜାଣନ୍ତି ଯେ ଏହା ସେମାନେ କରିପାରିବେ ନାହିଁ। ଏଣୁ ସେମାନେ ଉଦାସ ମନରେ ଗାଡି ଚକକୁ ଖୁମ୍ପି ଚାଲିଥାନ୍ତି। ଆମେ କେତେବେଳେ ମୁହଁ ବୁଲେଇବୁୁ ସେତେବେଳ ଯାଏ ସେମାନେ ଅପେକ୍ଷା କରିଥାନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଗାଡି ଭିତରୁ ଡେଇଁପଡି ଅନ୍ୟମାନଙ୍କଠାରୁ ଦୂରେଇ ରହି ଶୁଖିତ୍ଲା ଘାସ ଭିତରେ ଲୁଚି ବିଜୟୀ ହେବା ଖୁସିରେ ଗୀତ ଗାଇବାକୁ ଲାଗିଲା। କୁକୁଡା ମଣିଷ ସାଥୀରେ ରହିବାକୁ ଭଲପାଏ। ଗୁରୁତ୍ୱପୂର୍ଣ୍ଣ ତଥା ମଜା କଥାହେଉଥିବା ମଣିଷଙ୍କଠାରୁ ଦୂରେଇ ରହନ୍ତି ନାହିଁ॥ ଏକ ଘଟଣାକ୍ରମରେ ଦଳେ କୃଷିବିଜ୍ଞାନ ଛାତ୍ର କ୍ରପ୍‌ ରୋଟେଶନ (ପର୍ଯ୍ୟାୟ କୃଷି) ଉପରେ ଶିଖିବା ପାଇଁ ଏକାଠି ଗୋଲ ହୋଇ ଠିଆ ହୋଇଥିଲେ। କୁକୁଡାମାନଙ୍କୁ ଜାଣିଶୁଣି ଅଲଗା ରଖାଯାଉଥିବା ସେମାନେ ଅନୁଭବ କଲେ ଓ ସେମାନଙ୍କ ମେଳି ଭିତରକୁ ପଶିଗଲେ। ସେମାନେ ଯଥାସମ୍ଭବ ନିଜକୁ ଧ୍ୟାନ ଆକର୍ଷଣ କଲାଭଳି ସ୍ଥିତିରେ ରଖି ଛାତ୍ରମାନଙ୍କ ସହ ଆଲୋଚନାରେ ଭାଗ ନେବା ପାଇଁ ଚେଷ୍ଠା କରିଥିଲେ। ତାହା ପୁଣି ଜୋରରେ ଗୀତ ଗାଇ। (ଦି ସିକ୍ରେଟ୍‌ ଅଫ୍‌ ଲାଇଫ୍‌)।
ଯଦି ଗୋଟିଏ କୁକୁଡ଼ା ଛୋଟା ବା ପଙ୍ଗୁ ହୋଇଯାଏ ତେବେ ତା’ ସାଙ୍ଗମାନେ ତାର’ ଯତ୍ନ ନେଇଥାନ୍ତି। ତାକୁ ସୁହାଇବା ଭଳି ସେମାନେ ତା’ ସହ ଧୀରେ ଧୀରେ ଚାଲନ୍ତି। ସେ କେମିତି ପ୍ରଥମେ ଖାଇବ ସେଥିପ୍ରତି ବି ନଜର ରଖନ୍ତି। ଯଦି ସେହି କୁକୁଡ଼ାଟି ମରିଯାଏ, ଅନ୍ୟମାନେ କିଛି ଦିନ ପାଇଁ ଅଣ୍ଡାଦେବା ବନ୍ଦ କରିଦିଅନ୍ତି ଏବଂ ସେମାନଙ୍କ ପ୍ରିୟ ଜାଗାକୁ ଯାଇ ସେଠାରେ କେବଳ ଠିଆହୋଇ ରହନ୍ତି। ଏହା ଶୋକ ପ୍ରକାଶ ନୁହେଁ ତ ଆଉ କ’ଣ? ଯେମିତି ପିଲାଟି ପାଇଁ ତା’ ମା’ ଖାଦ୍ୟ ଖଣ୍ଡ ଖଣ୍ଡ କରିଦିଏ ସେମିତି ମା’ କୁକୁଡା ତା’ ଛୁଆ ପାଇଁ କରିଥାଏ। ଯଦି କୁକୁଡାଛୁଆ ବିରକ୍ତ କରନ୍ତି ତେବେ ମା’ କୁକୁଡା ସେମାନଙ୍କୁ ଗାଳି ଦିଏ। ସେମାନଙ୍କୁ ଯଦି ବୁଝାଇବାକୁ ଥାଏ ତେବେ ମା’ କୁକୁଡା ସ୍ବତନ୍ତ୍ର ସ୍ବର କରିଥାଏ। କୁକୁଡା ଅନେକ ସ୍ବରରେ କହିପାରେ। ସେମାନେ ଶୀଘ୍ର ବନ୍ଧୁତା ସ୍ଥାପନ ମଧ୍ୟ କରିପାରନ୍ତି। ସେମାନଙ୍କ ଗୋଷ୍ଠୀକୁ ନୂଆ କୁକୁଡା ଆସିଲେ ତାକୁ ହଇରାଣ କରନ୍ତି ବା ଭୟ ଦେଖାନ୍ତିି। ଏହାଦ୍ୱାରା ସେମାନେ ପଦାନୁକ୍ରମରେ ସେମାନଙ୍କ ସ୍ଥାନ କେଉଁଠି ତାହା ଜାଣିପାରନ୍ତି।
ବରେଲିରେ ପିଲାଟିଏ ଗୋଟିଏ କୁକୁଡାଛୁଆକୁ ଟେନିସ୍‌ ବଲ୍‌ଭାବେ ବ୍ୟବହାର କରିବା ଯୋଜନାରେ ଥିବାବେଳେ ମୁଁ ତା’ ହାତରୁ ତାକୁ ଛଡାଇ ଆଣିଥିଲି। ମୁଁ ତାକୁ ଘରକୁ ନେଇଆସିଲି ଓ ମୋ ଆଗରେ ତାହା ଦିନେ ବଡ଼ ହେଲା। ମୋ ରୁମ୍‌ରେ ବି ଶୋଇଲା। ଥଣ୍ଟ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଆସି ମୋ ବେଡ୍‌ କଭରକୁ ଟାଣେ। ମୋ ପଛେ ପଛେ ଯାଏ ଓ ମୁଁ ଗାଧୋଇବା ସମୟରେ ଏକ ବାଲ୍‌ତି ଉପରେ ବସେ। ଏହି ସମୟରେ ସେ ଦର୍ପଣକୁ ଚାହିଁ ଲୁଚକାଳି ଖେଳେ। ଘରର ସବୁଆଡେ ସେ ଖୋଜେ ଓ ଯଦି ବାସନରେ କିଛି ରୁଚିକର ଜନିଷ ରଖାଯାଇଥାଏ ତେବେ ତାହାକୁ ଚାହିଁ ରହେ। ମୁଁ ତା’ର ଯତ୍ନ ନିଏ ବୋଲି ସେ ଚାହେଁ ଏବଂ ତାକୁ ଅଣଦେଖା କଲେ ସେ ସହିପାରେ ନାହିଁ। ଯେଉଁମାନେ କୁକୁଡ଼ାର ଯନତ୍ ନିଅନ୍ତି ସେମାନଙ୍କୁ ସେ ଭଲ ପାଏ ଓ ଉପେକ୍ଷା କରୁଥିବା ଲୋକଙ୍କୁ ଘୃଣା କରେ। ମୁଁ ବହି ପଢିବା ସମୟେରେ ସେ ଧୀରେ ଧୀରେ ଆସି ବହି ଓ ମୋ ଭିତରେ ପଶିଯାଏ। ଜିତିଗଲା ଭଳି ଚୁଁ ଚୁଁ ଶବ୍ଦ କରେ ଓ ମୋ ଆଖିକୁ ଚାହେଁ। ପିଲାଙ୍କ ବାଟ କିଏ ରୋକିପାରିବ? ସ୍ନେହ ଓ ଶ୍ରଦ୍ଧା ଭାବ ପ୍ରକାଶ କଲେ ସେମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଯଦି ସେମାନେ ଭାବିବେ ଯେ, ତୁମେ ତାଙ୍କ କଥା ଶୁଣୁଛ ତେବେ ସେମାନେ ବୁଦ୍ଧିମାନ ଭଳି ତୁମ ସହ କଥା ହୁଅନ୍ତି।
ସେହି କୁକୁଡାଙ୍କୁ ଆମେ ପଞ୍ଜୁରି ଭିତରେ ଭୟଭୀତ ଅବସ୍ଥାରେ ବାନ୍ଧି ରଖିଛୁ। ସେମାନଙ୍କ ଶରୀରରେ ହର୍ମୋନ ଭର୍ତ୍ତି କରୁଛୁ ଏବଂ ବିଷାକ୍ତ ଖାଦ୍ୟ ଖାଇବାକୁ ଦେଉଛୁ। ସେମାନେ ଯେତେବେଳେ ଦୁଃଖୀ ଥାଆନ୍ତି ସେତେବେଳେ ସେମାନଙ୍କ ପର ନିଷ୍ପ୍ରଭ ଦେଖାଯାଏ, ସେମାନଙ୍କ ମୁଣ୍ଡ ତଳକୁ ହୋଇଯାଏ ଏବଂ ସେମାନଙ୍କୁ ମାରିବା ଯାଏ ସେମାନେ ସବୁବେଳେ ଯନ୍ତ୍ରଣାରେ ଧୀରେ ଧୀରେ ବିଳାପ କରନ୍ତି।
ଭୟ ଓ ଆଘାତରେ କୁକୁଡ଼ା ଭୀଷଣ ଭାବେ ପ୍ରଭାବିତ ହୋଇଥାଆନ୍ତି ଏବଂ ସେମାନେ ଖୁବ୍‌ଶୀଘ୍ର ବିଷାଦ ମଧ୍ୟକୁ ଚାଲିଯାଆନ୍ତି। ଜନ୍ମ ହେବାର କିଛି ସମୟ ପରେ ବିନା ଆନାସ୍ଥେସିୟାରେ ସେମାନଙ୍କ ଥଣ୍ଟ କଟାଯାଉଛି। ସେମାନେ ଆରମ୍ଭରୁ ଖୁସିର ସୁଯୋଗ ପାଇପାରୁ ନାହାନ୍ତି। ହିଟ୍‌ଲରୀୟ ଗଣହତ୍ୟାର ମାନସିକତାରେ ଆମେ ବର୍ଷକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୁକୁଡ଼ାଙ୍କୁ ମାରୁଛୁ। ମଣିଷ ତା’ ଚାରିପାଖରେ ଅଧିକ ଦୁଃଖ ସୃଷ୍ଟିର କାରଣ ପାଲଟୁଥିବାବେଳେ ନିଜେ ଚିରସୁଖୀ ହୋଇପାରିବ ବୋଲି ଭାବୁଛ କି?

Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri