କିଡ୍‌ନୀ ଷ୍ଟୋନର ଘରୋଇ ଉପଚାର

ମନୁଷ୍ୟ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରେ କିଡ୍‌ନୀ ବା ବୃକକ୍‌ ଅନ୍ୟତମ। ଶରୀରରେ ପାଣି ଭଳି ବିଭିନ୍ନ ତରଳପଦାର୍ଥ ଯଥା ମିନେରାଲ ଓ କେମିକାଲର ସ୍ତର ଠିକ୍‌ ରଖିବା ସହ ଶରୀରକୁ କ୍ଷତି ପହଞ୍ଚାଉଥିବା ଟକ୍ସିନ୍‌କୁ ବାହାର କରିଥାଏ। ଅନେକ ସମୟରେ ଖାଦ୍ୟପେୟରେ ଅନିୟମିତତା ଲାଗି କିଡ୍‌ନୀଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ଏଥିମଧ୍ୟରୁ କିଡ୍‌ନୀ ଷ୍ଟୋନ୍‌ ଅନ୍ୟତମ। ଏହି ଷ୍ଟୋନକୁ ବାହାର କରିବା ଲାଗି ଅନେକ ସମୟରେ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ, ମାତ୍ର କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ-

ପାଣି: ଅଧିକ ମାତ୍ରାରେ ପାଣି ପିଇବା ଶରୀର ପାଇଁ ଲାଭଦାୟକ। ଦିନକୁ ୭ରୁ ୮ ଗ୍ଲାସ ପାଣି ପିଇବା ଜରୁରୀ। ଏପରି କରିବା ଦ୍ୱାରା ଶରୀରରେ ଥିବା ଟକ୍ସିନ୍‌ ପରିସ୍ରା ଦ୍ୱାରା ବାହାରକୁ ବାହାରିଥାଏ। ଏଥିସହ ଅଧିକ ପାଣିପିଇବା ଫଳରେ ଷ୍ଟୋନ ପରିସ୍ରାରେ ବାହାରକୁ ବାହାରି ଆସେ।

ଓଲିଭ୍‌ ଅଏଲ୍‌ ଓ ଲେମନ୍‌ ଜୁସ୍‌:
ଯଦି ଆପଣଙ୍କ କିଡ୍‌ନୀରେ ଷ୍ଟୋନ ସମସ୍ୟା ରହିଛି ଏବଂ ବିନା ଅସ୍ତ୍ରୋପଚାରରେ ଆପଣ ଏଥିରୁ ମୁକ୍ତିପାଇବାକୁ ଚାହଁୁଛନ୍ତି ତେବେ ଆପଣ ଓଲିଭ୍‌ ଅଏଲ୍‌ରେ ଲେମ୍ବୁରସ ମିଶାଇ ପିଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁରସ ଷ୍ଟୋନ୍‌କୁ ଭାଙ୍ଗିବାରେ ସାହାଯ୍ୟ କଲାବେଳେ ଓଲିଭ୍‌ ଅଏଲ୍‌ ଏହାକୁ ବାହାରକୁ କାଢ଼ିବାରେ ସହାୟକ ହୋଇଥାଏ।

ସେଓ ରସ:
ସେଓ ରସରେ ସାଇଟ୍ରିକ୍‌ ଏସିଡ୍‌ ରହିଥାଏ। ଏହା କିଡ୍‌ନୀ ଷ୍ଟୋନ୍‌କୁ ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ କରିଥାଏ। ଏଥିସହ ଶରୀରରୁ ଟକ୍ସିନ୍‌ କାଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଡାଳିମ୍ବ ରସ:
ଡାଳିମ୍ବ ରସ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର। ଏହା ଶରୀରର ପାଚନତନ୍ତ୍ରକୁ ଶକ୍ତ କରିଥାଏ। ଏହା ଶରୀରରୁ ଜଳୀୟଅଂଶ ସମସ୍ୟା ଦୂର କରି କିଡ୍‌ନୀ ଷ୍ଟୋନରୁ ମୁକ୍ତି ଦେଇଥାଏ।

ଅଁଳା:
ଅଁଳା ମଧ୍ୟ କିଡ୍‌ନୀ ଷ୍ଟୋନରୁ ମୁକ୍ତି ଦେଇଥାଏ। ପ୍ରତିଦିନ ଏକ ଚାମଚ
ଅଁଳା ଗୁଣ୍ଡ ଖାଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ କେତେ ବୟସରେ ବ୍ରଶ କରାଇବା କଥା ତାହା ଜାଣନ୍ତି ନାହିଁ ୯୦ ପ୍ରତିଶତ ମାତାପିତା

ନୂଆଦିଲ୍ଲୀ: ଯଦି ଆପଣଙ୍କର ୬ମାସର ଶିଶୁର ପାଟିରେ ଏକ ଦାନ୍ତ ଉଠିଛି ଏବଂ କେହି ଆପଣଙ୍କୁ ପ୍ରତିଦିନ ବ୍ରଶ ସାହାଯ୍ୟରେ ଶିଶୁର ଦାନ୍ତ ସଫା କରିବାକୁ...

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri