କିଟ ବିନା ଜନଗଣନା କରୁଛନ୍ତି ଶିକ୍ଷକ: ପ୍ରଥମ ଡିଜିଟାଲ ଅଭିଯାନକୁ ଉପହାସ!

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ): ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ଡିଜିଟାଲ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହେଲେ ବିନା ଉପକରଣରେ ଶିକ୍ଷକ ଜନଗଣନାକୁ ଓହ୍ଲାଇ ଥିବାରୁ ସାଧାରଣରେ ଚିନ୍ତା ବ୍ୟକ୍ତ ହେଉଛି। ଅଭିଯୋଗ ହେଉଛି, ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଓ ଲୋଇସିଂହା ବ୍ଲକର ଶିକ୍ଷକମାନେ କିଟ (ଡିଜିଟାଲ ସାଧନ) ବିନା ଜନଗଣନା କାମ କରିବାକୁ ବାଧ୍ୟ ହେଉଛନ୍ତି। ସରକାର ଏହାକୁ ଡିଜିଟାଲ ଜନଗଣନା ଭାବେ ପ୍ରଚାର କରିଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ ଅନେକ ଅଞ୍ଚଳକୁ ଆବଶ୍ୟକ କିଟ ଯୋଗାଣ ହୋଇନାହିଁ। ଫଳରେ ଶିକ୍ଷକମାନେ ପାରମ୍ପରିକ ପ୍ରଣାଳୀରେ ତଥ୍ୟ ସଂଗ୍ରହ କରୁଛନ୍ତି। ସାଧା କାଗଜରେ କାର୍ଯ୍ୟ କରାଯାଉଛି। ମାର୍କର ପେନଟିଏ ମଧ୍ୟ ଦିଆଯାଇନାହିଁ। କେବଳ ଏକ ପୁସ୍ତିକା ଦିଆଯାଇଛି। ଯାହା ଡିଜିଟାଲ ପ୍ରକ୍ରିୟାର ଲକ୍ଷ୍ୟକୁ ପ୍ରଶ୍ନରେ ପକାଉଛି।

ସ୍ଥାନୀୟ ଶିକ୍ଷକମାନଙ୍କ କହିବା ଅନୁଯାୟୀ, ଆମକୁ କିଟ ଦିଆଯାଇନି, ତଥାପି ଜନଗଣନା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଛି। ଏହା ଫଳରେ କାମ ଧୀର ହେଉଛି ଓ ଅସୁବିଧା ବଢ଼ୁଛି।
ଏହି ପରିସ୍ଥିତିରେ ସରକାରଙ୍କ ଡିଜିଟାଲ ଉଦ୍ୟମ ଉପରେ ପ୍ରଶ୍ନ ଉଠୁଛି। ପ୍ରଥମେ ପ୍ରୟୋଜନୀୟ ସାଧନ ସୁବିଧା ଯୋଗାଇବାପରେ ଜନଗଣନା ଆରମ୍ଭ କରିବାକୁ ସାଧାରଣ ଲୋକ ଓ ଶିକ୍ଷକମାନେ ଦାବି କରିଛନ୍ତି। ସରକାର ଯଦି ଶୀଘ୍ର ଏହାକୁ ଗୁରୁତ୍ୱ ଦେଇ କିଟ ବିତରଣ ନ କରନ୍ତି ତେବେ ଡିଜିଟାଲ ଜନଗଣନାର ଲକ୍ଷ୍ୟ ପୂରଣ ହେବା କଷ୍ଟକର ହେବ ବୋଲି ମତ ପ୍ରକାଶ ପାଉଛି। ଏଥି ପାଇଁ ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରୋଲ କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri