Posted inଖେଳ

କିଙ୍ଗ୍ସ କପ୍‌ ଫୁଟବଲ: କୁରାକାଓଠାରୁ ହାରିଲା ଭାରତ ଛେତ୍ରୀଙ୍କ ମାଇଲ୍‌ଖୁଣ୍ଟ

ବୁରିରାମ(ଥାଇଲାଣ୍ଡ),୫।୬(ପି.ଟି): ଏଠାରେ ଚାଲିଥିବା କିଙ୍ଗ୍ସ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଖେଳାଯାଇଥିବା ତା’ର ପ୍ରଥମ ମ୍ୟାଚ୍‌ରେ କୁରାକାଓଠାରୁ ପରାସ୍ତ ହୋଇଛି। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ କରି ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ ମଧ୍ୟ ଭାରତ ୩-୧ ଗୋଲରେ ମ୍ୟାଚ୍‌ ହାତଛଡ଼ା କରିଛି। ନୂଆ କୋଚ୍‌ ଆଇଗର ଷ୍ଟିମାକଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମ ପରାଜୟ ବରଣ କରିଛି।
ଏହି ମ୍ୟାଚ୍‌ ଖେଳିବା ସହ ଛେତ୍ରୀ ଭାରତର ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଫୁଟବଲର ବିବେଚିତ ହୋଇଛନ୍ତି। ପୂର୍ବପନ ଅଧିନାୟକ ବାଇଚୁଙ୍ଗ ଭୂତିଆ ସର୍ବାଧିକ ୧୦୭ଟି ମ୍ୟାଚ୍‌ ଖେଳିଥିଲେ। ତେବେ ଛେତ୍ରୀ ଏହାକୁ ଅତିକ୍ରମ କରି ୧୦୮ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଛେତ୍ରୀ ଭାରତ ତରଫରୁ ୩୧ତମ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ଏଥିସହ ସେ ମୋଟ ଉପରେ କ୍ୟାରିୟରର ୬୯ତମ ଗୋଲ ସ୍କୋର କରିଛନ୍ତି।
ଫିଫା ର଼୍ୟାଙ୍କିଙ୍ଗରେ କରିବିୟାନ ଦ୍ୱିପ ଦେଶ କୁରାକାଓ ଏବେ ୮୨ତମ ସ୍ଥାନରେ ରହିଛି। କୁରାକାଓର ଦୁଇଜଣ ଖେଳାଳି ଇଂଲିଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି। ସେହିପରି ଆଉ କେତେକ ଖେଳାଳି ୟୁରୋପିଆନ୍‌ ଲିଗ୍‌ ଖେଳୁଛନ୍ତି। କୁରାକାଓ ୧୮ ମିନିଟ ମଧ୍ୟରେ ୩ଟି ଗୋଲ ସ୍କୋର କରିଥିଲା। ୧୬ତମ ମିନିଟ୍‌ରେ ରୋଲି ବୋନେଭାସିଆ, ୧୮ତମ ମିନିଟ୍‌ରେ ଏଲସନ ହୁଇ ଓ ୩୩ତମ ମିନିଟରେ ଲିଓନାର୍ଡ କୁରାକାଓ ତରଫରୁ ଗୋଲ ଦେଇଥିଲେ। ଫିଫା ର଼୍ୟାଙ୍କିଙ୍ଗରେ ଭାରତ ଏବେ ୧୦୧ତମ ସ୍ଥାନରେ ରହିଛି। ଡିଫେନ୍ସ ଓ ଆଟାକରେ ଭାରତ ଦୁର୍ବଳ ପ୍ରଦର୍ଶନ କରିଥିଲା। ଭାରତ ଉପରେ କୁରାକାଓ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏବେ ଥାଇଲାଣ୍ଡ ଓ ଭିଏତ୍‌ନାମ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ର ପରାଜିତ ଦଳକୁ ଭାରତ ତୃତୀୟ ସ୍ଥାନ ପ୍ଲେ ଅଫ୍‌ ପାଇଁ ଶୁକ୍ରବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri