କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ହେଲେ ଏମାନଙ୍କ ବିବାହର ରହସ୍ୟ ଏ ପର୍ଯ୍ୟନ୍ତ କେତେକଙ୍କୁ ଅଜଣା କହିଲେ ଭୁଲ୍‌ ହେବ ନାହିଁ। କାହିଁକିନା ଏମାନେ ଖୁବ୍‌ ତରବରିଆ ଭାବେ ସୁଦୂର ଇଟାଲିରେ ବିବାହ କରିଥିଲେ। ଆଉ ସେତେବେଳେ ଅନୁଷ୍କାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା। ସାଧାରଣତଃ ବଲିଉଡ୍‌ ସେଲିବ୍ରିଟି ଭାବେ ଏତେ କମ୍‌ ବୟସରେ ବିବାହ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ନିକଟରେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ଅନୁଷ୍କା। ସେ କାହିଁକି କମ୍‌ ବୟସରେ ବିବାହ କରିଛନ୍ତି ସେ ସମ୍ପର୍କରେ ସେ ଖୋଲାଖୋଲି ଭାବେ ଏକ ସାକ୍ଷାତ୍‌କାରରେ କଥା ହୋଇଛନ୍ତି। ଫିଲ୍ମଫେୟାର୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅନୁଷ୍କା କହିଛନ୍ତି ସେ ବିରାଟଙ୍କୁ ପ୍ରେମ କରୁଥିଲେ। ଆଉ ତାଙ୍କ ଭଳି ଜଣେ ଖୋଲା ହୃଦୟର ମଣିଷଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ଯାଉଥିବାରୁ ଏଥିରେ ଆଉ ବିଳମ୍ବ କରିବା ଠିକ୍‌ ନୁହେଁ ବୋଲ ଭାବି ସେ ବାହା ହୋଇ ଯାଇଥିଲେ। କାରଣ ଦର୍ଶକେ ଜଣେ ନାୟିକାଙ୍କୁ ବିବାହ ପରେ ବି ଗ୍ରହଣ କରିବାରେ ସେମିତି କିଛି ଅସୁବିଧା ନାହିଁ ବୋଲି କହିଥିଲେ ଅନୁଷ୍କା। ତେଣୁ ସେ ବିବାହକୁ ପ୍ରାଧାନ୍ୟ ଦେଇ ପ୍ରଥମେ ଏହି କାମଟି ସାରି ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ଏହି ଓଡ଼ିଆ ଫିଲ୍ମରେ କରିଛନ୍ତି କଣ୍ଠଦାନ

ମୁମ୍ବାଇ,୧ା୬: ଭେଟେରାନ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ପରଲୋକ ଘଟିଛି। ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ଦେହାନ୍ତର ଖବର ସଙ୍ଗୀତ ଜଗତରେ ଶୋକର…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri