କାଳବୈଶାଖୀ ଓ ବଜ୍ରପାତ

ମୋହନ କୁମାର ଭଟ୍ଟ
ପ୍ରଚଣ୍ଡ ତାତିରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ୱସ୍ତି ଆଣିଦେଉଛି କାଳବୈଶାଖୀ। ହେଲେ ଏହା ଧ୍ୱଂସଲୀଳା ବି ସୃଷ୍ଟି କରୁଛି। କେବଳ ଘୂର୍ଣ୍ଣିଝଡ଼ କି ବର୍ଷାପବନ ନୁହେଁ, କାଳବୈଶାଖୀ ସମୟରେ ହେଉଥିବା ବଜ୍ରପାତ ଯୋଗୁ ଅକାଳରେ ଝରିପଡ଼ୁଛି ଅନେକ ଜୀବନ। ଦିନକୁ ଦିନ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସଚେତନତାର ଅଭାବ ଯୋଗୁ ଅଧିକରୁ ଅଧିକ ଲୋକ ଏଭଳି ଅକାଳ ମୃତ୍ୟୁର ଶିକାର ହେଉଥିବା ଦେଖାଯାଉଛି। କିଛିଦିନ ତଳେ ସୁନ୍ଦରଗଡ଼ ଜିଲାର କୁଅଁାରମୁଣ୍ଡା ଅଞ୍ଚଳରେ ଦୁଇଟି ମୃତଦେହ ଗୋଟିଏ ଗଛମୂଳରୁ ଆଲିଙ୍ଗନାବଦ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଜଣାପଡ଼ିଲା ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣକ ଧରିଥିବା ମୋବାଇଲ ଫୋନ୍‌ ପାଇଁ ସେମାନେ ବଜ୍ରପାତର ଶିକାର ହେଲେ ବୋଲି ଜଣାପଡ଼ିଛି। କେବଳ କୁଅଁାରମୁଣ୍ଡାର ଏହି ପ୍ରେମୀଯୁଗଳ ନୁହନ୍ତି, ରାଜ୍ୟରେ ଘଟୁଥିବା ଅନେକ ବଜ୍ରପାତ-ମୃତ୍ୟୁର କାରଣ ମୋବାଇଲ ଫୋନ୍‌ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବିଜୁଳି ଓ ବଜ୍ରପାତ ବେଳେ ମୋବାଇଲ ଫୋନ୍‌ ଭଳି ଇଲେକ୍‌ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକୁ ସୁଇଚ୍‌ଅଫ୍‌ କରିବା କଥା। ମାତ୍ର ଗଁାଗହଳିର ଅଳ୍ପଶିକ୍ଷିତ ଲୋକଙ୍କଠୁ ନେଇ ସହରର ବହୁଶିକ୍ଷିତ ବ୍ୟକ୍ତି ଏ କଥା ଜାଣି ମଧ୍ୟ ଅଜଣା ଭଳି ବ୍ୟବହାର କରୁଛନ୍ତି ଏବଂ ମୃତ୍ୟୁମୁହଁରେ ପଡ଼ୁଛନ୍ତି। ପୁଣି କିଛି ଲୋକ ବଜ୍ରପାତ ବେଳେ ଗଛତଳକୁ ଆଶ୍ରୟ ଭାବି ପଳାଇ ଆସୁଛନ୍ତି। କିନ୍ତୁ ଅଧିକାଂଶ ବଜ୍ରପାତ ଗଛ ଉପରେ ହେଉଥିବାରୁ ଗଛତଳେ ଆଶ୍ରୟ ନେଉଥିବା ଲୋକ ବଜ୍ରପାତର ଶିକାର ହେଉଛନ୍ତି।
ବିଶେଷକରି ଏପ୍ରିଲ, ମେ, ଜୁନ୍‌ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ଅଧିକ ଆଶଙ୍କା ରହୁଥିବାବେଳେ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଜିଲାରେ ଅଧିକମାତ୍ରାରେ କାଳବୈଶାଖୀ ହେଉଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଉ ସରକାରଙ୍କ ପାଖରେ ପ୍ରତିବର୍ଷ ବଜ୍ରପାତଜନିତ ମୃତକଙ୍କ ଯେଉଁ ତାଲିକା ରହିଛି, ସେଥିରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ବାଲେଶ୍ୱର ଜିଲାରେ ଘଟିଥିବା ଜଣାଯାଇଛି। ଚଳିତ ବର୍ଷ ମଧ୍ୟ ମାସକ ମଧ୍ୟରେ ଏହି ଜିଲାରେ ବଜ୍ରପାତରେ ୧୨ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ୨୦୧୦-୧୧ ମସିହାରେ ରାଜ୍ୟରେ ବଜ୍ରପାତ ଯୋଗୁ ୨୭୯ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୧୧-୧୨ରେ ୩୫୨, ୨୦୧୨-୧୩ରେ ୨୯୫, ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୦, ୨୦୧୫-୧୬ରେ ୪୦୦, ୨୦୧୬-୧୭ ମସିହାରେ ୩୯୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ବଜ୍ରପାତ ଯୋଗୁ ଦେଶରେ ପ୍ରତିବର୍ଷ ପାଖାପାଖି ୨୫୦୦ ଜଣ ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ଏହାର ପ୍ରାୟ ଏକପଞ୍ଚମାଂଶ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଚଳିତ ଗ୍ରୀଷ୍ମକାଳରେ କାଳବୈଶାଖୀ ବା ଘୂର୍ଣ୍ଣିଝଡ଼ ପ୍ରଭାବରେ ବର୍ଷା ସହିତ ବଜ୍ରପାତ ବାରମ୍ବାର ଘଟିଥିବା ଜଳବାୟୁ ପରିବର୍ତ୍ତନର ଲକ୍ଷଣ ହୋଇପାରେ। ତେବେ ରାଜ୍ୟରେ ଗତ ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ୬୩ଜଣ ବ୍ୟକ୍ତିଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଛି। ଗତ ୯ ବର୍ଷରେ ବଜ୍ରପାତ-ମୃତ୍ୟୁ ସଂଖ୍ୟା ୨୯୨୫ ଛୁଇଁଛି। ଗତ ଏପ୍ରିଲରୁ ମେ ୨୪ ମଧ୍ୟରେ ୬୧ଜଣଙ୍କ ମୃତ୍ୟୁ ହୋଇଛି। କାଳବୈଶାଖୀ ପାଇଁ ରାଜ୍ୟ ଓ ଜିଲାସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ୧୦୭୯ ରହିଥିବାବେଳେ ଜିଲାସ୍ତରରେ ୧୦୭୭ ନମ୍ବର ରହିଛି। ସାପ କାମୁଡ଼ିଲେ କିମ୍ବା ବଜ୍ରପାତ ହେଲେ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଲୋକେ ଫୋନ କରିପାରିବେ। ସାଧାରଣ ଲୋକଙ୍କୁ ସ୍ମାର୍ଟଫୋନ୍‌ରେ ବଜ୍ରପାତର ଆଗୁଆ ସୂଚନା ମିଳିପାରିବ। ବଜ୍ରପାତର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ମୋବାଇଲ ଆପ୍‌ରେ ସୂଚନା ଦିଆଯିବ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକଙ୍କ କହିବାନୁସାରେ, ପରିବେଶକୁ ବଦଳାଇବା ଆମ ହାତରେ ନାହିଁ। କେବଳ ଲୋକମାନଙ୍କୁ ସଚେତନ କରାଇପାରିବୁ। ପାଣିପାଗ ସୂଚନା ମୁତାବକ ଆମେ ଲୋକମାନଙ୍କୁ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦେଉଛୁ। ତଥାପି କିଛି ଅଞ୍ଚଳର ଲୋକେ ସଚେତନ ହୋଇପାରୁନାହାନ୍ତି। ଫଳରେ ମୃତ୍ୟୁର ଶିକାର ହେଉଛନ୍ତି। ସହରାଞ୍ଚଳରେ ଲୋକମାନେ ଅଫିସ ଭିତରେ ବ୍ୟସ୍ତ ରହୁଛନ୍ତି। ତେଣୁ ସେମାନଙ୍କ ଉପରେ ଏତେଟା ପ୍ରଭାବ ପଡ଼ୁନି। କିନ୍ତୁ ବଜ୍ରପାତ ବେଳେ ଗ୍ରାମାଞ୍ଚଳରେ ରହୁଥିବା ଲୋକେ ଚାଷଜମିରେ, ଛପର ତଳେ କିମ୍ବା କିଛି ଲୋକ ଗଛତଳେ ଆଶ୍ରୟ ନିଅନ୍ତି। ତେଣୁ ବଜ୍ରପାତ ହେଲେ ସେମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାନ୍ତି। ଏଭଳି ବିପଦ ସମ୍ପର୍କରେ ଆମେ ସେମାନଙ୍କୁ ସଚେତନ କରାଇପାରିଲେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟାକୁ କମାଯାଇପାରିବ। ବଜ୍ରପାତର ଶିକାର ମୁଖ୍ୟତଃ ଗଁାଗଣ୍ଡାର ଚାଷୀ, ଗ୍ରାମବାସୀ ହେଉଛନ୍ତି। କାଳବୈଶାଖୀ ଅଚାନକ ଆସିଥାଏ। ଏହି ସମୟରେ ପ୍ରବଳ ଘଡ଼ଘଡ଼ି, ବଜ୍ରପାତ ହେଉଥିବାରୁ ଚାଷୀ କିମ୍ବା ଖୋଲାରେ ବୁଲୁଥିବା ଲୋକେ ମୃତ୍ୟୁର ବିପଦ ମୁଣ୍ଡାଇଥାନ୍ତି। ଏ ନେଇ ଆଗୁଆ ସୂଚନା ପ୍ରଦାନ ପାଇଁ ସ୍ବତନ୍ତ୍ର ଆପ୍‌ ବିକାଶ କରାଯାଉଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଏହି ଆପ୍‌ ମୋବାଇଲରେ ସ୍ଥାପନ କରିହେବ। ଏହା ଜରିଆରେ ବଜ୍ରପାତ ହେବାର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ସୂଚନା ମିଳିପାରିବ।
କୋକମୁଣ୍ଡା, ଚାଞ୍ଚେର, କେସିଙ୍ଗା, କଳାହାଣ୍ଡି, ମୋ: ୯୯୩୮୯୦୪୭୭୫


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri