କାଳବୈଶାଖୀ ଓ ବଜ୍ରପାତ

ମୋହନ କୁମାର ଭଟ୍ଟ
ପ୍ରଚଣ୍ଡ ତାତିରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ୱସ୍ତି ଆଣିଦେଉଛି କାଳବୈଶାଖୀ। ହେଲେ ଏହା ଧ୍ୱଂସଲୀଳା ବି ସୃଷ୍ଟି କରୁଛି। କେବଳ ଘୂର୍ଣ୍ଣିଝଡ଼ କି ବର୍ଷାପବନ ନୁହେଁ, କାଳବୈଶାଖୀ ସମୟରେ ହେଉଥିବା ବଜ୍ରପାତ ଯୋଗୁ ଅକାଳରେ ଝରିପଡ଼ୁଛି ଅନେକ ଜୀବନ। ଦିନକୁ ଦିନ ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ସଚେତନତାର ଅଭାବ ଯୋଗୁ ଅଧିକରୁ ଅଧିକ ଲୋକ ଏଭଳି ଅକାଳ ମୃତ୍ୟୁର ଶିକାର ହେଉଥିବା ଦେଖାଯାଉଛି। କିଛିଦିନ ତଳେ ସୁନ୍ଦରଗଡ଼ ଜିଲାର କୁଅଁାରମୁଣ୍ଡା ଅଞ୍ଚଳରେ ଦୁଇଟି ମୃତଦେହ ଗୋଟିଏ ଗଛମୂଳରୁ ଆଲିଙ୍ଗନାବଦ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଜଣାପଡ଼ିଲା ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣକ ଧରିଥିବା ମୋବାଇଲ ଫୋନ୍‌ ପାଇଁ ସେମାନେ ବଜ୍ରପାତର ଶିକାର ହେଲେ ବୋଲି ଜଣାପଡ଼ିଛି। କେବଳ କୁଅଁାରମୁଣ୍ଡାର ଏହି ପ୍ରେମୀଯୁଗଳ ନୁହନ୍ତି, ରାଜ୍ୟରେ ଘଟୁଥିବା ଅନେକ ବଜ୍ରପାତ-ମୃତ୍ୟୁର କାରଣ ମୋବାଇଲ ଫୋନ୍‌ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବିଜୁଳି ଓ ବଜ୍ରପାତ ବେଳେ ମୋବାଇଲ ଫୋନ୍‌ ଭଳି ଇଲେକ୍‌ଟ୍ରୋନିକ୍‌ ସରଞ୍ଜାମଗୁଡ଼ିକୁ ସୁଇଚ୍‌ଅଫ୍‌ କରିବା କଥା। ମାତ୍ର ଗଁାଗହଳିର ଅଳ୍ପଶିକ୍ଷିତ ଲୋକଙ୍କଠୁ ନେଇ ସହରର ବହୁଶିକ୍ଷିତ ବ୍ୟକ୍ତି ଏ କଥା ଜାଣି ମଧ୍ୟ ଅଜଣା ଭଳି ବ୍ୟବହାର କରୁଛନ୍ତି ଏବଂ ମୃତ୍ୟୁମୁହଁରେ ପଡ଼ୁଛନ୍ତି। ପୁଣି କିଛି ଲୋକ ବଜ୍ରପାତ ବେଳେ ଗଛତଳକୁ ଆଶ୍ରୟ ଭାବି ପଳାଇ ଆସୁଛନ୍ତି। କିନ୍ତୁ ଅଧିକାଂଶ ବଜ୍ରପାତ ଗଛ ଉପରେ ହେଉଥିବାରୁ ଗଛତଳେ ଆଶ୍ରୟ ନେଉଥିବା ଲୋକ ବଜ୍ରପାତର ଶିକାର ହେଉଛନ୍ତି।
ବିଶେଷକରି ଏପ୍ରିଲ, ମେ, ଜୁନ୍‌ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ହେବାର ଅଧିକ ଆଶଙ୍କା ରହୁଥିବାବେଳେ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଜିଲାରେ ଅଧିକମାତ୍ରାରେ କାଳବୈଶାଖୀ ହେଉଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଉ ସରକାରଙ୍କ ପାଖରେ ପ୍ରତିବର୍ଷ ବଜ୍ରପାତଜନିତ ମୃତକଙ୍କ ଯେଉଁ ତାଲିକା ରହିଛି, ସେଥିରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ବାଲେଶ୍ୱର ଜିଲାରେ ଘଟିଥିବା ଜଣାଯାଇଛି। ଚଳିତ ବର୍ଷ ମଧ୍ୟ ମାସକ ମଧ୍ୟରେ ଏହି ଜିଲାରେ ବଜ୍ରପାତରେ ୧୨ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ୨୦୧୦-୧୧ ମସିହାରେ ରାଜ୍ୟରେ ବଜ୍ରପାତ ଯୋଗୁ ୨୭୯ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୧୧-୧୨ରେ ୩୫୨, ୨୦୧୨-୧୩ରେ ୨୯୫, ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୦, ୨୦୧୫-୧୬ରେ ୪୦୦, ୨୦୧୬-୧୭ ମସିହାରେ ୩୯୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ବଜ୍ରପାତ ଯୋଗୁ ଦେଶରେ ପ୍ରତିବର୍ଷ ପାଖାପାଖି ୨୫୦୦ ଜଣ ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ଏହାର ପ୍ରାୟ ଏକପଞ୍ଚମାଂଶ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଚଳିତ ଗ୍ରୀଷ୍ମକାଳରେ କାଳବୈଶାଖୀ ବା ଘୂର୍ଣ୍ଣିଝଡ଼ ପ୍ରଭାବରେ ବର୍ଷା ସହିତ ବଜ୍ରପାତ ବାରମ୍ବାର ଘଟିଥିବା ଜଳବାୟୁ ପରିବର୍ତ୍ତନର ଲକ୍ଷଣ ହୋଇପାରେ। ତେବେ ରାଜ୍ୟରେ ଗତ ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ୬୩ଜଣ ବ୍ୟକ୍ତିଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଛି। ଗତ ୯ ବର୍ଷରେ ବଜ୍ରପାତ-ମୃତ୍ୟୁ ସଂଖ୍ୟା ୨୯୨୫ ଛୁଇଁଛି। ଗତ ଏପ୍ରିଲରୁ ମେ ୨୪ ମଧ୍ୟରେ ୬୧ଜଣଙ୍କ ମୃତ୍ୟୁ ହୋଇଛି। କାଳବୈଶାଖୀ ପାଇଁ ରାଜ୍ୟ ଓ ଜିଲାସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ନମ୍ବର ୧୦୭୯ ରହିଥିବାବେଳେ ଜିଲାସ୍ତରରେ ୧୦୭୭ ନମ୍ବର ରହିଛି। ସାପ କାମୁଡ଼ିଲେ କିମ୍ବା ବଜ୍ରପାତ ହେଲେ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଲୋକେ ଫୋନ କରିପାରିବେ। ସାଧାରଣ ଲୋକଙ୍କୁ ସ୍ମାର୍ଟଫୋନ୍‌ରେ ବଜ୍ରପାତର ଆଗୁଆ ସୂଚନା ମିଳିପାରିବ। ବଜ୍ରପାତର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ମୋବାଇଲ ଆପ୍‌ରେ ସୂଚନା ଦିଆଯିବ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବୈଜ୍ଞାନିକଙ୍କ କହିବାନୁସାରେ, ପରିବେଶକୁ ବଦଳାଇବା ଆମ ହାତରେ ନାହିଁ। କେବଳ ଲୋକମାନଙ୍କୁ ସଚେତନ କରାଇପାରିବୁ। ପାଣିପାଗ ସୂଚନା ମୁତାବକ ଆମେ ଲୋକମାନଙ୍କୁ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦେଉଛୁ। ତଥାପି କିଛି ଅଞ୍ଚଳର ଲୋକେ ସଚେତନ ହୋଇପାରୁନାହାନ୍ତି। ଫଳରେ ମୃତ୍ୟୁର ଶିକାର ହେଉଛନ୍ତି। ସହରାଞ୍ଚଳରେ ଲୋକମାନେ ଅଫିସ ଭିତରେ ବ୍ୟସ୍ତ ରହୁଛନ୍ତି। ତେଣୁ ସେମାନଙ୍କ ଉପରେ ଏତେଟା ପ୍ରଭାବ ପଡ଼ୁନି। କିନ୍ତୁ ବଜ୍ରପାତ ବେଳେ ଗ୍ରାମାଞ୍ଚଳରେ ରହୁଥିବା ଲୋକେ ଚାଷଜମିରେ, ଛପର ତଳେ କିମ୍ବା କିଛି ଲୋକ ଗଛତଳେ ଆଶ୍ରୟ ନିଅନ୍ତି। ତେଣୁ ବଜ୍ରପାତ ହେଲେ ସେମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାନ୍ତି। ଏଭଳି ବିପଦ ସମ୍ପର୍କରେ ଆମେ ସେମାନଙ୍କୁ ସଚେତନ କରାଇପାରିଲେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟାକୁ କମାଯାଇପାରିବ। ବଜ୍ରପାତର ଶିକାର ମୁଖ୍ୟତଃ ଗଁାଗଣ୍ଡାର ଚାଷୀ, ଗ୍ରାମବାସୀ ହେଉଛନ୍ତି। କାଳବୈଶାଖୀ ଅଚାନକ ଆସିଥାଏ। ଏହି ସମୟରେ ପ୍ରବଳ ଘଡ଼ଘଡ଼ି, ବଜ୍ରପାତ ହେଉଥିବାରୁ ଚାଷୀ କିମ୍ବା ଖୋଲାରେ ବୁଲୁଥିବା ଲୋକେ ମୃତ୍ୟୁର ବିପଦ ମୁଣ୍ଡାଇଥାନ୍ତି। ଏ ନେଇ ଆଗୁଆ ସୂଚନା ପ୍ରଦାନ ପାଇଁ ସ୍ବତନ୍ତ୍ର ଆପ୍‌ ବିକାଶ କରାଯାଉଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଏହି ଆପ୍‌ ମୋବାଇଲରେ ସ୍ଥାପନ କରିହେବ। ଏହା ଜରିଆରେ ବଜ୍ରପାତ ହେବାର ଦୁଇ କିମ୍ବା ତିନି ଘଣ୍ଟା ପୂର୍ବରୁ ସୂଚନା ମିଳିପାରିବ।
କୋକମୁଣ୍ଡା, ଚାଞ୍ଚେର, କେସିଙ୍ଗା, କଳାହାଣ୍ଡି, ମୋ: ୯୯୩୮୯୦୪୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?