Posted inପୁରୀ

କହ୍ନେଇପୁରରେ ଉଗ୍ର ଗୋଷ୍ଠୀକନ୍ଦଳ: ବୋମାମାଡ଼ରେ ୧୧ ଆହତ

କୃଷ୍ଣପ୍ରସାଦ,୯ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁ’ରେ ୨ ପକ୍ଷରୁ ଗୋଷ୍ଠୀ କନ୍ଦଳ ସୋମବାର ଉଗ୍ରରୂପ ଧାରଣ କରି ଗଣ୍ଡଗୋଳ ଘଟିଛିି ା ଫଳରେ ଉଭୟ ଗୋଷ୍ଠୀ ଲୋକେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଥାନା ଆଇଆଇସି ପୁରୀ ରଥଯାତ୍ରା ଦାୟିତ୍ୱରେ ରହିଥିବା ଯୋଗୁ ଦାୟିତ୍ୱରେ ଥିବା ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରୁ ପ୍ରକାଶ, ରବିବାର ତଲାରିହୁଡା, ଚିଲିକାରେ ୫୨ ପରିବାରକୁ ନେଇ ଏକ ଗୋଷ୍ଠୀ ମାଛ ଧରିବା ଓ ଚାଷ କରିବା ନିମନ୍ତେ କିଛି ଜମି ଜବରଦଖଲ କରୁଥିବା ନେଇ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା। ୩୫ ପରିବାରକୁ ନେଇ ଗଠିତ ଅନ୍ୟ ଏକ ଗୋଷ୍ଠୀ ବିପକ୍ଷ ଗୋଷ୍ଠୀର କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିବା ଫଳରେ ଗଣ୍ଡଗୋଳ, ମାରପିଟ ହୋଇଥିଲା ା ଏଥିରେ ସୁଦର୍ଶନ ଦଳେଇ, ନଟବର ଦାସ ଆହତ ହୋଇଥିଲେ ା ରାତିସାରା ଉତ୍ତେଜନା ଲାଗି ରହିଥିଲା ା ତେବେ ଘଟଣା ଦିନ ସକାଳେ ଜଣେ ମହିଳାଙ୍କୁ ପାଣି ନେବାକୁ ମନା କରିବା ଓ ଜଣେ ଯୁବକ ତାଙ୍କ ହାତରୁ ଗରା ଛଡ଼ାଇ ନେଇ ଫିଙ୍ଗି ଦେବା ଘଟଣା ପରେ ପୁଣି ଗଣ୍ଡଗୋଳ ଘଟିଥିବା ଲକ୍ଷ୍ମୀଧର ନାୟକ କହିଛନ୍ତି। ତେବେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିମନ୍ୟୁ ଦଳେଇ କହିଛନ୍ତିି ଯେ, ସେମାନେ ଜମିରୁ ଫେରିବାବେଳେ ରାସ୍ତାରେ ଅଟକାଇ ତାଙ୍କୁ ବିରୋଧୀ ଗୋଷ୍ଠୀର ଲୋକେ ମାର୍‌ପିଟ୍‌ କରିଥିଲେ ା ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ବୋମାମାଡ଼ ହୋଇଥିଲା ା ଗଣ୍ଡଗୋଳରେ ଆହତ ହୋଇଥିବା ଅନିଲ ଦଳେଇ, ଶଙ୍କର ନାୟକ, ପ୍ରଦୀପ ଦାସ , ସୁଦର୍ଶନ ଦଳେଇ, ନଟବର ଦାସ, ମୁରଲୀ ପ୍ରଧାନ, ସତ୍ୟଭାମା ପ୍ରଧାନ, ଭାରତୀ ଦଳେଇ, ବିଶ୍ୱଜିତ ଦଳେଇ, ଅନସୂୟା ପ୍ରଧାନ, ଶିଶିର ଦଳେଇ ପ୍ରମୁଖ ୧୧ ଜଣଙ୍କୁ କୃଷ୍ଣପ୍ରସାଦ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର ଓ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ଘର ଉପରେ ବୋମା ମାଡ଼ କରିବା ଦ୍ୱାରା ୩୫(ପରିବାର)ଗୋଷ୍ଠୀର ବୁଲୁମହାନ୍ତି, ମଙ୍ଗୁଳି ତରାଇ, କୁବେର ପ୍ରଧାନ, ସନ୍ୟାସୀ ପ୍ରଧାନ, ଧିରେନ୍ଦ୍ର ପ୍ରଧାନ ଏବଂ ଅପରପକ୍ଷ (୫୨ ପରିବାର)ର ସନ୍ୟାସୀ ଦଳେଇ, ଜଗନ୍ନାଥ ଦଳେଇ, ଅଶୋକ ପ୍ରଧାନଙ୍କ ଛାତର ଆଜବେଷ୍ଟସ ଭାଙ୍ଗିଯାଇଛି ା ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ା ଏହାବ୍ୟତୀତ ରାତିରେ ଘର କବାଟ ଭାଙ୍ଗି ୫ଭରି ସୁନା ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ବାକ୍ସକୁ କେହି ଚୋରି କରି ନେଇଥିବା ଘର ମାଲିକ ମଙ୍ଗୁଳୁ ତରେଇ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri