Posted inଜାତୀୟ

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ହେବ। କଶ୍ମୀରକୁ ନେଇ ଆଲୋଚନାର ପ୍ରଶ୍ନ ଉଠୁନାହିଁ ବୋଲି ପଡ଼ୋଶୀ ଦେଶକୁ ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
ରାଜନାଥ ହରିୟାଣାରେ ଭାଜପାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପାକିସ୍ତାନ ବିରୋଧରେ ସ୍ବର ଶାଣିତ କରିଛନ୍ତି। ପଡ଼ୋଶୀ ଦେଶକୁ ଟାର୍ଗେଟ କରି ସେ କହିଛନ୍ତି, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପତ୍ୟକାର ବିକାଶ ପାଇଁ ଉଦ୍ଦିଷ୍ଟ। ହେଲେ ଇସ୍‌ଲାମାବାଦ ଏହି ପଦକ୍ଷେପକୁ ଭାରତର ଏକ ଭୁଲ୍‌ ବୋଲି ଦର୍ଶାଇ ଅନ୍ତର୍ଜାତୀୟ ସମୁଦାୟର କବାଟ ବାଡ଼ଉଛି। ପଡ଼ୋଶୀ ଯଦି ଆତଙ୍କବାଦୀଙ୍କୁ ସମର୍ଥନ ଦେବା ବନ୍ଦକରେ ତେବେ ଆଗକୁ ଆଲୋଚନା କେବଳ (୧୯୪୭ରୁ ପାକିସ୍ତାନ ବେଆଇନ ଭାବେ ଦଖଲ କରି ରଖିଥିବା) ପିଓକେକୁ ନେଇ ହେବ। ଭାରତ ବାଲାକୋଟ୍‌ଠାରୁ ବି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ବୋଲି କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ତାଙ୍କ ଦେଶବାସୀଙ୍କୁ କହିଥିଲେ। ବାଲାକୋଟରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ନେଇ ପୂର୍ବରୁ ଖଣ୍ଡନ କରିଆସୁଥିବା ଇମ୍ରାନ୍‌ ଏବେ ଏହାକୁ ସ୍ବୀକାର କରିଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ରାଜନାଥ କହିଛନ୍ତି।
କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାରିଆଡ଼ୁ ହତାଶ ହେବା ପରେ ତା’ର ସବୁଦିନିଆ ବନ୍ଧୁ ଚାଇନାର ସହଯୋଗ ଲୋଡ଼ିଥିଲା। ଉପତ୍ୟକାକୁ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ନିଷ୍ପତ୍ତିରେ କ୍ଷୁବ୍ଧ ଚାଇନା ଏହାକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)କୁ ଟାଣିଥିଲା। ଚାଇନାର ଅନୁରୋଧକ୍ରମେ ଶୁକ୍ରବାର ରାତି ୭ଟା ୩୦ରେ ୟୁଏନ୍‌ଏସ୍‌ସିର ସିକ୍ୟୁରିଟି କାଉନ୍‌ସିଲ୍‌ କନ୍‌ସଲ୍‌ଟେଶନ ରୁମ୍‌ରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅନୌପଚାରିକ ଭାବେ ଆଲୋଚନାବେଳେ ଅନ୍ୟ ୪ ସ୍ଥାୟୀ ସଦସ୍ୟ ଫ୍ରାନ୍ସ, ରୁଷିଆ, ବ୍ରିଟେନ ଓ ଆମେରିକା ଏବଂ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ବେଲ୍‌ଜିଅମ୍‌, କୋଟେ ଡି’ଆଇଭରି, ଡୋମିନିକାନ୍‌ ରିପବ୍ଲିକ୍‌, ଇକ୍ୱେଟୋରିଆଲ ଗିନି, ଜର୍ମାନୀ, ଇଣ୍ଡୋନେସିଆ, କୁଏଟ୍‌, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଭାରତ ସପକ୍ଷରେ ମତ ଦେଇଥିଲେ। ଫଳରେ ପାକିସ୍ତାନ ଓ ଚାଇନା ଏକଘରିକିଆ ହୋଇଯାଇଥିଲେ। ଜାତିସଂଘରେ ନିରାଶ ହୋଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିକଟରେ କେବଳ ଭାରତ ବିରୋଧୀ ଟୁଇଟ୍‌ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ, ଆସନ୍ତା ଅକ୍ଟୋବର ଆଡ଼କୁ ହରିୟାଣାରେ ବିଧାନସଭା ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ରାଜନାଥ କାଲ୍‌କାରେ ଭାଜପାର ଜନ ଆଶୀର୍ବାଦ ଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ଏହି ଯାତ୍ରା ରାଜ୍ୟର ୯୦ ବିଧାନସଭା ଆସନ ଦେଇ ଅତିକ୍ରମ କରି ସେପ୍ଟେମ୍ବର ୮ରେ ରୋହତକ୍‌ରେ ଉଦ୍‌ଯାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri