ଭବାନୀପାଟଣା,୨୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥାଏ। ମାତ୍ର ଚଳିତ ମାସ ଶେଷ ସୋମବାର ଓକିଲ ସଂଘ ପକ୍ଷରୁ ସେପରି କରା ନ ଯାଇ ଅଭିନବ ଭାବେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆଇନଜୀବୀମାନେ ଧାରଣା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ଉପସଭାପତି ଦିଲୀପ କୁମାର ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ ।
Posted inଆମ ଜିଲା ଖବର, କଳାହାଣ୍ଡି