କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି ରହୁଛି। ଦିନସାରା ଉତ୍ତପ୍ତ ଝାଞ୍ଜି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସହରବାସୀ  କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି  ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ-ଭୋଲଟେଜ୍‌ ସମସ୍ୟା।

ବାତ୍ୟା ପରେ ଖରାରେ ସିଝୁଛି ଢେଙ୍କାନାଳ। ପୂର୍ବାହ୍ନ ୯ଟାରୁ ଆରମ୍ଭ ହେଉଯାଉଛି ସୂର୍ଯ୍ୟଙ୍କ ପ୍ରଖର ତେଜ। ସନ୍ଧ୍ୟା ୭ଟା ଯାଏ ତତଲା ପବନ  ଅସ୍ତବ୍ୟସ୍ତ କରିପକାଉଛି। ସେପଟେ ସେସୁ ଓ ଏନ୍‌ଜେନର ଖାମଖିଆଲ ନୀତି ଯୋଗୁ ଲୋ-ଭୋଲଟେଜ୍‌ ସମସ୍ୟା ସୁଧୁରୁନି। ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡେଶନ କରାଯାଇ ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି।

ସାଧାରଣତଃ ଖରାଦିନେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଆବଶ୍ୟକତା ବଢ଼ିଥାଏ। ଏଥିସହ ଏସି, କୁଲର, ଫ୍ୟାନ୍‌ ବ୍ୟବହାର ମଧ୍ୟ ଅଧିକ ହୋଇଥାଏ। ଏଥିଲାଗି ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମର ଅପଗ୍ରେଡେଶନ ଜରୁରୀ। ହେଲେ ନିର୍ଦ୍ଧାରିତ ସମୟରେ ଉକ୍ତ କାର୍ଯ୍ୟ କରିବାରେ ବିଫଳ ହୋଇଛି ବିଭାଗ। ସେସୁ ଏବଂ ଏନ୍‌ଜେନ୍‌ କର୍ତ୍ତୃପକ୍ଷ ବିଭାଗୀୟ ଠିକାଦାରଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଅନେକ କ୍ଷେତ୍ରରେ ସେସୁ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ କଥାକୁ ଠିକାଦାର ଗୁରୁତ୍ୱ ପ୍ରଦାନ କରୁନାହାନ୍ତି। ଏସବୁ ଭିତରେ ସାଧାରଣ ଉପଭୋକ୍ତା ହୀନସ୍ତା ହେଉଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଗୁଣ୍ଡିଚାପଡ଼ା ଗ୍ରୀଡ୍‌ ଷ୍ଟେଶନ, କଲେଜ ଏବଂ ଦକ୍ଷିଣକାଳୀ ରୋଡ୍‌ରେ ଥିବା ସବ୍‌ଷ୍ଟେଶନରେ ଅତିରିକ୍ତ ଚାପ ପଡୁଛି। ଫଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେଉଛି। ଲୋ-ଭୋଲଟେଜ୍‌ ଯୋଗୁ ପାଣି ଟାଙ୍କିକୁ ଉଠିପାରୁନାହିଁ। ଏସି, ଫ୍ୟାନ ମଧ୍ୟ ଠିକ୍‌ ଭାବେ ଚାଲୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା

ଏ ନେଇ ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର କୁହନ୍ତି, କୌଣସି କାରଣରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲେ ଲୋକେ ଭୟଭୀତ ହୋଇପଡୁଛନ୍ତି। ଆଉ ଲାଇନ୍‌ ଆସିବନାହିଁ ଭାବି ସେମାନେ ଦୀର୍ଘ ସମୟ ପାଣିପମ୍ପ ଚଳାଉଛନ୍ତି। ଏହା ଲୋ-ଭୋଲ୍‌ଟେଜ ସମସ୍ୟା ବଢ଼ାଉଛି। ‘ଫନୀ’ ପ୍ରଭାବରେ ଛିଣ୍ଡିଥିବା ବିଦ୍ୟୁତ୍‌ ତାର, ଉପୁଡ଼ି ପଡ଼ିଥିବା ଖୁଣ୍ଟ ମରାମତି ଶେଷହୋଇଛି। ଅନୁଦାନ ରିଲିଜ ହୋଇଛି। ନିର୍ବାଚନ ଆଚରଣବିଧି ଲାଗୁହୋଇଥିବାରୁ ଅପଗ୍ରେଡେଶନ କାମ ଆରମ୍ଭ ହୋଇପାରୁ ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri