Posted inରାଜ୍ୟ

କରୋନା: ସ୍ବଚ୍ଛତା ହିଁ ପ୍ରତିଷେଧକ

କରୋନା ଏକ ଆର୍‌ଏନ୍‌ଏ ଭୂତାଣୁ, ଏଚ୍‌ଆଇଭି ଭଳି। ଏହିପରି ଭୂତାଣୁ ଶରୀରର ପ୍ରତିରୋଧକ ଶକ୍ତିକୁ ଅକାମୀ କରି କାୟା ବିସ୍ତାର କରେ ଓ ମଣିଷର ଶ୍ୱାସକ୍ରିୟାକୁ କବଳିତ କରିଥାଏ। ବର୍ତ୍ତମାନର କରୋନାକୁ ନୋଭେଲ ବା ନୂତନ କରୋନା ଭୂତାଣୁ ଆଖ୍ୟା ଦିଆଯାଇଛି; ଯାହାକି ଏସ୍‌-୧ ପୁଷ୍ଟିସାରର ପରିବର୍ତ୍ତନ। ଏହାକୁ କୋଭିଡ଼-୧୯ (COVID-19) ମଧ୍ୟ କୁହାଯାଇଛି ଯାହାର ପୂରା ନାମ ହେଲା କରୋନା ଭାଇରସ୍‌ ଇମ୍ୟୁନୋ ଡେଫିସିଏନ୍ସି-୧୯। ୨୦୧୨ରେ ପୂର୍ବ କରୋନା ଭୂତାଣୁ (SARS, MERS)ରେ ବି ଏହିପରି ଲକ୍ଷଣ ପ୍ରକାଶ ପାଇଥିଲା। ଏବର କରୋନା ଭୂତାଣୁ ବିବର୍ତ୍ତନରେ ଅଲଗା ପ୍ରକାରର ଓ ପୂର୍ବଠାରୁ ଭୟଙ୍କର। ଏହାର ଆକାର ସୂର୍ଯ୍ୟମୁଖୀ ଫୁଲର ପାଖୁଡ଼ା ପରି ହୋଇଥାଏ, ଯାହା ତନ୍ତୁକୁ ଜାବୁଡ଼ିଧରି କାୟାବିସ୍ତାର ପାଇଁ ସାହାଯ୍ୟ କରେ। ତେଣୁ କୁହାଯାଉଛି ସାବୁନ କିମ୍ବା ଅନ୍ୟ ଆଲକହଲ୍‌ଯୁକ୍ତ ପଦାର୍ଥରେ ହାତ ଧୋଇଲେ, ଏହି ପାଖୁଡ଼ାଭଳି ଅଂଶ ଅଲଗା ହୋଇଯାଏ ଏବଂ ହାତରୁ ଝାଳ କିମ୍ବା ତୈଳାକ୍ତ ଅଂଶ ଦୂର ହୋଇଯାଏ ଯାହାଦ୍ୱାରା ଭୂତାଣୁ କାୟାବିସ୍ତାର ପାଇଁ ସମୟ ପାଏ ନାହିଁ। ନଚେତ୍‌ ଝାଳ କିମ୍ବା ତୈଳାକ୍ତ ପଦାର୍ଥ ଯୋଗୁ ଏହା ଏକାଠି ହୋଇ ଏହାର କରାଳ ରୂପ ଦେଖାଏ।

ଭାରତର ଆୟୁଃ ଅନୁସନ୍ଧାନ ସଂସ୍ଥା (ICMR) ଜଣାଇଛନ୍ତି ଯେ, ଭାରତରେ ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ। ଯାହାର ଅର୍ଥ କିଛି ସଂକ୍ରମିତ ବ୍ୟକ୍ତି ବାହାରୁ ଆସିବା ପରେ ସଂକ୍ରମଣ ବ୍ୟାପିଛି (ନାଗରିକ ଓ ଅଣନାଗରିକ)। ତେଣୁ ଭୟାବହ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ରୋକି ହୋଇଗଲେ କରୋନା ପ୍ରଭାବ କମିଯିବ। ଏହାର ଫଳପ୍ରଦ ଚିକିତ୍ସା ଆବିଷ୍କୃତ ହୋଇନାହିଁ। ପ୍ର୍‌ତିଷେଧକ ବ୍ୟବସ୍ଥା ଯଦିଓ ଆରମ୍ଭ ହେଲାଣି (ଆମେରିକା, ଚାଇନା, ଜର୍ମାନୀରେ), ତାହା କେତେ ଫଳପ୍ରଦ ହେବ ଓ କ୍ଷଣସ୍ଥାୟୀ କିମ୍ବା ଦୀର୍ଘସ୍ଥାୟୀ ତାହା ଭବିଷ୍ୟତ କହିବ। ଯଦିଓ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି; ଏହାର ପ୍ରତିଷେଧକ ପ୍ରସ୍ତୁତକାରୀ ଦେଶ ତାଙ୍କ ଦେଶ ପାଇଁ ଗଚ୍ଛିତ ରଖିବେ ବା ଏହାକୁ ବୌଦ୍ଧିକ ସମ୍ପତ୍ତି ଭାବି ସମସ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ ତାହା ମଧ୍ୟ ଆଲୋଚନା ହେଲାଣି।

ବହୁତ ସଂସ୍ଥା ଆକଳନ କରୁଛନ୍ତି, କରୋନା ଯୋଗୁ ବଡ଼ ଆର୍ଥିକ ବିପର୍ଯ୍ୟୟ ଆସିପାରେ, କିନ୍ତୁ ଆମେ ଯଦି ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ବନ୍ଦ କରିପାରିବା, ତେବେ ଆର୍ଥିକ ବିପର୍ଯ୍ୟୟ ସ୍ବଳ୍ପକାଳସ୍ଥାୟୀ ହେବ ଓ ରୋଗର ପ୍ରାଦୁର୍ଭାବ ଶୀଘ୍ର କମିଯିବ। ତେଣୁ ସରକାର ଓ ଅନ୍ୟ ସଂସ୍ଥା ସତର୍କ ରହିବା ପାଇଁ ଯେଉଁସବୁ ପ୍ରସ୍ତାବ ପ୍ରତିଦିନ ଲୋକଙ୍କୁ ଅବଗତ କରାଉଛନ୍ତି, ତାକୁ ସୁନାଗରିକ ଭାବେ ପାଳନ କଲେ ଓ ବିଶେଷତଃ ସ୍ବଚ୍ଛତା ଓ ସାମାଜିକ ଦୂରତା ବଜାୟ ରଖିଲେ, ଆମେ ଏ ବିପଦକୁ ଟାଳିପାରିବା।

ଜଗନ୍ନାଥ ମିଶ୍ର
ଭିଆଇଏମ୍‌-୭୭୮, ଶୈଳଶ୍ରୀବିହାର, ଭୁବନେଶ୍ୱର,
ଫୋନ୍‌-୦୭୭୪-୨୭୪୩୮୦୪


Enter your email to get our daily news in your inbox.

All Right Reserved By Dharitri.Com

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri