ପରମ୍ପରା ଉପରେ କରୋନା ଅଙ୍କୁଶ

ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଅନେକ ପ୍ରସିଦ୍ଧ କାର୍ଯ୍ୟକ୍ରମ ଉପରେ କରୋନା ଅଙ୍କୁଶ ଲାଗିଛି। ଫଳରେ ଚଳିତ ବର୍ଷ ବାରୁଣୀ ମେଳା, ବାରବାଟୀ ବିଶ୍ୱଶାନ୍ତି ମହାଯଜ୍ଞ, ଶଙ୍ଖଚିଲା ହିଙ୍ଗୁଳା ଯଜ୍ଞ, ରାଛିପୁର ଶନିଶ୍ଚର ମେଳା ଭଳି ଅନେକ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି। ଭାରତରେ କରୋନା ଭାଇରସ କ୍ରମଶଃ ଭୟଙ୍କର ରୂପ ଧାରଣା କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ କିପରି ତାହାର ସଫଳ ମୁକାବିଲା କରାଯାଇପାରିବ ସେ ନେଇ ବିଭିନ୍ନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ଜିଲାବାସୀ ସାଦରେ ଗ୍ରହଣ କରି ନିରାଡମ୍ବରଭାବେ ମେଳା ଓ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷଭାବେ ବାରୁଣୀ ମେଳା ପ୍ରଭାବିତ ହେବା ଜିଲା ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କୁ ବ୍ୟଥିତ କରିଛି। ବିରଜା କ୍ଷେତ୍ରରେ ପ୍ରବାହିତ ବୈତରଣୀରେ ପ୍ରତିବର୍ଷ ବାରୁଣୀ ସ୍ନାନ ଯୋଗ ପଡ଼ିବା ଗୋଟିଏ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଧର୍ମପ୍ରାଣ, ଈଶ୍ୱରବିଶ୍ୱାସୀ, ତୀର୍ଥପ୍ରେମୀ, ସାଧୁ ସନ୍ନ୍ୟାସୀ, ଅସଂଖ୍ୟ ଯାତ୍ରୀ ଏହି ସ୍ଥାନରେ ଏକାଠି ହୁଅନ୍ତି। କିନ୍ତୁ ଚଳିତ ବାରୁଣୀ ମେଳା ଆୟୋଜନକୁ କରୋନା ଭୂତାଣୁ ଗ୍ରାସ କରି ସାରିଛି। ସେହିପରି ବଡ଼ଚଣା ବ୍ଲକ ପଲେଇ ବାରବାଟୀ ପଡ଼ିଆରେ ରାମ ନବମୀଠାରୁ ୭ଦିନ ପର୍ଯ୍ୟନ୍ତ ବାରବାଟୀ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରତିବର୍ଷ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଏହାବାଦ୍‌ ଶଙ୍ଖଚିଲା ହିଙ୍ଗୁଳା ଯଜ୍ଞ ଏକ ଅନନ୍ୟ ପରମ୍ପରା। ୫ଦିନ ଧରି ଅନୁଷ୍ଠିତ ହେଉଥିବା ହିଙ୍ଗୁଳା ଯଜ୍ଞ ସମୟରେ ଆଖପାଖ ୧୦ କି.ମି. ପରିଧି ପର୍ଯ୍ୟନ୍ତ ଗୋଟିଏବେଳା ରନ୍ଧା ହୋଇଥାଏ ଏବଂ ଆମିଷ ଖାଇବାକୁ ବାରଣ କରାଯାଏ। ରାଛିପୁର ଶନିଶ୍ଚର ମେଳା, ସିଂହାପୁର ଯାତ୍ରା ଅନ୍ୟ ଏକ ପ୍ରସିଦ୍ଧ ଯାତ୍ରା। କିନ୍ତୁ ଏହି ପବିତ୍ର ଯାନିଯାତ୍ରା ଉପରେ ମଧ୍ୟ କରୋନା ମାଡ଼ ପଡ଼ିବାର ସମ୍ଭାବନା ରହିଛି।

– ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଥରିଲା ରାଜଧାନୀ, ଭୂକମ୍ପର ତୀବ୍ରତା ଥିଲା…

ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri