Posted inବୌଦ୍ଧ

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା ମୁକାବିଲା ଦିଗରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଅଧିକ ଉତ୍ସାହିତ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଏକ ବାଇକ୍‌ ଓ ଅଟୋ ରିକ୍ସା ରାଲି କରାଯାଇ ଲୋକଙ୍କୁ କରୋନା ଠାରୁ ସତର୍କ ରହିବା ପାଇଁ ସଚେତନ କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ମହାନଦୀ ବ୍ରିଜ ଛକଠାରେ ଏହି ବାଇକ୍‌ ରାଲିକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ସହର ପରିକ୍ରମା କରି ସାମାଜିକ ଦୂରତା, ମାସ୍କ ପରିଧାନ,ସାବୁନରେ ହାତ ଧୋଇବା ନେଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଏସପି ଭି. ରଘୁନାଥ ରାଓ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ,ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର ସାହୁ ଓ ଯୁବ ରେଡକ୍ରସର ପରାମର୍ଶଦାତା ପ୍ରବୀର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri