କରୋନା ଲଢ଼େଇରେ ଡ୍ରୋନ୍‌, ରୋବୋ

ନୂଆଦିଲ୍ଲୀ,୧୪ା୪(ପି.ଟି.): କରୋନା ବିରୋଧୀ ଲଢ଼େଇରେ ଶସ୍ତା ପୋର୍ଟେବଲ୍‌ ଭେଣ୍ଟିଲେଟରଠାରୁ ଆରମ୍ଭ କରି ଡ୍ରୋନ୍‌, ରୋବୋ ଏବଂ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ ବ୍ୟବହାର କରାଯାଉଛି। ସାନିଟାଇଜେଶନରେ ଡ୍ରୋନ୍‌କୁ ବ୍ୟବହାର କରାଯାଇଥିବାବେଳେ ଖାଦ୍ୟ ଓ ଔଷଧ ଯୋଗାଣରେ ରୋବୋ ଏବଂ ଦୂରତା ରକ୍ଷା କରି ରୋଗୀଙ୍କୁ ଯାଞ୍ଚ କରିବାରେ ସ୍ବତନ୍ତ୍ର ଷ୍ଟେଥୋସ୍କୋପ୍‌ର ସହାୟତା ନିଆଯାଉଛି। କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ଓ ଷ୍ଟାର୍ଟଅପ୍‌ମାନେ ଭିନ୍ନ ଭିନ୍ନ ଇନୋଭେଶନ ସହିତ ଆଗେଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ହସ୍ପିଟାଲରେ ବ୍ୟବହାର ପାଇଁ ସ୍ବତନ୍ତ୍ର ସଂକ୍ରମଣ ନିରୋଧୀ କପଡ଼ା, ଶସ୍ତା କରୋନା ପରୀକ୍ଷା ଉପକରଣ, ସଂକ୍ରମିତଙ୍କ ପାଇଁ ଆଇସୋଲେଶନ ପଡ୍‌, ପାରମ୍ପରିକ ଅକ୍ସିଜେନ୍‌ ମାସ୍କ ବଦଳରେ ବବଲ୍‌ ହେଲମେଟ୍‌ ଏବଂ ସାମାଜିକ ଦୂରତ୍ୱର ଉଲ୍ଲଂଘନ ହେଲେ ସତର୍କ କରିବା ଲାଗି ପେଣ୍ଡାଣ୍ଟ। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ଖୋଜି ବାହାର କରିବା, ସେମାନଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି, ତାହା ଆକଳନ କରିବା ଲାଗି ‘ଗୋ କରୋନା ଗୋ’ଠାରୁ ଆରମ୍ଭ କରି ‘ସମ୍ପର୍କ-ଓ-ମିଟର’ ମୋବାଇଲ ଆପ୍ଲିକେଶନ୍‌ର ବିକାଶ କରାଯାଇଛି। ଦେଶର କେତେକ ଆଇଆଇଟି ଏବଂ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏହି ଆପ୍ଲିକେଶନ ପ୍ରସ୍ତୁତ କରିଛନ୍ତି।
କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତିରେ ୨୦ରୁ ଅଧିକ ବୈଷୟିକ ଓ ବିଜ୍ଞାନ ଅନୁଷ୍ଠାନ ନିୟୋଜିତ ହୋଇଛନ୍ତି। ପ୍ରମୁଖ ଆଇଆଇଟିଗୁଡ଼ିକ ସ୍ବତନ୍ତ୍ର କୋଭିଡ୍‌-୧୯ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ବ୍ୟବହାର ପାଇଁ ଆଇଆଇଟି ଗୁଆହାଟୀ ପକ୍ଷରୁ ବିଭିନ୍ନ ପ୍ରକାର ଡ୍ରୋନ୍‌ର ବିକାଶ କରାଯାଇଛି। ଗୋଟିଏ ପ୍ରକାର ଡ୍ରୋନରେ ବ୍ୟାପକ ଅଞ୍ଚଳକୁ ବିଶୋଧନ କରାଯାଇପାରୁଥିବାବେଳେ ଅନ୍ୟ ଡ୍ରୋନ୍‌ରେ ଇନ୍‌ଫ୍ରାରେଡ୍‌ କ୍ୟାମେରା ଲାଗିଛି। ଏହା ଏକସଙ୍ଗେ ଏକାଧିକ ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିପାରିବ। ଏହି ଶିକ୍ଷାନୁଷ୍ଠାନର ଅନ୍ୟ ଏକ ଟିମ୍‌ ଦୁଇଟି ରୋବୋ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri