Posted inଖେଳ

କରୋନା ଭାଇରସ: ଭାରତୀୟ ହକି ଖେଳାଳି ଇଂଲିଶ ଶିଖୁଛନ୍ତି, ବହି ପଢୁଛନ୍ତି, ସିନେମା ଦେଖୁଛନ୍ତି

ନୂଆଦିଲ୍ଲୀ,୨୫ା୩(ପି.ଟି.)- କୋଭିଡ-୧୯ କାରଣରୁ ସ୍ପୋଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରକୁ ପୂରା ବନ୍ଦ କରାଯାଇଛି। ଫଳରେ ଭାରତୀୟ ହକି ଖେଳାଳିମାନେ ପର୍ଯ୍ୟାପ୍ତ ପରିମାଣର ସମୟ ପାଇଛନ୍ତି। ସମୟ ବିତାଇବା ପାଇଁ ଏମାନେ ଇଂଲିଶ ଭାଷା ଶିକ୍ଷା କରୁଛନ୍ତି ଓ ବହି ପଢୁଛନ୍ତି। କେବଳ ସେତିକି ନୁହଁ ଖେଳାଳିମାନେ ସେମାନଙ୍କ ଫେଭରାଇଟ୍‌ ମୁଭି ମଧ୍ୟ ଦେଖୁଛନ୍ତି।
ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଏବେ ବେଙ୍ଗାଲୁରୁ ସ୍ଥିତ ସାଇ ସେଣ୍ଟରରେ ଅଭ୍ୟାସ କରୁଛନ୍ତି। ତେବେ କରୋନା ଭାଇରସ୍‌ କାରଣରୁ କୌଣସି ଅବାଞ୍ଚିତ ବ୍ୟକ୍ତିଙ୍କୁ ସେଣ୍ଟର ଭିତରକୁ ପୂରାଇ ଦିଆଯାଉ ନାହିଁ। ଖେଳାଳିମାନେ କଠିନ ପରିଶ୍ରମ ଜାରି ରଖିଛନ୍ତି। ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେସ ବହି ପଢୁଛନ୍ତି। ରବିବାର ଓ ବୁଧବାର ସନ୍ଧ୍ୟାରେ ଆମେ ଯଥେଷ୍ଟ ସମୟ ପାଉଛୁ। ଫିଟନେସ ଓ ରିକଭରୀ ଉପରେ ଆମେ କାର୍ଯ୍ୟ କରୁଛୁ। ସେହିପରି ମନଦୀପ ସିଂ ସ୍ପୋକନ ଇଂଲିଶ ଉପରେ କାର୍ଯ୍ୟ କରୁଛନ୍ତି। ଦଳର ଆନାଲିଟିକାଲ କୋଚ୍‌ କ୍ରିସ୍‌ ସିରିଏଲୋ ସପ୍ତାହରେ ଥରେ ଇଂଲିଶ କ୍ଲାସ ନେଉଛନ୍ତି। ଭାରତୀୟ ମହିଳା ଖେଳାଳିମାନେ ମଧ୍ୟ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ବ୍ୟୟାମ କରିବା ପୂର୍ବରୁ ଆମେ ଜିମ୍‌କୁ ସାନିଟାଇଜ କରୁଛୁ ବୋଲି ନବନୀତ କୌର କହିଛନ୍ତି। ଗତ ସପ୍ତାହରେ ଆମେ ପାନିପଥ, ପ୍ୟାର କା ପଞ୍ଚନାମା ଓ ଓ୍ବାର ଭଳି ସିନେମା ମିଟିଂ ରୁମ୍‌ରେ ଦେଖି ବେଶ୍‌ ମଜା ନେଇଥିଲୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri