Posted inଖେଳ

କରୋନା ଭାଇରସ୍‌: ସାମୟିକ ଡୋପ୍‌ ଟେଷ୍ଟ କରିବନି ଚିନାଡା

ଲାଉସାନେ, ୩ା୨ (ଏଏଫ୍‌ପି)-ଟୋକିଓ ଅଲିମ୍ପିକ୍ସ ୬ମାସରୁ କମ୍‌ ସମୟ ରହିଥିବା ବେଳେ କରୋନା ଭାଇରସ ପାଇଁ ଚାଇନାର ଷ୍ଟେଟ୍‌ ଆଣ୍ଟି ଡୋପିଂ ଏଜେନ୍ସି (ଚିନାଡା)କୁ ସାମୟିକ ଭାବେ ଡୋପ୍‌ ଟେଷ୍ଟିଂରୁ ସସ୍‌ପେଣ୍ଡ କରାଯାଇଛି। ଇଣ୍ଟରନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ତରଫରୁ ସୋମବାର ଏ ବିଷୟରେ ସୂଚନା ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଦେଶରେ ଡୋପ୍‌ ଟେଷ୍ଟ ତୁଳନାରେ ସାର୍ବଜନିକ ସ୍ବାସ୍ଥ୍ୟ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବ। ଚାଇନାରେ କରୋନା ଭାଇରସ ଜନିତ ସମସ୍ୟାର ଅବସାନ ଘଟିବା ମାତ୍ରେ ଚିନାଡା ଶୀଘ୍ର ପୂର୍ବଭଳି କାର୍ଯ୍ୟାରମ୍ଭ କରିବ ବୋଲି ଆଇଟିଏ ପ୍ରକାଶ କରିଛି। ଚାଇନିଜ କର୍ତ୍ତୃପକ୍ଷ ସୋମବାର ଦେଇଥିବା ସୂଚନା ଅନୁସାରେ କରୋନା ଭାଇରସ ସଦସ୍ୟ ୫୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି ପାଇଛି। ଗତବର୍ଷ ଶେଷ ଭାଗରେ ଚାଇନାର କେନ୍ଦ୍ରାଞ୍ଚଳ ସହର ଉହାନରେ ପ୍ରଥମେ ଏହି ଭୂତାଣୁକୁ ଠାବ କରାଯାଇଥିଲା। ପଶୁଙ୍କ ଶରୀରରୁ ଆସିଥିବା କୁହାଯାଉଥିବା ଏହି ଭୂତାଣୁ ଇତିମଧ୍ୟରେ ୨୪ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଛି। କରୋନା ଭୂତାଣୁ ଆତଙ୍କ ଯୋଗୁ ଚାଇନାରେ ଅନେକ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ସମସ୍ତ ଘରୋଇ ଫୁଟ୍‌ବଲକୁ ସସ୍‌ପେଣ୍ଡ କରାଯାଇଛି। ବାତିଲ ଅବା ସ୍ଥଗିତ ରଖାଯାଇଥିବା ଇଭେଣ୍ଟଗୁଡ଼ିକ ମଧ୍ୟରେ ରହିଛି ଓ୍ବାଲର୍‌ଡ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନଶିପ୍‌, ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଓ ମହିଳା ବାସ୍କେଟବଲ କ୍ୱାଲିଫାୟର୍ସ ଏବଂ ସାଇକ୍ଲିଂର ଟୁର୍‌ ଅଫ୍‌ ହେନାନ୍‌। ଚାଇନା ଓପନ ସ୍ନୁକର, ଚାଇନା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଏବଂ ଏଲପିଜିଏ ବ୍ଲୁ ବେ’ ଗଲ୍ଫ ଟୁର୍ନାମେଣ୍ଟ। ମାର୍ଚ୍ଚ ୨୧ରେ ହେବାକୁଥିବା ଚାଇନିଜ୍‌ ଫୁର୍ମଲା ଇ’ ଗ୍ରାଁପ୍ରିର ଆୟୋଜନ ନ କରିବାକୁ ରବିବାର ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri