Posted inଫୁରସତ

କରୋନା ଭାଇରସ୍‌ର ସାମ୍ନା କରୁଛନ୍ତି ଏହି ଡାକ୍ତର, ଫଟୋ ଶେୟାର କରି ଭାବୁକ ହେଲେ ଝିଅ

ବେଜିଂ: ଚାଇନାର ଉହାନ ସହରରୁ ପ୍ରଥମେ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ବିଶ୍ୱର ଅର୍ଦ୍ଧାଧିକ ଦେଶରେ କାୟା ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭାଇରସ୍‌ ଦ୍ୱାରା ଦେଢ଼ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏହା ଏମିତି ଏକ ରୋଗ ଯାହାର ଔଷଧ ନାହିଁ। ଏପରି ସ୍ଥିତିରେ ଡାକ୍ତରମାନେ ଏହି ମାରାତ୍ମକ ଭାଇରସ୍‌ର ସାମ୍ନା କରୁଛନ୍ତି। ଯେତେବେଳେ ସମଗ୍ର ବିଶ୍ୱର ଲୋକେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇଁ ଘରେ ଭିତରେ ପଶି ରହୁଛନ୍ତି ସେତେବେଳେ ଡାକ୍ତରମାନେ ନିଜ ଜୀବନକୁ ପାଣି ଛଡ଼ାଇ ରୋଗୀଙ୍କ ସେବା କରୁଛନ୍ତି। ଏପରିକି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଭେଟି ପାରୁନାହାନ୍ତି। କିଛିଦିନ ଧରି ଡାକ୍ତର ଏବଂ ଷ୍ଟାଫ୍‌ମାନେ ହସ୍ପିଟାଲକୁ ଯେପରି ଘର କରିନେଇଛନ୍ତି।
ଜଣେ ଡାକ୍ତରଙ୍କ ଝିଅ ସୋସିଆଲ ମିଡିଆରେ ପିତାଙ୍କ ଫଟୋ ଶେୟାର କରି କହିଛନ୍ତି ଫଟୋକୁ ଦେଖି ସେ ନିଜେ କୋହ ସମ୍ଭାଳି ପାରୁନାହାନ୍ତି। କ୍ରିଷ୍ଟିନ୍‌ ଫିସର ୧୭ ମାର୍ଚ୍ଚରେ ଟ୍ବିଟରରେ ପିତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କ୍ରିଷ୍ଟିନଙ୍କ ପିତା ଡାକ୍ତରୀ ପୋଷାକରେ ନଜର ଆସିଛନ୍ତି। ସେ ଲେଖିଛନ୍ତି, ଇଏ ହେଉଛନ୍ତି ମୋ’ ପିତା, ଯିଏ କି ଜଣେ ଡାକ୍ତର। ସେ ତାଙ୍କ କାମକୁ ବହୁତ ଭଲପାଆନ୍ତି। ମୁଁ ଯେତେବେଳେ ଆଜି ପିତାଙ୍କୁ ପଚାରିଲି ତୁମେ କେମିତି ଅଛ। ସେ ମୋତେ ଏହି ଫଟୋଟି ପଠାଇଥିଲେ। ଯାହାକୁ ଦେଖି ମୁଁ ମୋ’ କୋହ ସମ୍ଭାଳି ପାରିଲିନାହିଁ। ସେହିପରି ଏହି ଫଟୋକୁ ଦେଖି ଲୋକେ ମଧ୍ୟ ଭାବୁକ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପିତାଙ୍କ କାମକୁ ପ୍ରଶଂସା କରିଛନ୍ତି। କିଛି ଲୋକ ତାଙ୍କ ପିତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କିଛି ୟୁଜର କହିଛନ୍ତି, ଆପଣଙ୍କ ପିତା ହିଁ ପ୍ରକୃତ ହିରୋ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?