କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି କେହି କହୁଥିବା ବେଳେ ମାଉଥ୍‌ ଓ୍ବାଶ୍‌ର ବ୍ୟବହାର ଦ୍ୱାରା ଏହି ଭୂତାଣୁକୁ ମାରିହେବ ବୋଲି କୁହାଯାଉଛି। ଯଦି ଆପଣ ବି ସେଭଳି କିଛି ଦେଖୁଛନ୍ତି ଅଥବା ପଢ଼ୁଛନ୍ତି ତେବେ ସତର୍କ ରୁହନ୍ତୁ। ଏଭଳି ଗୁଜବରୁ ଦୂରେଇ ରହିବା ଲାଗି ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି। କୌଣସି ବି ରୋଗ ସହ ଲଢ଼ିବାକୁ ହେଲେ ଏହାକୁ ନେଇ ଉପୁଜୁଥିବା ଭ୍ରାନ୍ତ ଧାରଣା ଦୂର ହେବା ଉଚିତ। କରୋନାକୁ ନେଇ ମଧ୍ୟ ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି ହେଉଛି।

ସବିଶେଷ ଜାଣନ୍ତୁ:
-କରୋନା ସବୁ ବୟସର ଲୋକମାନଙ୍କୁ ହୋଇପାରେ। ଏଥିରେ ସଂକ୍ରମିତ ହେବା ଲାଗି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ହେଲେ ପିଲାମାନେ ଏଥିରେ ବିଶେଷଭାବେ ଆକ୍ରାନ୍ତ ହୋଇପାରନ୍ତି। ନବଜାତ ଶିଶୁ ଏବଂ ଗର୍ଭସ୍ଥ ଶିଶୁପାଇଁ ମଧ୍ୟ ଏହା କ୍ଷତିକାରକ। ଏଣୁ ଗର୍ଭବତୀମାନେ ସଂକ୍ରମିତ ହେବାରୁ ନିଜକୁ ରକ୍ଷା କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ହାତକୁ ବାରମ୍ବାର ଧୋଇବାଠାରୁ ଆରମ୍ଭ କରି ସ୍ବଚ୍ଛ ପରିବେଶରେ ରହିବା ଆଦି ଦିଗରେ ଯତ୍ନବାନ ହୁଅନ୍ତୁ। ଅନ୍ୟ ବୟସର ଲୋକମାନେ ମଧ୍ୟ ସାବୁନରେ ହାତ ଧୁଅନ୍ତୁ। ଏହାଛଡ଼ା ସେମାନେ କିଛି ଆସନ ମଧ୍ୟ କରିପାରିବେ। ମତ୍ସ୍ୟାସନ, ଉତ୍କଟାସନ,ଉତ୍ତାନାସନ, ବୃକ୍ଷାସନନ୍ଦ ଏବଂ ହଳାସନ ଭଳି ଆସନ କରିପାରିବେ।

ଗୁଜବ:
-କରୋନା ସଂକ୍ରମଣ ଅର୍ଥ ମୃତ୍ୟୁ ସୁନଶ୍ଚିତ
-ନାକରେ କ୍ଲୋରିନ ଲଗାଇଲେ କରୋନାରୁ ରକ୍ଷା ମିଳିବ
-ମାଉଥ୍‌ ଓ୍ବାଶ୍‌ କରିବା ଦ୍ୱାରା କରୋନା ଭୂତାଣୁ ନଷ୍ଟ ହୋଇଯାଏ

ସତ୍ୟତା:
-କରୋନା ସଂକ୍ରମିତ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇପାରିବେ
-କୀଟନାଶକ ତ୍ୱଚାରେ ଲଗାଇଲେ କରୋନା ଜୀବାଣୁ ନଷ୍ଟ ହୁଏନାହିଁ
-ମାଉଥ ଓ୍ବାଶ୍‌ କଲେ କରୋନା ଭୂତାଣୁ ମରେ ନାହିଁ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri