କମୁଛି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନା ମହାମାରୀ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ବରବାଦ କରିଦେଇଛି। ରାଜସ୍ବ ହ୍ରାସ ପାଇବା ସାଙ୍ଗକୁ ଖର୍ଚ୍ଚ ବଢ଼ିଚାଲିଛି। ଏପରିସ୍ଥଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇ ଚାଲିଥିବାରୁ ରାଜ୍ୟ ରାଜକୋଷ ଉପରେ ଚାପ ବଢ଼ିଚାଲିଛି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ ୩୫,୦୯୬ କୋଟି ଟଙ୍କା ରାଜ୍ୟକୁ ହରାଇବାକୁ ପଡ଼ିଛି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଏହ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ ଜାନୁୟାରୀ ଶେଷ ସୁଦ୍ଧା ୧୮,୯୨୬ କୋଟି ୭୭ ଲକ୍ଷ ଟଙ୍କା ମିଳିଛି, ଯାହାକି ପୂର୍ବ ବର୍ଷର ଏହି ସମୟ ମଧ୍ୟରେ ମିଳିଥିବା ଅନୁଦାନରୁ ପ୍ରାୟ ୨୪% କମ୍‌।
କରୋନା ପ୍ରଭାବରୁ ଜିଏସ୍‌ଟି ସଂଗ୍ରହରେ ମଧ୍ୟ ଶିଥିଳତା ଦେଖାଦେଇଛି। ରାଜ୍ୟର ସୁନିଶ୍ଚିତ ରାଜସ୍ବ (ପ୍ରୋଟେକ୍ଟେଡ ରେଭେନ୍ୟୁ) ପରିମାଣରେ ବୃଦ୍ଧି , କେନ୍ଦ୍ରୀୟ ପୁଲ୍‌ରେ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ପରିମାଣରେ ବୃଦ୍ଧି ଓ କେନ୍ଦ୍ରୀୟ ପୁଲ୍‌ରେ ଜିଏସ୍‌ଟି ପ୍ରାପ୍ତିର ପରିମାଣ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି ପ୍ରଚଳନ ଯୋଗୁ କ୍ଷତି ଭରଣା ପାଇଁ ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆର୍ଥତ୍କ ବର୍ଷ ପାଇଁ ରାଜ୍ୟକୁ ଏ ବାବଦରେ ୩,୮୨୨ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ କେନ୍ଦ୍ର ସରକାରଙ୍କଠାରୁ ଏପର୍ଯ୍ୟନ୍ତ ୩,୮୧୪ କୋଟି ୬୭ ଲକ୍ଷ ଟଙ୍କା ମିଳିଛି।
ଚତୁର୍ଦ୍ଦଶ ଅର୍ଥ କମିଶନ ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ, ସ୍ଥାନୀୟ ନିକାୟଙ୍କ ପାଇଁ ଅନୁଦାନ ଏବଂ ବିପଯର୍ର୍‌ୟୟ ପରିଚାଳନା ପାଣ୍ଠିରେ ଓଡ଼ିଶାକୁ ମୋଟ ୧,୯୮,୪୧୨ କୋଟି ଟଙ୍କା ସୁପାରିସ କରିଛନ୍ତି। ସେଥିରୁ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୧,୬୧,୮୪୭ କୋଟି ଟଙ୍କା ମିଳିଥିବାବେଳେ ଆହୁରି ୩୬ ହଜାର କୋଟି ଟଙ୍କା ମିଳିନାହିଁ। ସେଥିରୁ କେବଳ କେନ୍ଦ୍ରୀୟ ଟିକସ ବାବଦରେ ୧,୮୪,୦୭୦ କୋଟି ଟଙ୍କାରୁ ୧,୪୮,୯୭୪ କୋଟି ମିଳିଥିବାବେଳେ ୩୫ ହଜାର ୯୬ କୋଟି ଟଙ୍କା ଏବେ ସୁଦ୍ଧା ପାଇବାକୁ ବାକି ରହିଛି। ସେହିପରି ଗ୍ରାମପଞ୍ଚାୟତ ପାଇଁ ୫୧୫ କୋଟି, ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଅନୁଦାନ ବାବଦରେ ୪୭ କୋଟି ଓ ସମ୍ପାଦନଭିତ୍ତିକ ଅନୁଦାନ ବାବଦରେ ୨୮୭ କୋଟି ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ବାବଦରେ ୬୨୦ କୋଟି ଟଙ୍କା ବାକି ରହିଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ବାବଦରେ ୩୬,୫୬୫ କୋଟି ଟଙ୍କା ହରାଇବାକୁ ପଡିଛି। ଏହି ସମୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ବାବଦକୁ ୩୫,୦୯୬ କୋଟି ଟଙ୍କା ମିଳି ନାହିଁ।
କେନ୍ଦ୍ର ସରକାର ଅନେକ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାର କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଅନୁପାତକୁ ୭୫:୨୫ରୁ ୬୦:୪୦କୁ ହ୍ରାସ କରିଛନ୍ତି । ଫଳରେ ପ୍ରତ୍ୟେକ ଯୋଜନାରେ ରାଜ୍ୟ ଅଂଶ ୧୫% ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି କେତେକ ଯୋଜନାରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ହ୍ରାସ ପାଇ ୬୦%ରେ ସୀମିତ ରହିଛି। ଏସବୁ କାରଣରୁ ରାଜ୍ୟକୁ ଅତିରିକ୍ତ ଆର୍ଥିକ ବୋଝ ବୋହିବାକୁ ପଡୁଛି ବୋଲି ମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଶନଙ୍କ ସୁପାରିସ ଅନୁଯାୟୀ ମିଳୁନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ କ୍ରମେ ଏସ୍‌ଡିଆର୍‌ଏଫ୍‌କୁ କେନ୍ଦ୍ର ଓ ରାଜ୍ୟ ଅଂଶଧନ ଯଥାକ୍ରମେ ୯୦:୧୦ ପ୍ରତିଶତ ହେବାର ଥିଲା। କିନ୍ତୁ କେନ୍ଦ୍ର ସରକାର ଏହି ଅଂଶ ଢାଞ୍ଚାରେ ପରିବର୍ତ୍ତନ କରି ଜିଏସ୍‌ଟି ଲାଗୁ ହେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ଅନୁପାତ ଅନୁସାରେ କେନ୍ଦ୍ର ଓ ରାଜ୍ୟ ଅଂଶ ଯଥାକ୍ରମେ ୭୫ ଓ ୨୫ ପ୍ରତିଶତରେ ରଖିଛନ୍ତି। ୨୦୧୭ ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍‌ଡିଆର୍‌ଏଫ୍‌ରେ କେନ୍ଦ୍ର ଅଂଶ ୯୦ ପ୍ରତିଶତ ହିସାବରେ ପ୍ରଦାନ କରିଥିଲେ। ଏହି ଅଂଶଧନ ୭୫ରୁ ୯୦ ପ୍ରତିଶତକୁ ବୃଦ୍ଧି ହେବା ଫଳରେ କେନ୍ଦ୍ର ସରକାର ୨୦୧୮-୧୯ରେ ୧୯୬୦ କୋଟି ଓ ୨୦୧୯-୨୦ରେ ୧୭୩୫ କୋଟି ଟଙ୍କାର ଅତିରିକ୍ତ ବୋଝ ବହନ କରିଥିଲେ ବୋଲି ଦର୍ଶାଇଲେ। ଫଳରେ ପରବର୍ତ୍ତୀ ସମୟରେ ଉକ୍ତ ଅର୍ଥକୁ କାଟି ଦେଇଛନ୍ତି। ଏଥିଯୋଗୁ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ଏସ୍‌ଡିଆର୍‌ଏଫ୍‌ ବାବଦକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସଠାରୁ ୬୨୦ କୋଟି ୫୦ ଲକ୍ଷ ଟଙ୍କା କମ୍‌ ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri