ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍ରେ ନୀରୁ ୨୮ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି।
ଚଳିତ ଏସୀୟ କ୍ରୀଡ଼ାରେ ଏହା ଭାରତର ପଞ୍ଚମ ସ୍ବର୍ଣ୍ଣ ପଦକ। ଏଥିସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର କୌଣସି ବ୍ୟକ୍ତିଗତ ଇଭେଣ୍ଟରୁ ଆସିଥିବା ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ଭାରତ ହାସଲ କରିଥିବା ୪ଟି ସ୍ବର୍ଣ୍ଣ ପଦକ ଟିମ ଇଭେଣ୍ଟରୁ ଆସିଥିଲା।
ନୀରୁଙ୍କ ଏହି ସଫଳତା ସହ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଛି। ମହିଳା ଟ୍ରାପ୍ରେ ନୂଆ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ଜିତି ନୀରୁ ଭାରତୀୟ ଦଳର ପଦକ ତାଲିକାକୁ ଆହୁରି ସମୃଦ୍ଧ କରିଛନ୍ତି।
Dharitri – Odisha’s No.1 Odia Daily

