କବି ପ୍ରଦୀପ

ଦେଶାତ୍ମବୋଧ ସଙ୍ଗୀତ କଥା ଉଠିଲେ ମନକୁମନ ଯେଉଁ ଗୀତଟି କାନ ପାଖରେ ଗୁଣୁଗୁଣୁ ହେଇଯାଏ, ତାହା ହେଉଛି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଗାଇଥିବା ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତଜ୍ଞତା ଜଣେଇବା ପାଇଁ ଏ ଗୀତର ବିକଳ୍ପ ଆଉ କିଛି ନାହିଁ। ଏହି ଗୀତର ଗୀତିକାର ହେଉଛନ୍ତି କବି ପ୍ରଦୀପ। ତେବେ କବି ପ୍ରଦୀପଙ୍କ ଅସଲ ନାମ ହେଉଛି ରାମଚନ୍ଦ୍ର ନାରାୟଣଜୀ ଦ୍ୱିବେଦୀ। ଭାରତର ଜଣେ ଦେଶାତ୍ମବୋଧ କବିତାର ରଚୟିତା, କବି ତଥା ଗୀତିକାର ଭାବରେ ସେ ସୁପରିଚିତ। ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟି ତାଙ୍କୁ ରାତାରାତ ବିଖ୍ୟାତ କରିଦେଇଥିଲା। ଚାଇନା-ଭାରତ ଯୁଦ୍ଧରେ ବଳିଦାନ ଦେଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କବି ପ୍ରଦୀପ ଏହି ଗୀତଟିକୁ ରଚନା କରିଥିଲେ।
‘ବନ୍ଧନ’ ଦେଲା ପରିଚୟ: କବି ପ୍ରଦୀପଙ୍କୁ ଲୋକମାନେ ପ୍ରଥମକରି ଜାଣିଲେ ‘ବନ୍ଧନ’ ଫିଲ୍ମରୁ। ତେବେ ‘କିସ୍‌ମତ୍‌’ ଫିଲ୍ମରେ ସେ ରଚନା କରିଥିବା ଗୀତଟି ତାଙ୍କୁ ଜଣେ ରାଷ୍ଟ୍ରବାଦୀ କବି ଭାବରେ ମାନ୍ୟତା ଦେଇଥିଲା। ଗୀତଟି ଥିଲା ‘ଦୂର ହଟୋ ଏ ଦୁନିଆ ଓ୍ବାଲୋ’। ଏହି ଫିଲ୍ମଟି ଥିଲା ଗୋଲ୍‌ଡେନ୍‌ ଜୁବିଲି ଅତିକ୍ରମ କରିଥିବା ପ୍ରଥମ ଭାରତୀୟ ଫିଲ୍ମ। ଫିଲ୍ମଟି ୧୯୪୩ ମସିହାରେ ରିଲିଜ୍‌ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ସେତେବେଳେ ସମଗ୍ର ବିଶ୍ୱରେ ଭୟର ଘନଘଟା। ପୁଣି ଭାରତୀୟ ସ୍ବାଧୀନତା ସଂଗ୍ରାମ ତା’ର ଚରମ ସୀମାରେ ପହଞ୍ଚତ୍ ଯାଇଥିଲା। ଏଭଳି ଏକ ସମୟରେ କବି ପ୍ରଦୀପ ଅସୀମ ସାହସର ପରିଚୟ ଦେଇ ରଚନା କରିଥିଲେ ‘ଦୂର ହଟୋ ଏ ଦୁନିଆଓ୍ବାଲୋ’। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ଗୀତଟି ବ୍ରିଟିଶ୍‌ ସରକାରଙ୍କ କାନକୁ ଯାଇଥିଲା। ସେଥିଲାଗି ଗିରଫ ହେବା ଭୟରେ କବି ପ୍ରଦୀପଙ୍କୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯିବାକୁ ପଡ଼ିଥିଲା। ଅବଶ୍ୟ ବ୍ରିଟିଶ୍‌ ସରକାର ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ପାଞ୍ଚ ଦଶନ୍ଧିର କ୍ୟାରିୟର ମଧ୍ୟରେ କବି ପ୍ରଦୀପ ୭୨ଟି ଫିଲ୍ମ ପାଇଁ ପ୍ରାୟ ୧୭ଶହ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଚଲ୍‌ ଚଲ୍‌ରେ ନୌଯବାନ, ଆଓ ବଚ୍ଚୋ ତୁହ୍ମେ ଦିଖାଏଁ, ‘ଦେ ଦି ହମେ ଆଜାଦି ବିନା ଖଡ୍ଟ ବିନା ଢ଼ାଲ’ ଆଦି ଗୋଟିଏ ଗୋଟିଏ ମାଇଲଖୁଣ୍ଟ।
ପ୍ରାଥମିକ ଜୀବନ: ୧୯୧୫ ମସିହାରେ ଉଜ୍ଜୟିନୀ ନିକଟ ବଡନାଗର ନାମକ ଏକ ସ୍ଥାନରେ ଗୋଟିଏ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ପ୍ରଦୀପ। ତାଙ୍କର ପିତୃଦତ୍ତ ନାମ ଥିଲା ରାମଚନ୍ଦ୍ର ନାରାୟଣଜୀ ଦ୍ୱିଦେବୀ। ସେ ପଢ଼ିବା ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ସେ ବିଶେଷ ଭାବରେ କବିତା ପ୍ରତି ଆକୃଷ୍ଟ ହୋଇଥିଲେ। ପିଲାଟି ବେଳୁ ଲେଖିବା ପ୍ରତି ଯେଉଁ ଆଗ୍ରହ ଥିଲା, ତାହା ବଡ଼ ହୋଇ ଆହୁରି ବଢ଼ି ଯାଇଥିଲା। ସେ କବିତା ଲେଖା ଆରମ୍ଭ କଲେ ଆଉ କବିତାଗୁଡ଼ିକ ଏଭଳି ମର୍ମସ୍ପର୍ଶୀ ଥିଲା ଯେ, ତାହା ଲୋକମାନଙ୍କୁ ଆତ୍ମବିସ୍ମୃତ କରିଦେଉଥିଲା। ତେବେ ମଜାର କଥା, ସେ ନିଜ ନାମରେ କବିତା ସବୁ ଲେଖୁ ନ ଥିଲେ। ତା’ ପରିବର୍ତ୍ତେ ଛଦ୍ମନାମ ବ୍ୟବହାର କରିଥିଲେ। ଛଦ୍ମନାମଟି ଥିଲା ‘ପ୍ରଦୀପ’। ତେବେ ସେତେବେଳେ ସେ ଜାଣି ନ ଥିଲେ, ସାମୟିକ ଭାବରେ ନିଜର ମୂଳ ନାମଟିକୁ ଲୁଚାଇବା ପାଇଁ ସେ ଯେଉଁ ନାମଟିକୁ ବ୍ୟବହାର କରୁଛନ୍ତି, ତାହା ଏପରି ଭାବରେ ପ୍ରସିଦ୍ଧ ହୋଇଯିବ ଯେ, ସେଥିରେ ତାଙ୍କର ମୂଳ ନାମଟି ସମ୍ପୂର୍ଣ୍ଣ ଭାବରେ ଲୁଚିଯିବ। ବାସ୍ତବରେ ଆଜି ତାହା ହିଁ ହୋଇଛି। ରାମଚନ୍ଦ୍ର ନାରାୟଣଜୀ କହିଲେ ହୁଏତ କୌଣସି ଲୋକ ବୁଝି ନ ପାରନ୍ତି, ମାତ୍ର କାହାରିକୁ କବି ପ୍ରଦୀପଙ୍କର ପରିଚୟ ଦେବାକୁ ପଡ଼ିବ ନାହିଁ।
ଏ ମେରେ ଓ୍ବତନ୍‌ କେ ଲୋଗେଁ।: ଏକ ସର୍ବାଧିକ ଲୋକପ୍ରିୟ ରାଷ୍ଟ୍ରଭକ୍ତି ଗୀତ ହେଉଛି ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ତେବେ ଏହି ଗୀତ ପଛରେ ରହିଥିବା ଗୋଟିଏ କାହାଣୀ ହେଉଛି ଏହିଭଳି। ୧୯୬୨ରେ ଲାଗିଥିଲା ଭାରତ ଓ ଚାଇନା ଯୁଦ୍ଧ। ଏଥିରେ ବୀର ମେଜର ସଇତାନ ସିଂହ ଭଟ୍ଟି ଅତି ବୀରତ୍ୱର ସହିତ ଲଢ଼େଇ କରିଥିଲେ। ତାଙ୍କର ସାହସିକତା ତଥା ବଳିଦାନ କବି ପ୍ରଦୀପଙ୍କ ଅନ୍ତରାତ୍ମାକୁ ଛୁଇଁ ଯାଇଥିଲା, ଏବଂ ସ୍ବତଃସ୍ଫୂର୍ତ୍ତ ଭାବରେ ସେ ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟିକୁ ଲେଖି ପକେଇଥିଲେ। ଗୀତଟିକୁ ସ୍ବର କରିଥିଲେ କମ୍ପୋଜର ସି. ରାମଚନ୍ଦ୍ର। ତେବେ ସେତେବେଳେ ଲତା ମଙ୍ଗେସ୍‌କର ଓ ସି. ରାମଚନ୍ଦ୍ରଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ଲାଗି ରହିଥିଲା। ତେଣୁ ସି. ରାମଚନ୍ଦ୍ର ଗୀତଟିକୁ ମୁଖ୍ୟତଃ ଆଶା ଭେଁାସ୍‌ଲେଙ୍କୁ ଆଖି ଆଗରେ ରଖି ସ୍ବରରେ ସଜାଇଥିଲେ। ମାତ୍ର କବି ପ୍ରଦୀପ ଜିଦ୍‌ ଧରିଲେ ଯେ, ଏ ଗୀତଟି ଲତାଙ୍କ କଣ୍ଠରେ ହିଁ ରେକର୍ଡ଼ ହେବ। ତାଙ୍କର ସିକ୍ସଥ ସେନ୍ସ ଏକଥା କହୁଥିଲା ଯେ, ଗୀତଟି ଯେଉଁଥିପାଇଁ ରଚିତ ହୋଇଛି, ତାହାକୁ କେବଳ ଲତା ମଙ୍ଗେସ୍‌କରଙ୍କ କଣ୍ଠ ହିଁ ଯଥୋଚିତ ନ୍ୟାୟ ଦେଇପାରିବ। ଏଥିରେ ସି. ରାମଚନ୍ଦ୍ରଙ୍କର କିଛି କରିବାର ନ ଥିଲା। ତେବେ ସେ ରୋକ୍‌ଠୋକ୍‌ ମନା କରିଦେଲେ ଯେ, ସେ ଲତାଙ୍କୁ ଆପ୍ରୋଚ କରିବେ ନାହିଁ। ଯଦି ଲତାଙ୍କୁ କେହି ଗୀତ ଗାଇବାକୁ ଡାକି ଆଣିପାରେ, ତା’ହେଲେ ତାଙ୍କୁ ଗୀତ ଶିଖେଇବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଲତାଙ୍କୁ ବୁଝେଇବାର ଦାୟିତ୍ୱ ନେଲେ କବି ପ୍ରଦୀପ। ତେବେ ଲତା କହିଲେ, ସେ ଆଗ ଗୀତ ଶୁଣିବେ। ଯଦି ତାଙ୍କୁ ଭଲ ଲାଗିବ ତା’ହେଲେ ସେ ରିହର୍ସାଲ କରିବାକୁ ଯିବେ। ନ ହେଲେ ନାହିଁ। ପ୍ରଦୀପ ଲତାଙ୍କୁ ନେଇ ଗୀତର ରେକର୍ଡିଂ ଶୁଣେଇଲେ। ଗୀତଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା ପାଇଁ ଲତାଙ୍କର ଧୈର୍ଯ୍ୟ ରହିଲା ନାହିଁ। ସେ ଏଭଳି ଭାବରେ ମନ୍ତ୍ରମୁଗ୍ଧ ହୋଇଗଲେ ଯେ, ଗୀତ ଗାଇବାକୁ ପ୍ରତିଶ୍ରୁତି ଦେଲେ। ତେବେ ସର୍ତ୍ତ ରଖିଲେ, ଗୀତର ଫାଇନାଲ ରେକର୍ଡିଂ ସରିବା ପର୍ଯ୍ୟନ୍ତ ଯେତେଦିନ ରିହର୍ସାଲ ହେବ, ସବୁ ରିହର୍ସାଲରେ କବି ପ୍ରଦୀପ ଉପସ୍ଥିତ ରହିବେ। ନ ହେଲେ ସେ ରିହର୍ସାଲରୁ ଓହରି ଆସିବେ। ତାହା ହିଁ ହୋଇଥିଲା। ଏହି ଗୀତ ପାଇଁ କବି ପ୍ରଦୀପଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ରାଷ୍ଟ୍ରୀୟ କବି’ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୯୮ ଡିସେମ୍ବର ୧୧ ତାରିଖରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?