କବି ପ୍ରଦୀପ

ଦେଶାତ୍ମବୋଧ ସଙ୍ଗୀତ କଥା ଉଠିଲେ ମନକୁମନ ଯେଉଁ ଗୀତଟି କାନ ପାଖରେ ଗୁଣୁଗୁଣୁ ହେଇଯାଏ, ତାହା ହେଉଛି କୋକିଳକଣ୍ଠୀ ଲତା ମଙ୍ଗେସ୍‌କର ଗାଇଥିବା ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କୃତଜ୍ଞତା ଜଣେଇବା ପାଇଁ ଏ ଗୀତର ବିକଳ୍ପ ଆଉ କିଛି ନାହିଁ। ଏହି ଗୀତର ଗୀତିକାର ହେଉଛନ୍ତି କବି ପ୍ରଦୀପ। ତେବେ କବି ପ୍ରଦୀପଙ୍କ ଅସଲ ନାମ ହେଉଛି ରାମଚନ୍ଦ୍ର ନାରାୟଣଜୀ ଦ୍ୱିବେଦୀ। ଭାରତର ଜଣେ ଦେଶାତ୍ମବୋଧ କବିତାର ରଚୟିତା, କବି ତଥା ଗୀତିକାର ଭାବରେ ସେ ସୁପରିଚିତ। ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟି ତାଙ୍କୁ ରାତାରାତ ବିଖ୍ୟାତ କରିଦେଇଥିଲା। ଚାଇନା-ଭାରତ ଯୁଦ୍ଧରେ ବଳିଦାନ ଦେଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କବି ପ୍ରଦୀପ ଏହି ଗୀତଟିକୁ ରଚନା କରିଥିଲେ।
‘ବନ୍ଧନ’ ଦେଲା ପରିଚୟ: କବି ପ୍ରଦୀପଙ୍କୁ ଲୋକମାନେ ପ୍ରଥମକରି ଜାଣିଲେ ‘ବନ୍ଧନ’ ଫିଲ୍ମରୁ। ତେବେ ‘କିସ୍‌ମତ୍‌’ ଫିଲ୍ମରେ ସେ ରଚନା କରିଥିବା ଗୀତଟି ତାଙ୍କୁ ଜଣେ ରାଷ୍ଟ୍ରବାଦୀ କବି ଭାବରେ ମାନ୍ୟତା ଦେଇଥିଲା। ଗୀତଟି ଥିଲା ‘ଦୂର ହଟୋ ଏ ଦୁନିଆ ଓ୍ବାଲୋ’। ଏହି ଫିଲ୍ମଟି ଥିଲା ଗୋଲ୍‌ଡେନ୍‌ ଜୁବିଲି ଅତିକ୍ରମ କରିଥିବା ପ୍ରଥମ ଭାରତୀୟ ଫିଲ୍ମ। ଫିଲ୍ମଟି ୧୯୪୩ ମସିହାରେ ରିଲିଜ୍‌ ହେଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ସେତେବେଳେ ସମଗ୍ର ବିଶ୍ୱରେ ଭୟର ଘନଘଟା। ପୁଣି ଭାରତୀୟ ସ୍ବାଧୀନତା ସଂଗ୍ରାମ ତା’ର ଚରମ ସୀମାରେ ପହଞ୍ଚତ୍ ଯାଇଥିଲା। ଏଭଳି ଏକ ସମୟରେ କବି ପ୍ରଦୀପ ଅସୀମ ସାହସର ପରିଚୟ ଦେଇ ରଚନା କରିଥିଲେ ‘ଦୂର ହଟୋ ଏ ଦୁନିଆଓ୍ବାଲୋ’। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ଗୀତଟି ବ୍ରିଟିଶ୍‌ ସରକାରଙ୍କ କାନକୁ ଯାଇଥିଲା। ସେଥିଲାଗି ଗିରଫ ହେବା ଭୟରେ କବି ପ୍ରଦୀପଙ୍କୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯିବାକୁ ପଡ଼ିଥିଲା। ଅବଶ୍ୟ ବ୍ରିଟିଶ୍‌ ସରକାର ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ପାଞ୍ଚ ଦଶନ୍ଧିର କ୍ୟାରିୟର ମଧ୍ୟରେ କବି ପ୍ରଦୀପ ୭୨ଟି ଫିଲ୍ମ ପାଇଁ ପ୍ରାୟ ୧୭ଶହ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଚଲ୍‌ ଚଲ୍‌ରେ ନୌଯବାନ, ଆଓ ବଚ୍ଚୋ ତୁହ୍ମେ ଦିଖାଏଁ, ‘ଦେ ଦି ହମେ ଆଜାଦି ବିନା ଖଡ୍ଟ ବିନା ଢ଼ାଲ’ ଆଦି ଗୋଟିଏ ଗୋଟିଏ ମାଇଲଖୁଣ୍ଟ।
ପ୍ରାଥମିକ ଜୀବନ: ୧୯୧୫ ମସିହାରେ ଉଜ୍ଜୟିନୀ ନିକଟ ବଡନାଗର ନାମକ ଏକ ସ୍ଥାନରେ ଗୋଟିଏ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ପ୍ରଦୀପ। ତାଙ୍କର ପିତୃଦତ୍ତ ନାମ ଥିଲା ରାମଚନ୍ଦ୍ର ନାରାୟଣଜୀ ଦ୍ୱିଦେବୀ। ସେ ପଢ଼ିବା ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ସେ ବିଶେଷ ଭାବରେ କବିତା ପ୍ରତି ଆକୃଷ୍ଟ ହୋଇଥିଲେ। ପିଲାଟି ବେଳୁ ଲେଖିବା ପ୍ରତି ଯେଉଁ ଆଗ୍ରହ ଥିଲା, ତାହା ବଡ଼ ହୋଇ ଆହୁରି ବଢ଼ି ଯାଇଥିଲା। ସେ କବିତା ଲେଖା ଆରମ୍ଭ କଲେ ଆଉ କବିତାଗୁଡ଼ିକ ଏଭଳି ମର୍ମସ୍ପର୍ଶୀ ଥିଲା ଯେ, ତାହା ଲୋକମାନଙ୍କୁ ଆତ୍ମବିସ୍ମୃତ କରିଦେଉଥିଲା। ତେବେ ମଜାର କଥା, ସେ ନିଜ ନାମରେ କବିତା ସବୁ ଲେଖୁ ନ ଥିଲେ। ତା’ ପରିବର୍ତ୍ତେ ଛଦ୍ମନାମ ବ୍ୟବହାର କରିଥିଲେ। ଛଦ୍ମନାମଟି ଥିଲା ‘ପ୍ରଦୀପ’। ତେବେ ସେତେବେଳେ ସେ ଜାଣି ନ ଥିଲେ, ସାମୟିକ ଭାବରେ ନିଜର ମୂଳ ନାମଟିକୁ ଲୁଚାଇବା ପାଇଁ ସେ ଯେଉଁ ନାମଟିକୁ ବ୍ୟବହାର କରୁଛନ୍ତି, ତାହା ଏପରି ଭାବରେ ପ୍ରସିଦ୍ଧ ହୋଇଯିବ ଯେ, ସେଥିରେ ତାଙ୍କର ମୂଳ ନାମଟି ସମ୍ପୂର୍ଣ୍ଣ ଭାବରେ ଲୁଚିଯିବ। ବାସ୍ତବରେ ଆଜି ତାହା ହିଁ ହୋଇଛି। ରାମଚନ୍ଦ୍ର ନାରାୟଣଜୀ କହିଲେ ହୁଏତ କୌଣସି ଲୋକ ବୁଝି ନ ପାରନ୍ତି, ମାତ୍ର କାହାରିକୁ କବି ପ୍ରଦୀପଙ୍କର ପରିଚୟ ଦେବାକୁ ପଡ଼ିବ ନାହିଁ।
ଏ ମେରେ ଓ୍ବତନ୍‌ କେ ଲୋଗେଁ।: ଏକ ସର୍ବାଧିକ ଲୋକପ୍ରିୟ ରାଷ୍ଟ୍ରଭକ୍ତି ଗୀତ ହେଉଛି ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’। ତେବେ ଏହି ଗୀତ ପଛରେ ରହିଥିବା ଗୋଟିଏ କାହାଣୀ ହେଉଛି ଏହିଭଳି। ୧୯୬୨ରେ ଲାଗିଥିଲା ଭାରତ ଓ ଚାଇନା ଯୁଦ୍ଧ। ଏଥିରେ ବୀର ମେଜର ସଇତାନ ସିଂହ ଭଟ୍ଟି ଅତି ବୀରତ୍ୱର ସହିତ ଲଢ଼େଇ କରିଥିଲେ। ତାଙ୍କର ସାହସିକତା ତଥା ବଳିଦାନ କବି ପ୍ରଦୀପଙ୍କ ଅନ୍ତରାତ୍ମାକୁ ଛୁଇଁ ଯାଇଥିଲା, ଏବଂ ସ୍ବତଃସ୍ଫୂର୍ତ୍ତ ଭାବରେ ସେ ‘ଏ ମେରେ ଓ୍ବତନ୍‌ କେ ଲୋଗେଁ।’ ଗୀତଟିକୁ ଲେଖି ପକେଇଥିଲେ। ଗୀତଟିକୁ ସ୍ବର କରିଥିଲେ କମ୍ପୋଜର ସି. ରାମଚନ୍ଦ୍ର। ତେବେ ସେତେବେଳେ ଲତା ମଙ୍ଗେସ୍‌କର ଓ ସି. ରାମଚନ୍ଦ୍ରଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ଲାଗି ରହିଥିଲା। ତେଣୁ ସି. ରାମଚନ୍ଦ୍ର ଗୀତଟିକୁ ମୁଖ୍ୟତଃ ଆଶା ଭେଁାସ୍‌ଲେଙ୍କୁ ଆଖି ଆଗରେ ରଖି ସ୍ବରରେ ସଜାଇଥିଲେ। ମାତ୍ର କବି ପ୍ରଦୀପ ଜିଦ୍‌ ଧରିଲେ ଯେ, ଏ ଗୀତଟି ଲତାଙ୍କ କଣ୍ଠରେ ହିଁ ରେକର୍ଡ଼ ହେବ। ତାଙ୍କର ସିକ୍ସଥ ସେନ୍ସ ଏକଥା କହୁଥିଲା ଯେ, ଗୀତଟି ଯେଉଁଥିପାଇଁ ରଚିତ ହୋଇଛି, ତାହାକୁ କେବଳ ଲତା ମଙ୍ଗେସ୍‌କରଙ୍କ କଣ୍ଠ ହିଁ ଯଥୋଚିତ ନ୍ୟାୟ ଦେଇପାରିବ। ଏଥିରେ ସି. ରାମଚନ୍ଦ୍ରଙ୍କର କିଛି କରିବାର ନ ଥିଲା। ତେବେ ସେ ରୋକ୍‌ଠୋକ୍‌ ମନା କରିଦେଲେ ଯେ, ସେ ଲତାଙ୍କୁ ଆପ୍ରୋଚ କରିବେ ନାହିଁ। ଯଦି ଲତାଙ୍କୁ କେହି ଗୀତ ଗାଇବାକୁ ଡାକି ଆଣିପାରେ, ତା’ହେଲେ ତାଙ୍କୁ ଗୀତ ଶିଖେଇବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଲତାଙ୍କୁ ବୁଝେଇବାର ଦାୟିତ୍ୱ ନେଲେ କବି ପ୍ରଦୀପ। ତେବେ ଲତା କହିଲେ, ସେ ଆଗ ଗୀତ ଶୁଣିବେ। ଯଦି ତାଙ୍କୁ ଭଲ ଲାଗିବ ତା’ହେଲେ ସେ ରିହର୍ସାଲ କରିବାକୁ ଯିବେ। ନ ହେଲେ ନାହିଁ। ପ୍ରଦୀପ ଲତାଙ୍କୁ ନେଇ ଗୀତର ରେକର୍ଡିଂ ଶୁଣେଇଲେ। ଗୀତଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବା ପାଇଁ ଲତାଙ୍କର ଧୈର୍ଯ୍ୟ ରହିଲା ନାହିଁ। ସେ ଏଭଳି ଭାବରେ ମନ୍ତ୍ରମୁଗ୍ଧ ହୋଇଗଲେ ଯେ, ଗୀତ ଗାଇବାକୁ ପ୍ରତିଶ୍ରୁତି ଦେଲେ। ତେବେ ସର୍ତ୍ତ ରଖିଲେ, ଗୀତର ଫାଇନାଲ ରେକର୍ଡିଂ ସରିବା ପର୍ଯ୍ୟନ୍ତ ଯେତେଦିନ ରିହର୍ସାଲ ହେବ, ସବୁ ରିହର୍ସାଲରେ କବି ପ୍ରଦୀପ ଉପସ୍ଥିତ ରହିବେ। ନ ହେଲେ ସେ ରିହର୍ସାଲରୁ ଓହରି ଆସିବେ। ତାହା ହିଁ ହୋଇଥିଲା। ଏହି ଗୀତ ପାଇଁ କବି ପ୍ରଦୀପଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ରାଷ୍ଟ୍ରୀୟ କବି’ ସମ୍ମାନ ପ୍ରଦାନ କରାଯାଇଥିଲା। ୧୯୯୮ ଡିସେମ୍ବର ୧୧ ତାରିଖରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କର ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri