ମନ ମୋହୁଛନ୍ତି ନିଗମ

ଯାତ୍ରା ନାଟକର ବଳିଷ୍ଠ ଅଙ୍ଗ ହେଉଛି ଗୀତ। ବିନା ଗୀତରେ ନାଟକ ପ୍ରାୟତଃ ରସାଳ ଲାଗେନାହିଁ। ପୁଣି ଥିମ୍‌କୁ ସୁଟ୍‌ କରିବା ଭଳି ଲାଇନ୍‌ ନ ମିଳିଲେ ଦର୍ଶକଙ୍କୁ ବାନ୍ଧି ରଖିବା ସହଜ ନୁହେଁ। ସେଥିଲାଗି ଯାତ୍ରାଋତୁ ଆରମ୍ଭର ବହୁ ପୂର୍ବରୁ ଗୀତ ସଙ୍ଗୀତ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଓଡ଼ିଆ ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ନିଗମ ମିଶ୍ରଙ୍କୁ ଆଗ ଖୋଜାଯାଏ। ତାଙ୍କ ଗୀତରେ ଥାଏ ଏକ ମହକ। ତାଙ୍କ ଶବ୍ଦର ଚମକ ମତୁଆଲା କରିଦିଏ ଶ୍ରୋତାମାନଙ୍କୁ। ସେଥିଲାଗି, ନିଗମ ମିଶ୍ର ସବୁ ଯାତ୍ରା ସଙ୍ଗୀତ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ। ଏ ବାବଦରେ ନିଗମ କହନ୍ତି, ‘ଦୀର୍ଘବର୍ଷ ଧରି ମୁଁ ଗୀତ ଲେଖି ଆସୁଛି। ଈଶ୍ୱରଙ୍କ କୃପା ନ ଥିଲେ ମୁଁ ବର୍ଷ ବର୍ଷ ଧରି ଗୀତ ଲେଖିପାରନ୍ତି ନାହିଁ। ଯାତ୍ରା ଗୀତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସିକ୍ୱେନ୍ସକୁ ନେଇ ଗୀତ ରଚନା କରିବା। ସେଥିପାଇଁ ସବୁବେଳେ ନୂଆ ନୂଆ ଲାଇନ୍‌ ଚିନ୍ତା କରିବାକୁ ପଡ଼େ। କଷ୍ଟ ତ ହୁଏ। ମାତ୍ର ଉପରବାଲାର ଦୟାରୁ ଭଲ ଭଲ ଲାଇନ୍‌ ସବୁ ମିଳିଯାଏ। ’
ଚଳିତବର୍ଷ ନିଗମଙ୍କ ହାତରେ ରହିଛି ୧୯ଟି ଯାତ୍ରା। ସେଥିମଧ୍ୟରେ ରହିଛି ‘ବୋଉଲୋ ମୁଁ ବୋହୂ ହେବିନି’, ‘ବାହାଘର ନୁହେଁ ବାହାବଜାର’ ‘ସବୁ ଅଧା ଅଧା ନଁ।ଟି ରାଧା’, ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ଅସତୀ ତୁଳସୀ ସତୀ ଚଉରା’, ‘ସାବତ ସ୍ବାମୀ’, ‘ବାପା ବୋଉ ତମେ ଭୁଲ କଲ’, ‘ବାଦ୍‌ଶାହ, ‘ଆପଣମାନେ ଖୁସି ତ’, ‘କାଳିଦାସଙ୍କର ନୂଆ କାହାଣୀ’, ‘କଂସ’, ‘ତମ କଥା ଭାରି ମନେପଡ଼େ’, ‘ତମ ସିନ୍ଦୂର କୋଉ ସ୍ବାମୀର’, ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’, ‘ମାୟାବିନୀ ମୌସୁମୀ’, ‘ସବୁଠି ବୁଲୁଛି ଶାଗୁଣା ଆଖି’, ‘କଥା ଦିଅ ମତେ କରିବନି ପର, ନିଜେ ନିଜର ରାମାୟଣ । ଅନୁଷ୍ଠାନ ମଧ୍ୟରେ ରହିଛି ଶିବାନୀ, ସ୍ବର୍ଣ୍ଣମହଲ, ଧଉଳି ଗଣନାଟ୍ୟ, କୋଣାର୍କ, ବିଶ୍ୱ ଦରବାର, ବାଘାଯତୀନ ଲୋକନାଟ୍ୟ, ସୂର୍ଯ୍ୟ ମନ୍ଦିର। ୧୯ଟି ନାଟକରେ ରହିଛି ପ୍ରାୟ ୭୬ରୁ ଅଧିକ ଗୀତ। ନାଟକରେ ଥିମ୍‌ ସଙ୍ଗ ରଚନା କରିବା ବେଳେ କିଭଳି ନିଜକୁ ପ୍ରସ୍ତୁତ କରନ୍ତି ବୋଲି ପ୍ରଶ୍ନରେ ନିଗମ କହନ୍ତି : ଭଲ ଭାବରେ ନାଟକଟିକୁ ଶୁଣିବାକୁ ହୁଏ। ନାଟ୍ୟକାର କିଭଳି ଚରିତ୍ର ସୃଷ୍ଟି କରିଛନ୍ତି। ତାହାର ପୂର୍ବ ସ୍ଥିତି କ’ଣ ଥିଲା? ବର୍ତ୍ତମାନ ସ୍ଥିତି କ’ଣ ଅଛି? ଆଉ ଭବିଷ୍ୟତରେ ସେ କିଭଳି ଅବସ୍ଥା ଦେଇ ଗତି କରିବ ତାହାକୁ ବୁଝିବାକୁ ହୁଏ। ଦ୍ୱିତୀୟ କଥା ଚରିତ୍ରଟିର ଶିକ୍ଷା କ’ଣ, ତା’ର ପାରିବାରିକ ସଂସ୍କାର କିଭଳି ତାହାକୁ ମଧ୍ୟ ନଜରରେ ରଖିବାକୁ ପଡ଼େ। କେଉଁ କେଉଁ ଚରିତ୍ରକୁ ନେଇ ଥିମ୍‌ ସଙ୍ଗ୍‌ଟି ପ୍ରବାହିତ ହେବ ତାହାର ଠାବ କରିବା ଅତିଜରୁରୀ। ସର୍ବଶେଷରେ ନାଟ୍ୟକାର ଯେଭଳି ଭାବରେ ସଂଳାପ ରଚନା କରିଛନ୍ତି ତାହାକୁ ସମାନ୍ତରାଳ କରିବା ଭଳି ଶବ୍ଦ ସଂଯୋଜନା କରିବାକୁ ହୋଇଥାଏ। ଏତେସବୁ ବୁଝିବା ପରେ ହିଁ ଯାଇ ଗୋଟିଏ ଥିମ୍‌ ସଙ୍ଗ୍‌ ପ୍ରସ୍ତୁତ ହୋଇଥାଏ। ସେହିଭଳି ରୋମାଣ୍ଟିକ୍‌ ଗୀତଟିକୁ ମଧ୍ୟ ନାଟକରେ ଥିବା ଚରିତ୍ରର ଅନ୍ଦାଜକୁ ଲେଖିବା ପାଇଁ ହୋଇଥାଏ। ସେ ଯା’ ବି ହେଉ ଏକାଧିକ ଦଶନ୍ଧି ଧରି ଗୀତ ରଚନା କରୁଥିବା ନିଗମଙ୍କ ନିକଟରେ ଏବେ ମଧ୍ୟ ଗୀତର ଖଣି ସାଇତା ହୋଇରହିଛି। ଲାଇନ୍‌ କମ୍‌ ହୋଇନାହିଁ। ସେଇଥିପାଇଁ ତ ଯାତ୍ରାର ସବୁଠୁ ବ୍ୟସ୍ତବହୁଳ ଗୀତିକାର ଭାବରେ ନିଗମ୍‌ଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି। ଚଳିତବର୍ଷ ବିକାଶ ଶୁକ୍ଳା, ମିହିର ମହାନ୍ତି, ଏକନ୍‌ ତଥା ତାପସ ଦାସ (ଟିଟନ୍‌)ଙ୍କ ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରି ବେଶ୍‌ ଆତ୍ମସନ୍ତୋଷ ଲାଭ କରିଛନ୍ତି ବୋଲି କହନ୍ତି ଏହି ଗୀତିକାର।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri