ବାସ୍‌, କେବଳ ନାଟକ!

”ନବମ ଶ୍ରେଣୀରେ ମୁଁ ପ୍ରଥମ ନାଟକ ଲେଖିଥିଲି। ବାସ୍‌, ସେବେଠୁ ନାଟକ ପ୍ରେମରେ ଏମିତି ପଡ଼ିଯାଇଛି ଯେ ତା’ କବଳରୁ ମୁକୁଳି ପାରୁନି।“ ଏକଥା କହନ୍ତି ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ପ୍ରତିଭା ସମ୍ପନ୍ନ ନାଟ୍ୟକାର ଅରୁଣ ନାୟକ। କ୍ୱାଣ୍ଟିଟି ବା ନାଟକର ସଂଖ୍ୟା ଉପରେ ନୁହେଁ; ସେ କ୍ୱାଲିଟି ବା ଗୁଣାତ୍ମକ ନାଟକ ଲେଖିବାରେ ବିଶ୍ୱାସ କରନ୍ତି। ତାଙ୍କର କହିବା କଥା ହେଉଛି ବର୍ଷକୁ ଗୋଟିଏ ନାଟକ ଲେଖାଯାଉ। ମାତ୍ର ତାହା ଏକ ଭଲ ନାଟକ ହେଉ। ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା, ହସୁଛି ଅଳପ କାନ୍ଦୁଛି ବେଶି ଭଳି ଅପେରା ନାଟକ ହେଉ କି ଜୀବନର ମୃତ୍ୟୁ, ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା), ସ୍ବାର୍ଥ, ଯା ଦେବୀ ସର୍ବଭୂତେଷୁ, ଗଣତନ୍ତ୍ରର ବଜାର ଭଳି ବେତାର ତଥା ମଞ୍ଚ ନାଟକ ହେଉ ଏସବୁ ତାହାର ଗୋଟିଏ ଗୋଟିଏ ଉଦାହରଣ। ହାଇସ୍କୁଲ୍‌ରେ ପଢୁଥିବା ବେଳେ ସେ ଲେଖିଥିଲେ ନାଟକ ‘ରକ୍ତର ପ୍ରତିଶୋଧ’। ଆଉ ଏହା ହିଁ ଥିଲା ତାଙ୍କର ପ୍ରଥମ ନାଟକ। ତାଙ୍କର ଆଉ ଏକ ନାଟକ ‘ବିଜୟମାଳା’। ନାଟକଟିର କାହାଣୀ ତମାଖୁ ନିରୋଧୀ ବାର୍ତ୍ତା ବହନ କରୁଥିଲା। ନାଟକଟି ସେତେବେଳେ ସମ୍ବଲପୁର ଆକାଶବାଣୀ ଦ୍ୱାରା ପ୍ରସାରିତ ହୋଇ ତାଙ୍କୁ ଘରେ ଘରେ ପରିଚିତ କରେଇ ଦେଇଥିଲା। ଆଉ ସେଥିପାଇଁ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ମଧ୍ୟ। ଭେଟେରାନ୍‌ ଅଭିନେତା ଦେବୀପ୍ରସାଦ ରଥଙ୍କ ଅଭିନୟ ଦ୍ୱାରା ପ୍ରଭାବିତ ହୋଇ ନାଟକଆଡ଼କୁ ଆକର୍ଷିତ ହୋଇଥିଲେ ଅରୁଣ। ଆଉ ଲେଖି ଚାଲିଲେ ଗୋଟିଏ ପରେ ଗୋଟିଏ ନାଟକ। ‘ଜୀବନର ମୃତ୍ୟୁ’, ‘ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା)’, ‘ସ୍ବାର୍ଥ’, ‘ଯା ଦେବୀ ସର୍ବଭୂତେଷୁ’, ‘ଗଣତନ୍ତ୍ରର ବଜାର’, ‘ହମ୍‌ରି ଦୁନିଅଁା (ସାଦ୍ରି ଭାଷା)’ ଆଦି ତାଙ୍କର ଗୋଟିଏ ଗୋଟିଏ ଉଲ୍ଲେଖନୀୟ ବେତାର ତଥା ମଞ୍ଚ ନାଟକ। କେବଳ ବେତାର କି ମଞ୍ଚନୁହେଁ; ସେ ଛୋଟ ପରଦାରେ ମଧ୍ୟ ସକ୍ରିୟ ଥିଲେ। ‘ମହାଯଜ୍ଞ’, ‘ସକାଳ ସୂର୍ଯ୍ୟ’, ‘ଶ୍ରାବଣୀ’, ‘କୁହୁଡ଼ି’, ‘ପ୍ରିୟାମୋର’, ‘ଇନ୍ଦ୍ରଜାଲ’, ‘ଟୋପାଏ ସିନ୍ଦୂର’ ଭଳି ଦୂରଦର୍ଶନରେ ପ୍ରସାରିତ ମେଗା ଧାରାବାହିକ କାହାଣୀ, ଚିତ୍ରନାଟ୍ୟ ତଥା ସଂଳାପ ଲେଖି ନିଜ ଭର୍ସାଟିଲିଟିର ପରିଚୟ ଦେଇଛନ୍ତି। ନାଟକ କେବଳ ଆମୋଦ ପ୍ରମୋଦର ମାଧ୍ୟମ ନୁହେଁ। ଏହା ହେଉଛି ସମାଜକୁ ସଚେତନ କରିବାର ଏକ ମାଧ୍ୟମ। ତେଣୁ ସବୁ ନାଟକରେ ଏକ ସାମାଜିକ ବାର୍ତ୍ତା ଦେବା ଲାଗି ସେ ସତତ ଯତ୍ନଶୀଳ। ତାଙ୍କର ସେଭଳି ଏକ ନାଟକ ହେଉଛି ‘ବେଳ ଥାଉ ବନ୍ଧ ବାନ୍ଧ’। ନାଟକ ବିଷୟରେ ନାଟ୍ୟକାର କହନ୍ତି : ‘ମଣିଷ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗଛ। ମାତ୍ର ସମଗ୍ର ବିଶ୍ୱରେ ଅବାଧରେ ଗଛକଟା ଚାଲିଛି। ମଣିଷ ଦିନକୁଦିନ ଜଙ୍ଗଲ ସଫା କରିଚାଲିଛି। ଦିନକୁଦିନ ପରିବେଶ ମଣିଷ ପାଇଁ ହାନିକାରକ ସାଜୁଛି। ତେଣୁ ଏବେଠୁ ସାବଧାନ ହେବା ଆବଶ୍ୟକ। ଏହି ବାର୍ତ୍ତା ଦେବା ପାଇଁ ସେ ରଚନା କରିଥିଲେ ନାଟକ ‘ବେଳ ଥାଉ ବନ୍ଧ ବାନ୍ଧ’। ଏହି ନାଟକଟି ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ ସହର ସ୍ଥିତ ସାନ୍‌ ଆଣ୍ଟାନିଓ ଠାରେ ମଞ୍ଚସ୍ଥ ହୋଇ ତାଙ୍କୁ ଅଶେଷ ଲୋକପ୍ରିୟତା ଆଣିଦେଇଥିଲା। ସମ୍ପ୍ରତି ଯୁବ ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହ ମୃତ୍ୟୁଦଣ୍ଡ, ସୀତାର ଜଳୁଛି ଚିତା ଭଳି ନାଟକ କରି ସେ ବେଶ ସଫଳ ହୋଇଛନ୍ତି ବୋଲି କହନ୍ତି ଏହି ନାଟ୍ୟକାର।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri