କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ ଦୂର ହୋଇଥାଏ। ଅନ୍ୟପକ୍ଷରେ ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ତାହାକୁ ଉଷୁମ କରି ପିିଇପାରନ୍ତି।
ଆପଣଙ୍କ ବୟସ ୪୦ ଟପିଲାଣି ତେବେ ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ବୟସ ବଢ଼ିବା ସହ ଶରୀରରେ କ୍ୟାଲସିୟମର ଅଭାବ ପରିଲକ୍ଷିତ ହୋଇଥାଏ। ଫଳରେ ଅସ୍ଥି ଏବଂ ଦାନ୍ତଜନିତ ସମସ୍ୟା ଦେଖାଯାଇଥାଏ। ତେଣୁ ବୟସାଧିକ ସମୟରେ କ୍ୟାଲସିୟମଯୁକ୍ତ ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ।
କୌଣସି ହେଭି ବ୍ୟାୟାମ କରିବାକୁ ଚାହୁଛନ୍ତି ତେବେ ତା’ ପୂର୍ବରୁ ଅଭିଜ୍ଞ ବ୍ୟାୟାମ ଏକ୍ସପର୍ଟଭ୍କ ସହ ପରାମର୍ଶ କରନ୍ତୁ।
ବ୍ୟସ୍ତ ରହିଲେ ମଧ୍ୟ ପ୍ରତିଦିନ ବ୍ରେକଫାଷ୍ଟ କରିବାକୁ ଭୁଲନ୍ତୁ ନାହିଁ।
ଫଳମୂଳ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ମନକୁ ସତେଜ ରଖିଥାଏ।
ଟେନସନଠାରୁ ଯେତେ ସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri