କପିଳାସ ଜାଗରଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ

ଢେଙ୍କାନାଳ ଅଫିସ, ୧୮।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତି ପର୍ବ ଯୋଜନା ଅନୁଯାୟୀ ଆଗେଇ ଚାଲିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୀଠର ଉନ୍ନତୀକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ଠାକୁରଙ୍କ ନୀତି ଠିକ୍‌ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଆସନ୍ତା ଶୁକ୍ରବାର (୨୧ ତାରିଖ)ରେ ପବିତ୍ର ମହାଶିବରାତ୍ରି। ମହାଦେବଙ୍କ ଜାଗରଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଦିନରାତି ଏକ୍‌ କରିଦେଇଛି ଦେବୋତ୍ତର ବିଭାଗ। ଜିଲା ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଶନିବାର ବିଭିନ୍ନ ଅଧିକାରୀଙ୍କ ସହ ପୀଠ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅନ୍ୟପଟେ ଜାଗରଯାତ୍ରା ପୂର୍ବରୁ ପୀଠରେ ରଙ୍ଗକାମ ଶେଷ ହୋଇଛି। ନୂଆଚୂନ ଲାଗି ହେବା ପରେ ଝଟକୁଛି ମୁଖ୍ୟମନ୍ଦିର, ପାର୍ଶ୍ୱମନ୍ଦିର ଏବଂ ରୋଷଘର। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ଧାଡ଼ି ଦର୍ଶନ ଲାଗି ସ୍ଥାୟୀ ଷ୍ଟିଲ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ସମ୍ମୁଖରେ ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ସେହିପରି ବାରବାଙ୍କ ରାସ୍ତାରେ ବିଦ୍ୟୁତ୍‌ ବ୍ୟବସ୍ଥା, ପାହାଚ ରାସ୍ତା ମରାମତି ସାଙ୍ଗକୁ ଆନୁଷଙ୍ଗିକ କାମ ଜାରି ରହିଛି। ହାତପାହାନ୍ତାରେ ଶ୍ରଦ୍ଧାଳୁଙ୍କୁ ପାଣି ଯୋଗାଇ ଦେବାକୁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ଠାକୁରଙ୍କ ନୀତିକାନ୍ତି ସଅଳ ସାରିବା ପାଇଁ ସେବାୟତଙ୍କ ସହିତ ଆଲୋଚନା ହୋଇଛି। ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା ସମେତ ଅଗ୍ନିଶମ ବିଭାଗ, ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଅସ୍ଥାୟୀ ଟେଣ୍ଟ ପ୍ରସ୍ତୁତ କରାଯାଇଛି। ପୀଠ ସମେତ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ଶେଷ କରିବାକୁ ନିଷ୍ପତ୍ତି ହୋଇଛି।
ଏ ନେଇ ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ କୁହନ୍ତି, ଜାଗରଯାତ୍ରା ପାଇଁ କପିଳାସ ପୀଠରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଆଇନଶୃଙ୍ଖଳା ରକ୍ଷା ପାଇଁ ୩ଜଣ ମାଜିଷ୍ଟ୍ରେଟ୍‌ଙ୍କ ସମେତ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥି ପାଇଁ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଭୋର ୪ଟା ୨୦ରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ରାଜ ପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ଏହି ସମୟ ନିର୍ଦ୍ଧାରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri